Indus Valley Times

ଦନ୍ତାର ଆତଙ୍କ: ୩ଜଣଙ୍କୁ ଦଳିଲା, ୩ ଗୁରୁତର

 Breaking News

ଦନ୍ତାର ଆତଙ୍କ: ୩ଜଣଙ୍କୁ ଦଳିଲା, ୩ ଗୁରୁତର

ଦନ୍ତାର ଆତଙ୍କ: ୩ଜଣଙ୍କୁ ଦଳିଲା, ୩ ଗୁରୁତର
February 10
18:25 2026

ଢେଙ୍କାନାଳ, ୧୦/୨ : ପୁଣି ହାତୀପଲଙ୍କ ଦୌରାମ୍ୟ। ୩ ଜଣଙ୍କୁ ଅତି ନୃଶଂସ ଭାବେ ଦଳିଦେଲେ ହାତୀପଲ। ଅନ୍ୟ ୩ ଜଣ ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି। ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ପାଟପୁରୀ ଜଙ୍ଗଲରେ ଜାଳେଣୀ କାଠ ସଂଗ୍ରହ ବେଳେ ଘଟିଛି ଏହି ଦୁର୍ଘଟଣା।
ଅନ୍ୟପଟେ ପୋଲିସ ଏବଂ ବନବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ମୃତକଙ୍କ ପରିଵାର।
ସୂଚନା ଅନୁସାରେ, ଆଜି ୧୨ତା ସମୟରେ ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ପାଟପୁରୀ ଗ୍ରାମର ୧୦ ରୁ ୧୫ ଜଣ ମହିଳା କାଠ ସଂଗ୍ରହ ପାଇଁ ସଦର ରେଞ୍ଜ ପାଟପୁରୀ ସଂରକ୍ଷିତ ଜଙ୍ଗଲକୁ ଯାଇଥିଲେ। କାଠ ସଂଗ୍ରହ କରିବା ବେଳେ ଜଙ୍ଗଲରେ ହାତୀ ପଲଙ୍କ ହାବୁଡ଼ରେ ପଡିଯାଇଥିଲେ।
ଏପରିକି ହାତୀପଲ ମହିଳାଙ୍କୁ ଆକ୍ରମଣ କରିଥିଲେ। ଯେଉଁଥିରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନିଜଣ ଗୁରୁତର ଭାବେ ଆହତ ହୋଇଥିଲେ। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930