Indus Valley Times

ଫାର୍ମାସି ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ଦେବାକୁ ନେଉଥିଲେ ଟଙ୍କା, ଭିଜିଲାନ୍ସ ହାବୁଡ଼ରେ ପଡ଼ିଲେ ଦୁଇ ଜଣ

 Breaking News

ଫାର୍ମାସି ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ଦେବାକୁ ନେଉଥିଲେ ଟଙ୍କା, ଭିଜିଲାନ୍ସ ହାବୁଡ଼ରେ ପଡ଼ିଲେ ଦୁଇ ଜଣ

ଫାର୍ମାସି ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ଦେବାକୁ ନେଉଥିଲେ ଟଙ୍କା, ଭିଜିଲାନ୍ସ ହାବୁଡ଼ରେ ପଡ଼ିଲେ ଦୁଇ ଜଣ
June 09
20:25 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଭୁବନେଶ୍ୱର, ୯/୬: ସରକାରୀ କାର୍ଯ୍ୟ ପାଇଁ ଲାଞ୍ଚ ନେବା ମହଙ୍ଗା ପଡ଼ିଲା। ଫାର୍ମାସି ରେଜିଷ୍ଟ୍ରେସନ ସାର୍ଟିଫିକେଟ ପ୍ରଦାନ ନାଁରେ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଫାର୍ମାସି କାଉନସିଲର ଜଣେ ବରିଷ୍ଠ ସହାୟକ ଏବଂ ତାଙ୍କ ସହଯୋଗୀଙ୍କୁ ରଙ୍ଗେହାତ ଧରିଛି ଭିଜିଲାନ୍ସ।
ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଓଡ଼ିଶା ଫାର୍ମାସି କାଉନସିଲର ସିନିୟର ଆସିଷ୍ଟାଣ୍ଟ ବିଶ୍ୱମୋହନ ପଟ୍ଟନାୟକ ଓରଫ ରାଜା ଏବଂ ତାଙ୍କ ସହଯୋଗୀ ମହମ୍ମଦ ଇଜାଜ ଖାନ ଓରଫ ପ୍ରୁଷ୍ଟି।
ଅଭିଯୋଗ ଅନୁଯାୟୀ, ଜଣେ ଆବେଦନକାରୀ ଫାର୍ମାସି ରେଜିଷ୍ଟ୍ରେସନ ସାର୍ଟିଫିକେଟ ପାଇବା ପାଇଁ ପ୍ରାୟ ଏକ ସପ୍ତାହ ଧରି କାଉନସିଲ କାର୍ଯ୍ୟାଳୟର ଚକ୍କର କାଟୁଥିଲେ। ତେବେ ତାଙ୍କ ଦସ୍ତାବିଜ ଯାଞ୍ଚ କରି ସାର୍ଟିଫିକେଟ ଜାରି କରିବା ପାଇଁ ବିଶ୍ୱମୋହନ ୯ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ।
ଆଜି ଆବେଦନକାରୀ ଭୁବନେଶ୍ୱରସ୍ଥିତ ଫାର୍ମାସି କାଉନସିଲ କାର‌୍ୟ୍ୟାଳୟ ନିକଟରେ ବିଶ୍ୱମୋହନଙ୍କୁ ଭେଟିଥିବା ବେଳେ ସେ ପୁଣି ଟଙ୍କା ଦେବାକୁ କହିଥିଲେ। ହେଲେ ସିଧାସଳଖ ଟଙ୍କା ନେବା
ପରିବର୍ତ୍ତେ ନିଜ ସହଯୋଗୀ ଇଜାଜ ଖାନଙ୍କୁ ଟଙ୍କା ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ଭିଜିଲାନ୍ସକୁ ସୂଚନା ଦେଇଥିବା ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ଏକ ସ୍ୱତନ୍ତ୍ର ଟିମ୍ ଫାନ୍ଦ ବିଛାଇଥିଲା।
ଟଙ୍କା କାରବାର ଚାଲିଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ଉଭୟଙ୍କୁ ରଙ୍ଗେହାତ ଧରିବା ସହ ୯ ହଜାର ଟଙ୍କା ଜବତ କରିଛନ୍ତି।
ଏହାପରେ ବିଶ୍ୱମୋହନ ପଟ୍ଟନାୟକଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନରେ ଆୟବହିର୍ଭୂତ ସମ୍ପତ୍ତି ଦିଗରୁ ଏକକାଳୀନ ଚଢ଼ାଉ ଜାରି ରହିଛି।
ଏହି ଘଟଣାକୁ ନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି। ଉଭୟ ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ ଜାରି ରହିଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930