Indus Valley Times

ବିରନରସିଂହପୁର, ବୌଦ୍ଧ ଠାରେ ବନ୍ୟପ୍ରାଣୀ ସପ୍ତାହ ପାଳନ

 Breaking News

ବିରନରସିଂହପୁର, ବୌଦ୍ଧ ଠାରେ ବନ୍ୟପ୍ରାଣୀ ସପ୍ତାହ ପାଳନ

October 08
18:56 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୮/୧୦ : ବିରନରସିଂହପୁର, ବୌଦ୍ଧ ଠାରେ ବୌଦ୍ଧ ବନଖଣ୍ଡ ତରଫରୁ ୭୦ତମ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଇଛି ।
ବନଖଣ୍ଡ ଅଧିକାରୀ ଶ୍ରୀ ଦେବପ୍ରିୟ କମ୍ପ ସଭାରେ ଅଧ୍ୟକ୍ଷତା କରି ବନ୍ୟପ୍ରାଣୀ ସଂରକ୍ଷଣରେ ଲୋକମାନଙ୍କର ଭୂମିକା ସମ୍ପର୍କରେ ଆଲୋଚନା କରିବା ସହ ବ୍ୟାପକ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ।
ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ, ବୌଦ୍ଧ ଶ୍ରୀ ସୁବ୍ରତ କୁମାର ପଣ୍ଡା ଯୋଗ ଦେଇ ସହାବସ୍ଥାନ ମାଧ୍ୟମରେ ବନ୍ୟପ୍ରାଣୀ ସଂରକ୍ଷଣ ବିଷୟ ବସ୍ତୁ ଉପରେ ମତ ପ୍ରକାଶ କରିଥିଲେ ।
ସମ୍ମାନିତ ଅତିଥି ଭାବେ ବନଖଣ୍ଡ ଅଧିକାରୀ,କେନ୍ଦୁପତ୍ର ଶ୍ରୀଯୁକ୍ତ ସୁଦର୍ଶନ ବାଦୀ,ଅବସରପ୍ରାପ୍ତ ଅଧ୍ୟାପକ ଶ୍ରୀ ପ୍ରଶାନ୍ତ କୁମାର ମହାପତ୍ର, ଅଧ୍ୟାପକ ଡକ୍ଟର ପ୍ରବିର କୁମାର ଦାଶ ଯୋଗ ଦେଇ ବନ୍ୟ ପ୍ରାଣୀ ସଂରକ୍ଷଣ ପାଇଁ ମତ ପ୍ରକାଶ କରି ଥିଲେ ।
ବୌଦ୍ଧ ଉପଖଣ୍ଡର ସୁଦର୍ଶନ ବଘାର ଙ୍କୁ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାର ସ୍ବରୂପ ୫ ହଜାର ଟଙ୍କା ଓ ମାନପ‌ତ୍ର ପ୍ରଦାନ କରା ଯାଇଥିଲା।
ଅନନ୍ତ ଚରଣ କ୍ଷେତି, ଲବ କୁମାର ଶତପଥୀ ଓ ପଦ୍ମଜା ପତି ଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ସ୍ବରୂପ ୨୦ ହଜାର ଟଙ୍କା ସହିତ ମାନପତ୍ର ସମସ୍ତଙ୍କୁ ପ୍ରଦାନ କରାଯାଇଛି ଏବମ କଣ୍ଟାମାଳ ସରକାରୀ ଉଚ ବିଦ୍ୟାଳୟ, କଣ୍ଟାମାଳ, ସିଦ୍ଧେଶ୍ଵର ବାବା ଉଚ ମାଧ୍ୟମିକ ବିଦ୍ୟାଳୟ, ଶଗଡା, ଓ ମଥୁରା ଗ୍ରାମ ପଞ୍ଚାୟତ ଉଚ ବିଦ୍ୟାଳୟ, କେଳାକଟା ଙ୍କୁ ପ୍ରକୃତି ମିତ୍ର ପୁରସ୍କାର ସ୍ବରୂପ ୧୦ ହଜାର ଟଙ୍କା ସହିତ ମାନପତ୍ର ସମସ୍ତଙ୍କୁ ପ୍ରଦାନ କରାଯାଇଛି ।
ଏହି ଅବସରରେ ପୂର୍ବରୁ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ନେଇ ଚିତ୍ରାଙ୍କନ, ବକୃତା ଓ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉଭୟ ଜୁନିୟର ଓ ସିନିୟର ବିଭାଗରେ କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରା ଯାଇଥିଲା। ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାମ ପାଇଁ ବୌଦ୍ଧ ବନଖଣ୍ଡ ର ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।
ସହକାରୀ ବନ ସଂରକ୍ଷକ ଶ୍ରୀମତୀ ଅର୍ଚନା ଗୋମଙ୍ଗୋ ସଭାର ଆୟୋଜନ ଓ ଶ୍ରୀ ଆଶିଷ କୁମାର କହ୍ନର ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଶ୍ରୀମତୀ ମିନାକ୍ଷୀ କୁମୁରା ସଭା ସାଙ୍ଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ସହକାରୀ ବନ ସଂରକ୍ଷକ, ବନାଞ୍ଚଳ ଅଧିକାରୀ ଓ ବନକର୍ମଚାରୀ ଯୋଗ ଦେଇ କାର୍ଯ୍ୟକ୍ରମ ରେ ସହଯୋଗ କରି ଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930