Legatus

ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖୁଛନ୍ତି ରାଜ୍ୟପାଳ

 Breaking News

ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖୁଛନ୍ତି ରାଜ୍ୟପାଳ

ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖୁଛନ୍ତି ରାଜ୍ୟପାଳ
February 05
12:26 2024

ଭୁବନେଶ୍ୱର,୫/୨: ଷୋଡ଼ଶ ବିଧାନସଭାର ପଞ୍ଚଦଶ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ରାଜ୍ୟପାଳ ଗୃହରେ ଅଭିଭାଷଣ ରଖି ଗୃହକାର୍ଯ୍ୟ ଆରମ୍ଭ କରିଛନ୍ତି।
ରାଜ୍ୟରେ କିପାରି ସରକାରଙ୍କ ନେତୃତ୍ୱରେ ସଫଳତା ପରେ ସଫଳତା ମିଳିଛି ତାହା ରାଜ୍ୟପାଳଙ୍କ ଅଭିଭାଷଣରେ ଦେଖିବାକୁ ମିଳିଥିଲା। ପ୍ରାରମ୍ଭରେ ରାଜ୍ୟପାଳ ଦିବଙ୍ଗତ ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ, ପରେ ସହିଦ ଯବାନମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଏହାପରେ ଗୃହରେ ନିଜର ଅଭିଭାଷଣ ରଖିଥିଲେ ରାଜ୍ୟପାଳ। ରାଜ୍ୟପାଳ ପ୍ରଥମ ଥର ପାଇଁ ଗୃହରେ ଅଭିଭାଷଣ ରଖିଥିଲେ।
ପ୍ରାରମ୍ଭରେ ଦିବଙ୍ଗତ ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ
ସହିଦ ଯବାନମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜ୍ୟପାଳ
ପ୍ରାରମ୍ଭରେ ପୁରୀ ପରିକ୍ରମା ପ୍ରକଳ୍ପର ପ୍ରଶଂସା କଲେ
୮ ଶହ କୋଟିରେ ହୋଇଛି, ଶ୍ରଦ୍ଧାଳୁଙ୍କୁ ସୁବିଧା ଦେବ
ଏହି ପ୍ରକଳ୍ପ ଆଗନ୍ତୁକଙ୍କୁ ଅତ୍ୟାଧୁନିକ ସୁବିଧା ଦେବ
ଶ୍ରୀମନ୍ଦିର ସୁରକ୍ଷାରେ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ
ଲୋକଙ୍କୁ ସୁବିଧାରେ ଦର୍ଶନ ପାଇଁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ଆରମ୍ଭ ହୋଇଛି
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ସମଲେଇ ପ୍ରକଳ୍ପ ବି ଲୋକାର୍ପିତ ହୋଇଛି
ନୂଆ-ଓ ଯୁବ ଭାଗିଦାରୀକୁ ସଶକ୍ତ କରିବ
ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ହୋଇଛି
ଫାଇଭ୍-ଟି ଓ ମୋ ସରକାର ରୂପାନ୍ତରିତ ପ୍ରଶାସନିକ ବ୍ୟବସ୍ଥାର ନୂତନ ଯୁଗ
୨୦୨୨-୨୩ରେ ୬.୦୩ ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ ହୋଇଛି
୧୧୩.୭୬ ରେସନକାର୍ଡଧାରୀଙ୍କୁ ୪ ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ଦିଆଯାଇଛି
୪୩.୮୮ ଲକ୍ଷ କ୍ଷୁଦ୍ର ଓ ୧୮.୯୩ ଲକ୍ଷ ଭୂମିହୀନ ଚାଷୀଙ୍କୁ କାଳିଆ ସହାୟତା ମିଳିଛି
ବଲାଙ୍ଗିର ଜିଲ୍ଲାରେ ଲୋୟର ସୁକତେଲ ପ୍ରକଳ୍ପ ଆରମ୍ଭ ହୋଇଛି
ଅନେକ ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ଯୋଜନା ଆରମ୍ଭ ହୋଇଛି
ପ୍ରତି ପରିବାରକୁ ୫ ଲକ୍ଷ, ମହିଳା ସଦସ୍ୟଙ୍କୁ ଆଉ ୫ ଲକ୍ଷର ଚିକିତ୍ସା ସହାୟତା ମିଳୁଛି
ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନା ୩.୫ କୋଟି ଲୋକଙ୍କ ପାଖରେ ପହଞ୍ଚିଛି
୭୫୦ କୋଟି ଟଙ୍କା ବ୍ୟୟରେ ‘ଆମ ହସ୍ପିଟାଲ’ ଯୋଜନା ଆରମ୍ଭ
ଦୁର୍ବଳ ଓ ଆପଦଗ୍ରସ୍ତ ପରିବାରକୁ ମାସିକ ମୁଣ୍ଡପିଛା ୫ କେଜି ଚାଉଳ ମାଗଣା ମିଳୁଛି
ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ମାସିକ ୩୫ କେଜି ଚାଉଳ ମାଗଣା ମିଳୁଛି
ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପରିବାରକୁ ରାଜ୍ୟ ଚାଉଳ ଦେଉଛି
୩.୧୫ ଲକ୍ଷ ପରିବାରର ୯.୯୭ ଲକ୍ଷ ଲୋକଙ୍କୁ ରାଜ୍ୟ ଚାଉଳ ଦେଉଛି
୧୭.୧୧ ଲକ୍ଷ ଚାଷୀଙ୍କଠାରୁ ୭୯.୧୬ ଲକ୍ଷ ଟନ୍ ଧାନ ସଂଗ୍ରହ ହୋଇଛି
ରାଜ୍ୟର ୪୦% ଅଂଶଧନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଚାଲିଛି
୨୦୧୪-୧୫ରୁ ଏଯାଏଁ ୩୪.୨୫ ଲକ୍ଷ ପକ୍କା ଘର ନିର୍ମାଣ ହୋଇଛି
ସମୟ ପୂର୍ବରୁ ଘର ସାରିଥିବାରୁ ୧୩୮୭ କୋଟିର ପ୍ରୋତ୍ସାହନ ଦିଆଯାଇଛି
ମଧ୍ୟବିତ୍ତ ପରିବାରର ଗୃହ ନିର୍ମାଣ ସ୍ୱପ୍ନ ସାକାର ପାଇଁ ‘ମୋ ଘର’ ଆରମ୍ଭ
ଆମ ଓଡ଼ିଶା ନବୀନ ଓଡ଼ିଶା’ରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଦିଆଯାଉଛି
ରାଜ୍ୟର ୧୦ଟି ସହର ବସ୍ତିମୁକ୍ତ ମାନ୍ୟତା ଲାଭ କରିସାରିଛି
୨୦୨୪ ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ସହରାଞ୍ଚଳ ବସ୍ତିମୁକ୍ତ ହେବ
ନ୍ୟୁୟର୍କ, ଟୋକିଓ, ସିଙ୍ଗାପୁର ଭଳି ଓଡ଼ିଶାରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଚାଲିଛି
ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ରେ ପୁରୀ ଓ ଗୋପାଳପୁର ଦେଶର ପ୍ରଥମ ଓ ୨ୟ ସହର
୨୪ ସହରାଞ୍ଚଳର ୨୩ ଲକ୍ଷ ବାସିଦ୍ଦା ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ସୁବିଧା ପାଉଛନ୍ତି
୩୪୧୧ କୋଟି ଖର୍ଚ୍ଚରେ ୬୮୭୨ଟି ହାଇସ୍କୁଲର ରୂପାନ୍ତରଣ ହୋଇଛି
କୋରାପୁଟ ଜିଲ୍ଲା କୋଟିଆରେ ସ୍ୱତନ୍ତ୍ର ଆଦର୍ଶ ବିଦ୍ୟାଳୟ କରାଯାଇଛି

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31