Indus Valley Times

ଦୁଇ ହାର୍ଡକୋର ମାଓବାଦୀ ଗିରଫ, ବାଙ୍କୋ ପଥର ଖଣିରୁ ବିସ୍ଫୋରକ ଲୁଟ୍ ଘଟଣାରେ ଥିଲେ ସମ୍ପୃକ୍ତ

 Breaking News

ଦୁଇ ହାର୍ଡକୋର ମାଓବାଦୀ ଗିରଫ, ବାଙ୍କୋ ପଥର ଖଣିରୁ ବିସ୍ଫୋରକ ଲୁଟ୍ ଘଟଣାରେ ଥିଲେ ସମ୍ପୃକ୍ତ

ଦୁଇ ହାର୍ଡକୋର ମାଓବାଦୀ ଗିରଫ, ବାଙ୍କୋ ପଥର ଖଣିରୁ ବିସ୍ଫୋରକ ଲୁଟ୍ ଘଟଣାରେ ଥିଲେ ସମ୍ପୃକ୍ତ
September 01
11:34 2025

ସୁନ୍ଦରଗଡ଼, ୧/୯ : ଗିରଫ ହୋଇଛନ୍ତି ଦୁଇ ଜଣ ହାର୍ଡକୋର ମାଓବାଦୀ । ଝାଡଖଣ୍ତ ସ୍ଥିତ ସରଣ୍ତା ଜଙ୍ଗଲରୁ ରବିବାର ଦୁଇ ଜଣ ମାଓବାଦୀ ଗିରଫ ହୋଇଛନ୍ତି । ଯେଉଁ ମାଓବାଦୀ ଗିରଫ ହୋଇଛନ୍ତି ସେମାନେ ହେଉଛନ୍ତି ସବ ଜୋନାଲ କମିଟିର ସଦସ୍ୟ ସନ୍ଦୀପ ଓରଫ ହିଡିମା ପାଡେୟାମ ଓ ଏରିଆ କମିଟି ସଦସ୍ୟ ଶିବା ବୋଦ୍ରା ଓରଫ ଶିବୁ ।
ସୂଚନା ଅନୁସାରେ, ସୁନ୍ଦରଗଡ଼ କେ ବଲାଙ୍ଗ ଥାନା ବାଙ୍କୋ ପଥର ଖଣିରୁ ଲୁଟ ହୋଇଥିବା ବିସ୍ଫୋରକ ଘଟଣାରେ ଗିରଫ ହୋଇଥିବା ଏହି ଦୁଇ ଜଣ ସାମିଲ ଥିଲେ। ଏନେଇ ଖବର ପାଇ ସିଆରପିଏଫ୍, କୋବ୍ରା ବାହିନୀ ମିଳିତ ଭାବରେ ସରଣ୍ଡା ଜଙ୍ଗଲରେ କମ୍ଵିଂ ଅପରେସନ ଆରମ୍ଭ କରିଥିଲେ। ସୁରକ୍ଷାବାହିନୀକୁ ଦେଖି ମାଓବାଦୀମାନେ ଖସି ପଳାଉଥିଲେ।
ସେମାନଙ୍କ ମଧ୍ୟରୁ ୬ ଜଣ ଖସିଯାଇଥିବା ବେଳେ ୨ଜଣ ହାର୍ଡକୋର୍ ମାଓବାଦୀ ଧରାପଡ଼ି ଗିରଫ ହୋଇଛନ୍ତି । ସେମାନେ ହେଉଛନ୍ତି ସବ ଜୋନାଲ କମିଟିର ସଦସ୍ୟ ସନ୍ଦୀପ ଓରଫ ହିଡିମା ପାଡେୟାମ ଓ ଏରିଆ କମିଟି ସଦସ୍ୟ ଶିବା ବୋଦ୍ରା ଓରଫ ଶିବୁ। ସନ୍ଦୀପ ନାଁରେ ଝାଡ଼ଖଣ୍ଡର ବିଭିନ୍ନ ଥାନାରେ ୩୫ଟି ମାଓ ହମଲା ମାମଲା ଥିବା ବେଳେ ଶିବୁ ନାଁରେ ୯ ଟି ମାମଲା ଅଛି। ଏମାନଙ୍କ ଠାରୁ ଗୋଟିଏ ବନ୍ଧୁକ ୧୧ ରାଉଣ୍ଡ ଜୀବନ୍ତ ଗୁଳି, ଦୁଇଟି ମାଗାଜିନ୍, ଦୁଇଟି ୱାକିଟକି, ଡେଟୋନେଟର ସହ ଓଋଊ ପ୍ରସୂତ ସାମଗ୍ରୀ ଜବତ ହୋଇଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031