Indus Valley Times

ପ୍ରକାଶ ପାଇଲା +୨ କଳା ରେଜଲ୍ଟ, ୮୨.୧୦% ପାସ୍

 Breaking News

ପ୍ରକାଶ ପାଇଲା +୨ କଳା ରେଜଲ୍ଟ, ୮୨.୧୦% ପାସ୍

ପ୍ରକାଶ ପାଇଲା +୨ କଳା ରେଜଲ୍ଟ, ୮୨.୧୦% ପାସ୍
August 08
20:08 2022

ଭୁବନେଶ୍ବର,୮/୮ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି।
କଳାରେ ୮୨.୧୦ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସେହିପରି ଧନ୍ଦାମୂଳକ ବିଷୟରେ ୭୦.୩୫ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି। ଅପରାହ୍ନ ୪ଟାରେ ଭୁବନେଶ୍ବରସ୍ଥିତ ପରିଷଦ କାର୍ଯ୍ୟାଳୟରେ ସିଏଚ୍ଏସ୍ଇ ଅଧ୍ୟକ୍ଷ ଅଶ୍ବିନୀ ମିଶ୍ର ପରୀକ୍ଷା ଫଳ ଘୋଷଣା କରିଛନ୍ତି।
ପରୀକ୍ଷାର୍ଥୀମାନେ ନିଜ ନିଜ ଫଳାଫଳ www.orissaresults.nic.in ୱେବସାଇଟ୍ ମାଧ୍ୟମରେ ସନ୍ଧ୍ୟା ୫ଟାରୁ ଜାଣି ପାରିବେ। ସେହିପରି ଛାତ୍ରଛାତ୍ରୀ ନିଜର ମାର୍କସିଟକୁ ମଧ୍ୟ ଡାଉନଲୋଡ଼ କରିପାରିବେ। ଏଥିସହ ଛାତ୍ରଛାତ୍ରୀମାନେ ନିଜର ରୋଲ୍ ନମ୍ବର ଦାଖଲ କରି ଏସ୍ଏମ୍ଏସ୍ ମାଧ୍ୟମରେ ବି ପରୀକ୍ଷା ଫଳ ଜାଣିପାରିବେ।
ଏଥିସହ ସାମ୍ସ କଲେଜ ଇ-ସ୍ପେସ୍ରେ ମଧ୍ୟ ପରୀକ୍ଷାର୍ଥୀ ଫଳ ପାଇପାରିବେ। ସୂଚନାଯୋଗ୍ୟ କଳା ବିଭାଗରେ ଏଥର ୨,୧୩ ,୪୦୬ ଓ ଧନ୍ଦାମୂଳକରେ ୫,୮୬୩ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।
ସୂଚନାଯୋଗ୍ୟ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ କଲେଜ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ର ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ଗତ ଜୁଲାଇ ମାସ ୨୭ ତାରିଖରେ ପ୍ରକାଶ ପାଇଥିଲା। ବିଜ୍ଞାନରେ ୯୪ ପ୍ରତିଶତ ଓ ବାଣିଜ୍ୟରେ ୮୯ ପ୍ରତିଶତ ପିଲା ପାସ୍ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031