Indus Valley Times

ବିଏମ୍ସି ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ, ଅନ୍ୟଜଣେ ଡାକ୍ତରଖାନାରେ ଭର୍ତ୍ତି

 Breaking News

ବିଏମ୍ସି ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ, ଅନ୍ୟଜଣେ ଡାକ୍ତରଖାନାରେ ଭର୍ତ୍ତି

ବିଏମ୍ସି ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ, ଅନ୍ୟଜଣେ ଡାକ୍ତରଖାନାରେ ଭର୍ତ୍ତି
November 30
18:58 2022

ଭୁବନେଶ୍ୱର,୩୦/୧୧: ବିଏମ୍ସି ଅଳିଆ ଗାଡ଼ି ଚକା ତଳେ ଚାଲିଗଲା ଜୀବନ। ଭୁବନେଶ୍ୱର ଭିଏସ୍ଏସ୍ ନଗର ଅଳିଆ ଗଦା ନିକଟରେ ଜଣେ ବ୍ୟକ୍ତିଙ୍କ ଉପରେ ଗାଡ଼ି ଚଢ଼ି ଯିବାରୁ ତାଙ୍କର ମୃତ୍ୟୁ ହୋଇଛି।
ମୃତଦେହକୁ ରଖି ଭିଏସ୍ଏସ୍ ନଗର ସୈନିକ ସ୍କୁଲ ରାସ୍ତାକୁ ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ସେଠାରେ ଚାପା ଉତ୍ତେଜନା ଦେଖାଦେଇଛି। ମୃତକ ଜଣକ ସ୍ଥାନୀୟ ବସ୍ତିର। ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା।
ମୃତକ ଜଣକ ଏକ ବାଇକ୍ରେ ଯାଉଥିବା ବେଳେ ପଛରୁ ଧକ୍କା ଦେଇଥିଲା ଟ୍ରକ୍। ଦୁର୍ଘଟଣା ପରେ ପ୍ରାୟ ୧୦୦ ମିଟର ଦୂରକୁ ମୃତ ଦେହ ଘୋଷାଡି ନେଇଥିଲା। ପ୍ରତିଦିନ ଭଳି ଭିଏସ୍ଏସ୍ ନଗର ଅଳିଆ ଗଦାରୁ ଏହି ଟ୍ରକ୍ ଅଳିଆ ନେଇ ଦାରୁଠେଙ୍ଗ ଯାଉଥିଲା। ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ପାଇଁ ଏଭଳି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି। ସେପଟେ ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଛି।
ଉତ୍ତେଜନା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ଲୋକଙ୍କୁ ବୁଝାସୁଧା କରି ଦୁର୍ଘଟଣା ଗ୍ରସ୍ତ ଗାଡ଼ିକୁ ହଟାଇବା ବେଳେ ବିରୋଧ ହୋଇଥିଲା। ଏଥିଯୋଗୁ ପୁଲିସ ମୃଦୁ ଲାଠି ଚାଳନା କରିଛି। ଉତ୍ତ୍ୟକ୍ତ ଲୋକେ ମଧ୍ୟ ପୁଲିସ ଉପରେ ଢେଲା, ପଥର ମାଡ଼ କରିଛନ୍ତି। ଏହାକୁ ନେଇ ଘଟଣାସ୍ଥଳ ରଣାଙ୍ଗନାରେ ପରିଣତ ହୋଇଛି।
ସୂଚନା ଥାଉକି, ଏହା ଆଗରୁ ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ମଧ୍ୟ ଏପରି ଏକ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ପରେ ଲୋକଙ୍କ ପ୍ରବଳ ବିରୋଧକୁ ଦେଖି ବିଏମ୍ସି ମୃତକଙ୍କ ପରିବାର ଲକ୍ଷାଧିକ ଟଙ୍କା କ୍ଷତିପୂରଣ ଦେଇଥିଲା।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031