Indus Valley Times

ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ, ୧୭ ଜୁଆଡ଼ି ଗିରଫ

 Breaking News

ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ, ୧୭ ଜୁଆଡ଼ି ଗିରଫ

ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ, ୧୭ ଜୁଆଡ଼ି ଗିରଫ
November 05
20:28 2021

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୫/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ପୁଲିସ ଶୁକ୍ରବାର ବସଷ୍ଟାଣ୍ଡ ନିକଟରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା। ଚଢଉ ବେଳେ ୧୭ ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ପୁଲିସ ନଗଦ ୬୨ ହଜାର ୮୬୦ ଟଙ୍କା ସମେତ ୯ ଟି ମୋବାଇଲ ଜବତ କରିଛି। ସୋରଡା ଥାନା ଅଞ୍ଚଳର ବ୍ୟବସାୟୀ ଗୌରୀ ଶଙ୍କର ପାଢ଼ୀ ବସଷ୍ଟାଣ୍ଡ ନିକଟରେ ଏକ ଘର ଭଡା ନେଇ ଜୁଆ ଆଡ୍ଡା ଚଳାଇ ଥିବା ଜଣାପଡ଼ିଛି। ଗତ କାଲି ଗୁରୁବାର ଦୀପାବଳି ଥିବାରୁ ଜୁଆଡି ମାନେ ରୁଣ୍ଡ ହୋଇ ଖେଳୁଥିଲେ। ହେଲେ କୌଣସି ମୋତେ ପୁଲିସ ସୂଚନା ପାଇ ଶୁକ୍ରବାର ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱରେ ଏକ ଟିମ ଜୁଆ ଆଡ୍ଡା ଘର ଉପରେ ଚଢ଼ାଉ କରିଥିଲେ। କେଶ ନମ୍ବର ୧୯୩/୨୧ ରେ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ କରୁଥିବା ଥାନା ପକ୍ଷରୁ ସୂଚନା ମିଳିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031