Indus Valley Times

ତ୍ରିପୁରାରେ ଓଡ଼ିଆ ବିଏସ୍ଏଫ୍ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ

 Breaking News

ତ୍ରିପୁରାରେ ଓଡ଼ିଆ ବିଏସ୍ଏଫ୍ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ

ତ୍ରିପୁରାରେ ଓଡ଼ିଆ ବିଏସ୍ଏଫ୍ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ
November 17
19:21 2023

କେସିଙ୍ଗା,୧୭/୧୧: ତ୍ରିପୁରା ସୀମାରେ ଜଣେ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍)ର ଯବାନ ସହିଦ ହୋଇଛନ୍ତି। ସହିଦ ଯବାନ ଜଣେ ଓଡ଼ିଆ ବୋଲି ଜଣାପଡ଼ିଛି। ସେ ହେଲେ ଈଶ୍ବର ଦୋରା।
ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ବେଲଖଣ୍ଡି ଗାଁର ନିବାସୀ ଈଶ୍ବର ଚନ୍ଦ୍ର ଦୋରା ୨୦୦୯ ମସିହାରେ ବିଏସ୍ଏଫ୍ରେ ଯୋଗ ଦେଇଥିଲେ। ସେ ତ୍ରିପୁରା ସୀମାରେ କାର‌୍ୟ୍ୟରତ ଥିଲେ। ରାତିରେ ଡ୍ୟୁଟିରେ ଯାଇଥିବା ବେଳେ ତାଙ୍କର ମରଶରୀର ସକାଳୁ ଉଦ୍ଧାର ହୋଇଥିଲା।
ଏନେଇ ତ୍ରିପୁରା ବିଏସଏଫ କମାଣ୍ଡାଣ୍ଟ ପକ୍ଷରୁ ପରିବାର ଲୋକଙ୍କୁ ଅବଗତ କରାଯାଇଛି। ଏହି ଖବର ମିଳିଲା ପରେ ସହିଦ ଯବାନଙ୍କ ଘରେ କାନ୍ଦବୋବାଳିରେ ଫାଟିପଡୁଛି। ଗାଁରେ ଶୋକାକୁଳ ପରିବେଶ ଦେଖାଯାଇଛି। ପାର୍ଥିବ ଶରୀର ଆସିବାକୁ ଅପେକ୍ଷା କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031