Indus Valley Times

ବିଦ୍ୟୁତ ଆଘାତରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ, ଜଙ୍ଗଲକୁ ଯାଇଥିଲେ କାଠ ଆଣିବାକୁ

 Breaking News

ବିଦ୍ୟୁତ ଆଘାତରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ, ଜଙ୍ଗଲକୁ ଯାଇଥିଲେ କାଠ ଆଣିବାକୁ

ବିଦ୍ୟୁତ ଆଘାତରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ, ଜଙ୍ଗଲକୁ ଯାଇଥିଲେ କାଠ ଆଣିବାକୁ
January 21
11:55 2025

କୋରାପୁଟ,୨୧/୧: ସୋମବାର ବିଳମ୍ବିତ ରାତିରେ ନନ୍ଦପୁର ବ୍ଲକର ଗେରୁପୁଟ ଗ୍ରାମ ନିକଟ ଜଙ୍ଗଲରେ ବିଦ୍ୟୁତ ସ୍ପର୍ଶରେ ଏକ ଦମ୍ପତିଙ୍କ ମୃତ୍ୟୁୁ ହୋଇଥିବା ନନ୍ଦପୁର ଥାନା ପକ୍ଷରୁ ଜଣାଯାଇଛି। ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବାବେଳେ ଅଘଟଣ, ବବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ବାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ପୋଲିସ ମଙ୍ଗଳବାର ସକାଳେ ଦୁଇ ମୃତ ଦେହ ଆଣି ବ୍ୟବଛେଦ ପାଇଁ ନନ୍ଦପୁର ସିଏଚସିକୁ ପଠାଇଥିବା ଜଣାଯାଇଛି। ମୃତକମାନେ ହେଲେ ଗେରୁପୁଟ ଗ୍ରାମର ବଳରାମ ଗାଲେଲ ଓ ବଲା ଗାଲେଲ।
ମିଳିଥିବା ସୂଚନା ଅନୁଯାୟୀ, ନନ୍ଦପୁର ହାଟ ପଦା ନିକଟରେ ଚା’ ଦୋକାନ କରନ୍ତି। ସୋମବାର ସନ୍ଧ୍ୟା ସମୟରେ କାଠ ଆଣିବା ପାଇଁ ଉଭୟ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। କିନ୍ତୁ ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ଗାଁ ଲୋକେ ତାଙ୍କୁ ଖୋଜା ଖୋଜି କରିଥିଲେ।
ଶେଷରେ ଜଙ୍ଗଲ ଭିତରେ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସହିତ ଉଭୟଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଏହା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ନନ୍ଦପୁର ପୋଲିସ ପହଞ୍ଚି ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଥାନାରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରହିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031