Indus Valley Times

ପଟିଆଲା ଜେଲେରେ ଦୈନିକ ୪୦ରୁ ୫୦ ଟଙ୍କାରେ କିରାଣି କାମ କରିବେ ନବଜୋତ୍ ସିଂହ ସିଦ୍ଧୁ

 Breaking News

ପଟିଆଲା ଜେଲେରେ ଦୈନିକ ୪୦ରୁ ୫୦ ଟଙ୍କାରେ କିରାଣି କାମ କରିବେ ନବଜୋତ୍ ସିଂହ ସିଦ୍ଧୁ

ପଟିଆଲା ଜେଲେରେ ଦୈନିକ ୪୦ରୁ ୫୦ ଟଙ୍କାରେ କିରାଣି କାମ କରିବେ ନବଜୋତ୍ ସିଂହ ସିଦ୍ଧୁ
May 26
13:05 2022

ପଟିଆଲା,୨୬/୫: ପଟିଆଲା ସେଣ୍ଟ୍ରାଲ୍ ଜେଲ୍‌ରେ ସଜା କାଟୁଛନ୍ତି ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ୍ ସିଂହ ସିଦ୍ଧୁ । ୧୯୮୮ ମସିହା ‘ରୋଡ୍ ରେଜ୍’ ମାମଲାରେ କୋଟ୍ ସିଦ୍ଧୁଙ୍କୁ ଦୋଷୀ ସାବସ୍ତ୍ୟ ହୋଇଥିଲେ । ସିଦ୍ଧୁ ଏବେ ଜେଲ୍‌ରେ କିରାଣି ଭାବେ କାର‌୍ୟ୍ୟ କରିବେ ବୋଲି ଜେଲ୍ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।
ଏଥିପାଇଁ ସିଦ୍ଧୁଙ୍କୁ ୩ ମାସ ତାଲିମ ଦିଆଯିବ। ଅଦାଲତର ଦୀର୍ଘ ରାୟଗୁଡ଼ିକୁ କେମିତି ସଂକ୍ଷିପ୍ତ କରିବାକୁ ପଡ଼ିବ ଏବଂ ଜେଲ୍ ରେକର୍ଡଗୁଡ଼ିକୁ କିଭଳି ସଜାଡ଼ି ରଖାଯିବ ସେ ବିଷୟରେ ସିଦ୍ଧୁଙ୍କୁ ଶିକ୍ଷା ଦିଆଯିବ।
ଜେଲ୍ ‘ମାନୁଆଲ୍’ ଅନୁସାରେ, ପ୍ରଥମ ୯୦ ଦିନ ପାଇଁ ସିଦ୍ଧୁଙ୍କୁ କୌଣସି ପ୍ରାପ୍ୟ ମିଳିବ ନାହିଁ। ତାଲିମ ଶେଷ ହେଲେ, ସେ ଦୈନିକ ୪୦ ଟଙ୍କାରୁ ୫୦ ଟଙ୍କା ପାରିଶ୍ରମିକ ପାଇବେ। ତାଙ୍କର ଦକ୍ଷତାକୁ ଆଧାର କରି ମୂଲ୍ୟାୟନ ହେବାକୁ ଥିବା ଏହି ପାରିଶ୍ରମି ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ରେ ଜମା କରାଯିବ।
ଜେଲ୍ ଅଧିକାରୀମାନଙ୍କ କହିବା ଅନୁସାରେ, ନିରାପତ୍ତା କାରଣରୁ ସିଦ୍ଧୁ କେବଳ ନିଜ ଜେଲ୍ କୋଠରିରେ ଥାଇ ଦୁଇଟି ସିଫ୍ଟ୍ରେ କାମ କରିବେ। ପ୍ରଥମ ସିଫ୍ଟ୍ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଏବଂ ଦ୍ବିତୀୟ ସିଫ୍ଟ୍ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୫ଟା।
ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ମେଡିକାଲ୍ ବୋର୍ଡ ସିଦ୍ଧୁଙ୍କ ‘ଡାଏଟ୍ ପ୍ଲାନ୍’କୁ (ଭୋଜନ ବ୍ୟବସ୍ଥା) ଅନୁମୋଦନ କରିଛନ୍ତି। ତାଙ୍କୁ ଅଳ୍ପ ତେଲଯୁକ୍ତ ଅଧିକ ତନ୍ତୁଜାତୀୟ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଛି। ଜେଲ୍ରେ ସକାଳେ ତାଙ୍କୁ ‘ରୋଜ୍ମେରି’ ଚା ଏବଂ ଶୋଇବାକୁ ଯିବା ବେଳେ ‘କ୍ୟାମୋମାଇଲ୍’ ଚା ଦିଆଯିବ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30