ବିଧାନସଭା ସମ୍ମୁଖରେ ଦମ୍ପତ୍ତିଙ୍କ ଆତ୍ମାହୂତୀ ଉଦ୍ୟମ ବେଳେ କାବୁ କଲା ପୁଲିସ୍
November 24
12:55
2020
ଭୁବନେଶ୍ବର ୨୪।୧୧: ମଙ୍ଗଳବାର ଦିନ ବିଧାନସଭା ଚାଲିଥିଲା ବେଳେ ବିଧାନସଭା ଫାଟକ ସମ୍ମୁଖରେ ଆତ୍ମାହୂତୀ ଦେବାକୁ ଦମ୍ପତ୍ତି ଉଦ୍ୟମ କରୁଥିଲେ । ଦେହରେ କିରୋସିନି ଢାଳି ହେବା ବେଳେ ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ କାବୁ କରିଛି ପୋଲିସ ।
ସୂଚନା ଅନୁସାରେ, ଆତ୍ମହତ୍ୟା ଉଦ୍ୟମ କରୁଥିବା ଦମ୍ପତି ନୟାଗଡ଼ର ବୋଲି ଜଣାପଡିଛି । ତେବେ ଦୁହେଁ ୫ ବର୍ଷର ଝିଅ ହତ୍ୟା ମାମଲାରେ ନ୍ୟାୟ ନପାଇବାରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଦମ୍ପତିଙ୍କ କହିବା ମୁତାବକ, ତାଙ୍କ ଝିଅ ପରିକୁ ମାରିଦିଆଯାଇଛି । କିଡନୀ, ଆଖି ବିକି ଦେଇଛନ୍ତି ହତ୍ୟାକାରୀ । ହେଲେ ଏଯାଏ ଅଭିଯୁକ୍ତକୁ ଗିରଫ କରାଯାଉ ନାହିଁ । ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବେ ବୋଲି ଦମ୍ପତି କହିଛନ୍ତି ।