Indus Valley Times

ନୟାଗଡ଼ ରେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳନ

 Breaking News

ନୟାଗଡ଼ ରେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳନ

October 02
21:25 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨/୧୦ : ଆଜି ପବିତ୍ର ଦଶହରା ଅବସରରେ ଭାରତ ର ଦୁଇ ବରପୁତ୍ର ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ, ପୂଜ୍ୟପୂଜା କମିଟି ଏବଂ ସିଭିଲ ସୋସାଇଟି, ନୟାଗଡ଼ ର ମିଳିତ ଆନୁକୂଲ୍ୟରେ ସମାଜସେବୀ ଗୋଦାବରୀଶ ସାହୁ ଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ନୟାଗଡ଼ ତ୍ରିନାଥ ଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା ଏବଂ ଉଭୟ ଗାନ୍ଧୀ ଜୀ ଏବଂ ଶାସ୍ତ୍ରୀ ଜୀ ଙ୍କ ବିଷୟରେ ଆଲୋଚନା କରାଯିବା ସହ ଦେଶ ପ୍ରତି ଉଭୟଙ୍କ ର ଅତୁଳନୀୟ ଅବଦାନ କୁ ଉପସ୍ଥିତ ସଦସ୍ୟ ମାନେ ମନେ ପକେଇ ଥିଲେ ।
ଗାନ୍ଧୀ ଜୀ ଏବଂ ଶାସ୍ତ୍ରୀ ଜୀ ଅମର ରହେ, ବନ୍ଦେ ମାତରମ ପରି ନାରା ଦେଇଥିଲେ ଉପସ୍ଥିତ ବ୍ୟକ୍ତି ବିଶେଷ ମାନେ ।
ଆଜିର କାର୍ଯ୍ୟକ୍ରମ ରେ ପୂଜ୍ୟପୂଜା କମିଟି ର ସଭାପତି ପ୍ରଶନ୍ନ କୁମାର ବସନ୍ତିଆ ଓ ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଜୀବନୀ ଉପରେ ନିଜର ବକ୍ତବ୍ୟ ରଖିଥିଲେ ।
ଏହି କାର‌୍ୟ୍ୟକ୍ରମରେ ମୁନିସିପାଲିଟି ର ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର‌୍ୟ୍ୟ, କାଉନସିଲର ଜାନକୀ ବଲ୍ଲଭ ଜେନାଙ୍କ ସହିତ ସିଭିଲ ସୋସାଇଟିର ବରିଷ୍ଠ ସଦସ୍ୟ ନିରଞ୍ଜନ ମିଶ୍ର, ଶରତ ସାହୁ ଏବଂ ଅନ୍ୟ ସଦସ୍ୟମାନଙ୍କ ସହ ମୁନିସିପାଲିଟି ର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
ଆଜିର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ପୂଜ୍ୟପୂଜା କମିଟି ର ବରିଷ୍ଠ ସଦସ୍ୟ ସାମ୍ବାଦିକ ରାମକୃଷ୍ଣ ରଥ ଏବଂ କାର୍ଯ୍ୟକ୍ରମ ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଆବାହକ ଧିରେନ୍ଦ୍ର ପଟ୍ଟନାୟକ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930