Indus Valley Times

ବିରାଟଙ୍କ ଐତିହାସିକ ଶତକ, ଫାଇନାଲ ପାଇଁ ନ୍ୟୁଜିଲ୍ୟାଣ୍ଡକୁ ଦରକାର ୩୯୮ ରନ୍

 Breaking News

ବିରାଟଙ୍କ ଐତିହାସିକ ଶତକ, ଫାଇନାଲ ପାଇଁ ନ୍ୟୁଜିଲ୍ୟାଣ୍ଡକୁ ଦରକାର ୩୯୮ ରନ୍

November 15
18:50 2023

ମୁମ୍ବାଇ,୧୫/୧୧ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଆଗରେ ୩୯୮ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ଭାରତ ।
ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ୍ ଏକ ବଡ଼ ସ୍କୋର ପାଇଁ ଏକ ଭଲ ମୂଳଦୁଆ ପକାଇଥିଲେ । ରୋହିତ ବିସ୍ଫୋରକ ବ୍ୟାଟିଂ କରିଥିଲେ ବି ଅଳ୍ପକେ ଅର୍ଦ୍ଧଶତକରୁ (୪୭ ରନ) ବଞ୍ଚିତ ହୋଇଥିଲେ ।
ସେହିପରି ଶୁଭମନ ଗିଲ୍ ୭୯ ରନ କରି ଏକ ଶତକ ଆଡକୁ ଗତି କରୁଥିବାବେଳେ ସେ ରିଟାୟାର୍ଡ ହଟ୍ ହୋଇ ପାଭିଲିୟନ ଫେରିଥିଲେ । ତେବେ ଶେଷ ଓଭରରେ ସେ ପୁଣି ଥରେ ଫେରିଥିଲେ । କିନ୍ତୁ ଆଜି ମ୍ୟାଚର ମୁଖ୍ୟ ଆକର୍ଷଣ ଥିଲା ବିରାଟ କୋହଲିଙ୍କ ୫୦ ତମ ଶତକ ଓ ଶ୍ରେୟସ ଆୟରଙ୍କ ବିସ୍ଫୋରକ ଶତକ । ବିରାଟ ୧୧୭ ରନ ଓ ଆୟର ୧୦୫ କରି ଆଉଟ ହୋଇଥିଲେ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୪ ଓ୍ବିକେଟ ହରାଇ ୩୯୭ ରନ କରିଥିଲା ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30