Indus Valley Times

ଦମ୍ପତିଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲେ ନକ୍ସଲ

 Breaking News

ଦମ୍ପତିଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲେ ନକ୍ସଲ

ଦମ୍ପତିଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲେ ନକ୍ସଲ
March 09
11:18 2024

ଫୁଲବାଣୀ, ୯/୩: ପଡ଼ୋଶୀ ଛତିଶଗଡ଼ ପରେ ଏବେ ଓଡ଼ିଶାରେ ଲାଲ ଆତଙ୍କ। ଫୁଲବାଣୀରେ ମାତିଲେ ମାଓବାଦୀ। ପୁଲିସ ଇନଫର୍ମର ସନ୍ଦେହରେ ଦମ୍ପତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି।
ସଲାଗୁଡ଼ା ପଞ୍ଚାୟତ କୁସେରି ଗାଁରେ ମାଓବାଦୀମାନେ ଏଭଳି ବର୍ବର କାଣ୍ଡ ଘଟାଇଛନ୍ତି। ସ୍ୱାମୀ ଦାହିରା କହଁର ଓ ସ୍ତ୍ରୀ ବତାସି କହଁରଙ୍କୁ ହତ୍ୟା କରିଥିବା ସୂଚନା ରହିଛି, ପୁଲିସ ଯାହାର ତଦନ୍ତ କରୁଛି।
ଗତକାଲି ରାତି ପ୍ରାୟ ୯ଟା ସମୟରେ କିଛି ନକ୍ସଲ ଆସି ଦମ୍ପତିଙ୍କୁ ଘରୁ ଉଠାଇ ନେଇଥିଲେ। ଆଜି ସକାଳେ ଦମ୍ପତିଙ୍କ ମୃତଦେହ ଜଙ୍ଗଲରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ନକ୍ସଲମାନେ ସେମାନଙ୍କୁ ପୁଲିସ ଇନଫର୍ମର ସନ୍ଦେହରେ ବାଡ଼େଇ ବାଡ଼େଇ ହତ୍ୟା କରିଥିବା ସନ୍ଦେହ କରାଯାଉଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31