Indus Valley Times

ବିପ୍ଲବୀ ପ୍ରାଣନାଥ ପଟ୍ଟନାୟକଙ୍କ ୫୫ ତମ ଶ୍ରାଦ୍ଧ ବାର୍ଷିକ ପାଳନ

 Breaking News

ବିପ୍ଲବୀ ପ୍ରାଣନାଥ ପଟ୍ଟନାୟକଙ୍କ ୫୫ ତମ ଶ୍ରାଦ୍ଧ ବାର୍ଷିକ ପାଳନ

October 05
19:40 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୫/୧୦ : ଓଡ଼ିଶା ସ୍ୱାଧୀନତା ସଂଗ୍ରାମର ଅଗ୍ରଗଣ୍ୟ ଯୋଧ୍ୟା,କୃଷକ ଆନ୍ଦୋଳନର ଅନ୍ୟତମ ଆଦ୍ୟ ପୁରୋଧା, ସମାଜବାଦୀ ଓ ସାମ୍ୟବାଦୀ ଆନ୍ଦୋଳନର ପ୍ରତିଷ୍ଠାତା, ସଂସ୍କାରକ, ସମାଜସେବୀ, ସାହିତ୍ୟକ, ଶିକ୍ଷା ବିକାଶର ବିନ୍ଧାଣି ,ମହାନ ବିପ୍ଲବୀ ପ୍ରାଣନାଥ ପଟ୍ଟନାୟକଙ୍କର ୫୫ ତମ ଶ୍ରାଦ୍ଧ ବାର୍ଷିକ ଅନୁଷ୍ଠିତ ହୋଇଯାଇଅଛି।
ପ୍ରାଣନାଥ ସ୍ମୁତି ସଂସଦ ସମ୍ପାଦକ ମେଜର କ୍ଷୀରୋଦ ପ୍ରସାଦ ମହାନ୍ତିଙ୍କ ପୋୖରହିତରେ ଖୋର୍ଦ୍ଧା ସମବାୟ ବ୍ୟାଙ୍କ ଛକରେ ଥିବା ପ୍ରାଣନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପଣ କରାଯାଇ ଏକ ସ୍ମୁତି ସଭା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜ୍ୟୋତିନ୍ଦ୍ର ନାଥ ମିତ୍ର, ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ଉପାଧ୍ୟକ୍ଷ ସୋର୍ଯ୍ୟ ରଞ୍ଜନ ମହାନ୍ତି, ଅବସରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଦେବପ୍ରସାଦ ମଜନୁଦାର,ଐତିହାସିକ ସତ୍ୟବାଦୀ ବଳିଆରସିଂହ, ଓଡ଼ିଶା ସାମ୍ବାଦିକ ୟୁନିୟନର ରାଜ୍ୟ ସମ୍ପାଦକ ପ୍ରସନ୍ନ କୁମାର ପାଇକରାୟ, ଖୋର୍ଦ୍ଧା ବାର ଆସୋସିଏସନର ସଭାପତି ଜୀବନ ଜ୍ୟୋତି ମିଶ୍ର , ଶିକ୍ଷାବିତ ଗୋପାଳ କୃଷ୍ଣ ଦାସ, ସାମ୍ବାଦିକ ପ୍ରଭାତ ପାଣିଗ୍ରାହୀ, ପ୍ରାଧ୍ୟାପକ ସୁବୋଧ ଜଗଦେବ,ପ୍ରାଧ୍ୟାପକ ଗଦାଧର ସାହୁ,ଅଧିବକ୍ତା ରଜନୀକାନ୍ତ ପଟ୍ଟନାୟକ, ସ୍ତମ୍ଭକାର ଉମା ଶଙ୍କର ପ୍ରସାଦ, ସମବାୟବିତ ବିମଳ ଚନ୍ଦ୍ର ଷଡଙ୍ଗୀ, ଅବସରପ୍ରାପ୍ତ ପ୍ରିନ୍ସପାଲ ସୁକାନ୍ତ କୁମାର ନାୟକ, ଶିକ୍ଷାବିତ ପ୍ରିୟବ୍ରତ ମହାନ୍ତି, ଲକ୍ଷ୍ମୀପ୍ରସନ୍ନ ପଟ୍ଟନାୟକ,ପ୍ରତାପ ଚନ୍ଦ୍ର ପଟ୍ଟନାୟକ, ଅଶ୍ୱିନୀ କୁମାର ପଟ୍ଟନାୟକଙ୍କ ସମେତ ବୁଦ୍ଧିଜୀବି, ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ,ଏନସିସି , ରୋଭର ରେଞ୍ଜର,ସ୍କାଉଟ ଛାତ୍ରଛାତ୍ରୀ ମାନେ ଯୋଗଦେଇ ପ୍ରାଣନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ସେହିପରି ଜଟଣୀ ସରକାରୀ ପ୍ରାଣନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ୫୫ ତମ ଶ୍ରାଦ୍ଧ ବାର୍ଷିକ କାର‌୍ୟ୍ୟକ୍ରମରେ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡସନର ଚେୟାରମ୍ୟାନ ଅବନୀ ରାଉତରାୟଙ୍କ ପୌରହିତ୍ୟରେ ଅନୁଷ୍ଟିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ସାଧାରଣ ସମ୍ପାଦକ ଜବାହରଲାଲ ସୁବୁଦ୍ଧି, ଦିବାକର ମଙ୍ଗରାଜ, ଆଦିନାରାୟଣ ଖଣ୍ଡୁଆଳ, ସାରଙ୍ଗଧର ବେହେରା, ବିଜୟ ପଣ୍ଡା, ବାସୁଦେବ ସେଠୀ, ସୁଶାନ୍ତ ରାଉତ,ଧୀରେନ ପ୍ରତିହାରୀ, ରବିନ୍ଦ୍ର ପ୍ରସାଦ ମିଶ୍ର, ପଦ୍ମନାଭ ପାଣିଗ୍ରାହୀ, ନିଳାମ୍ବର ମିଶ୍ର ,ଅଧିବକ୍ତା ଶରତ ଚନ୍ଦ୍ର ପାଇକରାୟ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ବିପ୍ଳବୀ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ।
ପ୍ରାରମ୍ଭରେ ପ୍ରାଣନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଶେଷରେ ନଟବର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031