Indus Valley Times

ଧନ୍ୱନ୍ତରୀ ଜୟନ୍ତୀ ଓ ଭାଗବତ ଟୁଙ୍ଗିର ବାର୍ଷିକୋତ୍ସବ

 Breaking News

ଧନ୍ୱନ୍ତରୀ ଜୟନ୍ତୀ ଓ ଭାଗବତ ଟୁଙ୍ଗିର ବାର୍ଷିକୋତ୍ସବ

November 02
22:00 2024

ପ୍ରମୋଦ ସାହୁକାରଙ୍କ ରିପୋର୍ଟ
ମୁନିଗୁଡ଼ା,୨/୧୧: ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ର କୁମୁଡ଼ା ବାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କିନାମ ଗ୍ରାମ ଆଜି ଆଦି ବୈଦ୍ୟ ଶ୍ରୀ ଧନ୍ୱନ୍ତରୀ ଦେବଙ୍କ ପବିତ୍ର ଜୟନ୍ତୀ ଉତ୍ସବ ସହ ନୀଳାଦ୍ରି ବିହାରୀ ଭାଗବତ ଟୁଙ୍ଗି ର ଅଷ୍ଟମ ବାର୍ଷିକୋତ୍ସବ ପାରମ୍ପରିକ ରୀତିନୀତି ଅନୁସାରେ ପାଳିତ ହୋଇ ଯାଇଛି ।
ଓଡ଼ିଶାର ସର୍ବ ପ୍ରଥମ ପଞ୍ଜିକୃତ ଚରକ ଆୟୁର୍ବେଦ ବୈଦ୍ୟ ସଂଘ ଓ କିନାମ ଗ୍ରାମବାସୀଙ୍କ ମିଳିତ ଆୟୋଜନ କ୍ରମେ ଅନୁଷ୍ଠିତ ଉକ୍ତ ଉତ୍ସବାନୁଷ୍ଠାନରେ ଗଙ୍ଗା ଆବାହନ, ଧ୍ଵଜ ଉତ୍ତୋଳନ, ହୋମଯଜ୍ଞ, ଭାଗବତ ପାଠ, ଔଷଧୀୟ ବୃକ୍ଷ ଲତା ପ୍ରଦର୍ଶନୀ, ସାଧାରଣ ସଭା , ବୈଦ୍ୟ ପରିଚୟପତ୍ର ପ୍ରଦାନ, ପୁଷ୍ପାଞ୍ଜଳି ଅର୍ପଣ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ଆଦି ଆନନ୍ଦ ଉତ୍ସବର ସହ ସମ୍ପନ୍ନ ହୋଇଥିଲା ।
ଚରକ ବୈଦ୍ୟ ସଂଘ ସଭାପତି କବିରାଜ ଚତୁର୍ଭୁଜ ଧାଙ୍ଗଡାମାଝୀ, ଆଦିତ୍ୟ ବାହିନୀ ମୁନିଗୁଡ଼ା ଶାଖା ସମ୍ପାଦକ ଶ୍ରୀଯୁକ୍ତ ପି. ସୁଧାକର ପାତ୍ର ଙ୍କ ସଂଯୋଜିତ ଉକ୍ତ କାର୍ଯ୍ୟକ୍ରମରେ ବିଷମ କଟକ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନିଳମାଧବ ହିକକା ମୁଖ୍ୟ ଅତିଥି, ସାମାଜିକ କର୍ମୀ ଗୌରାଙ୍ଗ ଚରଣ ରାଉତ ମୁଖ୍ୟବକ୍ତା, ଶ୍ରୀ ମୀନାଝୋଲା ଜନ କଲ୍ୟାଣ ଆଶ୍ରମ ସ୍ବାମୀ ଜୀ ଜନକାନନ୍ଦ ଗିରି ଏବଂ କଲ୍ୟାଣସିଂହପୁର ଆଶ୍ରମର ବାବା ଅଚ୍ୟୁତାନନ୍ଦ ଗିରି ସମ୍ମାନୀତ ଅତିଥି ରୂପେ ଯୋଗଦେଇ ଭାରତୀୟ ସ୍ବାସ୍ଥ୍ୟ ପରମ୍ପରା, ଆୟୁର୍ବେଦ ଚିକିତ୍ସାର ପ୍ରଚାର ପ୍ରସାର ଏବଂ ଧାର୍ମିକ ପରମ୍ପରାର ଉତ୍ତରଣ ପ୍ରସଂଗରେ ଆଲୋକପାତ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ହିକକା ବୈଦ୍ୟ ମାନଙ୍କୁ ପରିଚୟପତ୍ର ପ୍ରଦାନ କରିଥିଲେ ।
ବୈଦ୍ୟ ସଂଘ ସମ୍ପାଦକ ପ୍ରମୋଦ କୁମାର ସାହୁକାର ପ୍ରତି ବ୍ଲକରେ ଔଷଧୀୟ ଉଦ୍ୟାନ ସୃଷ୍ଟି ପାଇଁ ପଦକ୍ଷେପ ନେବାକୁ ଏବଂ ଆଦିତ୍ୟ ବାହିନୀ ସମ୍ପାଦକ ଶ୍ରୀଯୁକ୍ତ ପାତ୍ର ପ୍ରତ୍ୟେକ ଭାଗବତ ଟୁଙ୍ଗି ମାନଙ୍କୁ ସରକାରୀ ଆର୍ଥିକ ସହାୟତା ଯୋଗାଇ ଦେବାକୁ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଅଜିତ କୁମାର ମହାରଣା ମଞ୍ଚ ପରିଚାଳନା କରିଥିବାବେଳେ କବିରାଜ ପ୍ରଦୀପ କୁମାର ସାହୁ ଧନ୍ୱନ୍ତରୀ ପ୍ରାର୍ଥନା ଓ ସେବା ଗୀତ ଗାନ କରିଥିଲେ ।
ଗ୍ରାମବାସୀଙ୍କ ସମେତ ଅନ୍ୟମାନଙ୍କ ମଧ୍ୟରେ କବିରାଜ ବିରାଜ ପାତ୍ର, କୁଳୁକୁନୁ ଫକୀର, ଯୁଧିଷ୍ଠିର ବେହେରା, ପାଣ୍ଡବ ପୂଜାରୀ, ଟଙ୍କଧର ସାହୁ,ସୀମାଞ୍ଚଳ ଆଚାରୀ ପ୍ରମୁଖ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930