Indus Valley Times

ବିଶ୍ଵକର୍ମାଙ୍କ ପୂଜା ପାଳିତ : ଉତ୍ସବମୁଖର ବାଲିଗୁଡା ସହର

 Breaking News

ବିଶ୍ଵକର୍ମାଙ୍କ ପୂଜା ପାଳିତ : ଉତ୍ସବମୁଖର ବାଲିଗୁଡା ସହର

ବିଶ୍ଵକର୍ମାଙ୍କ ପୂଜା ପାଳିତ : ଉତ୍ସବମୁଖର ବାଲିଗୁଡା ସହର
September 18
10:36 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,ତା, ୧୮/୯: ବିଶ୍ଵ ବିନ୍ଧାଣୀ ବିଶ୍ଵକର୍ମାଙ୍କ ପୂଜା ବାଲିଗୁଡା ସହର ସମେତ ଆଖପାଖ ଅଞ୍ଚଳରେ ବେଶ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ସହରର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି।
ଏନେଇ ଛୋଟ ବଡ ମଣ୍ଡପରେ ପୂଜା ଆୟୋଜନ କରାଯାଇଛି। ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକମାଳା ଏପରିକି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୁର ମଜା ଉଠାଇଥିଲେ ଦର୍ଶକ। ଟାଉନର ବିଭିନ୍ନ ଗ୍ୟାରେଜ, ସର୍ଭିସ ସେଣ୍ଟର, ଶୋ’ରୁମ୍ ଠାରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହୋଇଛି।
ଏହା ସହିତ ସହରରେ ବିଦ୍ୟୁତ ବିଭାଗ, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ, ଘରୋଇ ମୋଟର କର୍ମଚାରୀ ସଂଘ ଓ ମହାରଣା ଇଣ୍ଟରରିୟର ଓ ଡିଜାଇନ ପରିସରରେ ମଧ୍ୟ ବିଶ୍ୱକର୍ମା ପୂଜା ପାଳନ କରାଯାଇଛି ।
ଅନେକ ପୂଜା ମଣ୍ଡପରେ ବିଶ୍ୱକର୍ମା ମୂର୍ତ୍ତି ଓ ମେଢ ବେଶ ଆକର୍ଷଣୀୟ ହୋଇଥିବା ବେଳେ କେଉଁଠି ସାମ୍ପ୍ରତିକ ଘଟଣାବଳୀକୁ ନେଇ ତ ଆଉ କେଉଁଠି ପୌରାଣିକ କଥାବସ୍ତୁକୁ ନେଇ ମୁର୍ତ୍ତି ନିର୍ମାଣ ହୋଇଛି।
ସନ୍ଧ୍ୟା ରେ ଭକ୍ତ ମାନେ ପୂଜା ମଣ୍ଡପରେ ଦର୍ଶନ ନେଉଥିବା ବେଳେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ ହୋଇଛି ।
ଝଡ଼ ବର୍ଷା ରେ କଳିଙ୍ଗା ଘାଟିରେ ଭୁସ୍ଖଳନ; ଯାନବାହାନ ଯାତାୟାତ ରେ ଠପ…
କନ୍ଧମାଳ,ତା,୧୮/୯: କନ୍ଧମାଳ-ଗଞ୍ଜାମ ଜିଲ୍ଲା ସୀମାନ୍ତ କଳିଙ୍ଗା ଘାଟିରେ ଭୁସ୍ଖଳନ ଘଟି ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଘାଟି ପାଦଦେଶରୁ ପ୍ରାୟ ତିନି କିଲୋମିଟର ଉପରକୁ ବଡ ବଡ ପଥର ଓ ମାଟି ଅତଡା ଖସି ଜାତୀୟ ରାଜପଥ ଉପରକୁ ମାଡି ଆସିଛି।
ଏଥିସହ ପ୍ରଵଳ ବେଗରେ ପାହାଡ଼ ପାଣି ମଧ୍ୟ ଉକ୍ତ ସ୍ଥାନ ଦେଇ ପ୍ରବାହିତ ହେଉଛି। ଘାଟି ରାସ୍ତା ଟି ଯାତାୟାତ ପାଇଁ ସମ୍ପୂର୍ଣ୍ଣ ବିପଦପୂର୍ଣ୍ଣ ପାଲଟିଛି। ଭୁସ୍ଖଳନ ସ୍ଥାନରେ ପ୍ରାୟ ୫୦ ମିଟର ରାସ୍ତା ଉପରେ ମାଟି ଓ ପଥର ଜମା ହୋଇ ରହିଛି।
ମଝିରେ ମଝିରେ ପଥର ମଧ୍ୟ ଖସୁଥିବା ଜଣାପଡିଛି। ଏଥିସହ ଭୁସ୍ଖଳନ ସ୍ଥାନରୁ ଉଭୟ ପଟର କିଛି ସ୍ଥାନରେ ମାଟି ଅତଡା ଖସି ରାସ୍ତା ଉପରକୁ ପଳାଇଆସିଛି। ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ କେତେବେଳେ କଣ ଘଟିବ କହିବା ମୁସ୍କିଲ ହୋଇପଡିଛି।
ଭୂସ୍ଖଳନ ଯୋଗୁ ଘାଟିର ଉଭୟ ପଟେ ବହୁ ଯାନବାହାନ ଅଟକି ରହିଥିବାବେଳେ ସ୍ଥିତି ସ୍ବାଭାବିକ ହେବା ନେଇ କୌଣସି ପରିସ୍ଥିତି ନଥିବାରୁ ଯାନବାହାନ ଗୁଡିକ ଫେରିଯାଇ ବିକଲ୍ପ ରାସ୍ତାରେ ଯାଇଥିବା ଜଣାପଡିଛି।ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାକୁ ସଂଯୋଗ କରିବାରେ ଏହି ଘାଟି ରାସ୍ତାର ବହୁ ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଥିବା ବେଳେ ପ୍ରତିଦିନ ଏହି ରାସ୍ତା ଦେଇ ଛୋଟ ବଡ ଶତାଧିକ ମାଲବାହି ଗାଡିଠାରୁ ଆରମ୍ଭ କରି ଯାତ୍ରୀବାହୀ ଗାଡି ଯାତାୟତ କରିଥାଏ।
ଏହି ଭୁସ୍ଖଳନ ଫଳରେ ଗମନାଗମନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଥିବା ଏହି ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ପୁର୍ବରୁ ଏହି ଘାଟିରେ ମାଟି ଅତଡ଼ା ଓ ପଥର ଖସି ରାସ୍ତା ଉପରକୁ ଆସୁଥିବା ବେଳେ ଏତେ ବଡ଼ ଭୁସ୍ଖଳନ ବିଗତ ଦିନରେ ଦେଖିବାକୁ ମିଳିନଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି।
ଘାଟି ର ଠାଏଁ ଠାଏଁ ପାହାଡ଼ି ପାଣି ଝରି ଆସୁଥିବାରୁ ପୁଣି କେଉଁଠି ମାଟି ଅତଡ଼ା ଖସିବାର ଆଶଙ୍କା ରହିଛି। ଖବର ପାଇ ସ୍ଥାନୀୟ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ବିପଦ ଆଶଙ୍କା ରହିଥିବାରୁ ଉକ୍ତ ସ୍ଥାନକୁ ଯିବାକୁ ବାରଣ କରୁଥିବା ଦେଖିବାକୁ ମିଳିଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930