Indus Valley Times

ବୋମା ଧମକ ସତ୍ତ୍ବେ ସ୍ବାଭାବିକ ହେଲା କୋର୍ଟ କାର୍ଯ୍ୟ, ଶୁଣାଣି ଆରମ୍ଭ କଲେ ବିଚାରପତି

 Breaking News

ବୋମା ଧମକ ସତ୍ତ୍ବେ ସ୍ବାଭାବିକ ହେଲା କୋର୍ଟ କାର୍ଯ୍ୟ, ଶୁଣାଣି ଆରମ୍ଭ କଲେ ବିଚାରପତି

January 08
18:25 2026

କଟକ, ୮/୧: ହାଇକୋର୍ଟ ସମ୍ବଲପୁର ଓ ଦେବଗଡ ଜିଲ୍ଲା କୋର୍ଟରେ ସ୍ଵାଭାବିକ ହେଲା କାର୍ଯ୍ୟ। ବମ୍ ସ୍କ୍ଵାଡ୍, ଡଗ୍ ସ୍କ୍ଵାଡ୍ ଓ ପୁଲିସର ଯାଞ୍ଚ ପରେ କୋର୍ଟ କାର୍ଯ୍ୟ ଆରମ୍ଭ ହୋଇଛି। ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କ ସମେତ ଆଉ ୩ ବିଚାରପତି ଶୁଣାଣି ଆରମ୍ଭ କରିଛନ୍ତି।
ଏନେଇ ଇଏ ପୀତାମ୍ଵର ଆଚାର୍ଯ୍ୟ କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ଭାବେ ଏକ ହୋକ୍ସ ମେଲ୍ ଥିଲା। ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଅବଗତ କରାଯାଇଛି, ସିଏମ୍ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ପରିସର ସମ୍ପୂର୍ଣ୍ଣ ସୁରକ୍ଷିତ। କେହି ଭୟଭୀତ ହୁଅନ୍ତୁ ନାହିଁ। ଡିଜିପି ମୁଖ୍ୟ ବିଚାରପତିଙ୍କୁ ଭେଟି ଆଲୋଚନା କରିଛନ୍ତି।
ଏହି ମେଲ୍ ତାମିଲନାଡୁରୁ ଜେନେରେଟ୍ ହୋଇଛି। ଏହାକୁ ନେଇ ବିଚଳିତ ହେବା ଦରକାର ନାହିଁ। ଏବେ କୋର୍ଟ କାର୍ଯ୍ୟ କରିବାରେ କୌଣସି ଅସୁବିଧା ନାହିଁ।
ଗୁରୁବାର ସକାଳୁ ହାଇକୋର୍ଟରେ ପୂର୍ବ ଭଳି କାର୍ଯ୍ୟ ଆରମ୍ଭ ହୋଇଥିଲା। ଧୀରେ ଧୀରେ ଆଇନୀଜୀବୀଙ୍କ ସଂଖ୍ୟା ବଢିବା ଆରମ୍ଭ ହୋଇଥିଲା। ସକାଳ ପ୍ରାୟ ୧୨ଟା ସମୟରେ ଏକ ଧମକପୂର୍ଣ୍ଣ ଇ-ମେଲ୍ ଆସିଥିବା ପ୍ରଚାର ହୋଇଥିଲା। ଏହି ଇମେଲ୍ ରେ ବୋମା ଧମକ ଦିଆଯାଇଥିବା ଜଣାପଡ଼ିଥିଲା।
ଏହାପରେ କୋର୍ଟ ପରିସରରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ରାଜ୍ୟର ୩ଟି କୋର୍ଟ କଟକ ଜିଲା କୋର୍ଟ, ସମ୍ବଲପୁର କୋର୍ଟ ଓ ଦେବଗଡ କୋର୍ଟକୁ ବୋମା ଧମକ ଦିଆଯାଇଥିଲା । ଏକ ବେନାମୀ ଇ-ମେଲ୍ ଜରିଆରେ ଧମକ ଆସିବା ପରେ ପୁଲିସ ଗୁରୁତର ସହ ନେଇ ତୁରନ୍ତ ଯାଞ୍ଚ ଆରମ୍ଭ କରିଥିଲା ।
ସମସ୍ତ କର୍ମଚାରୀ, ଓକିଲ ଓ ମହକିଲ କୋର୍ଟ ପରିସରରୁ ବାହାରି ଆସିଥିଲେ। ଅଧଘଣ୍ଟା ଭିତରେ ପୁରା କୋର୍ଟ ପରିସର ଖାଲି ହୋଇଯାଇଥିଲା।
କୋର୍ଟ ପରିସରରେ ଖାନତଲାସୀ କରାଯାଇଥିଲା। ଆଣ୍ଟି ବମ୍ ସ୍କ୍ଵାଡ୍ ସହ ପୁଲିସ କୋର୍ଟ ପରିସରରେ ତନାଘନା କରିଥିଲେ। ମେଟାଲ ଡିଟେକ୍ଟର ଓ ସନ୍ଧାନୀ କୁକୁର ଜରିଆରେ ଯାଞ୍ଚ କରାଯାଇଥିଲା। ହେଲେ କୋର୍ଟ ପରିସରରୁ କୌଣସି ବିସ୍ଫୋରକ ମିଳିନାହିଁ।
ଅନ୍ୟପଟେ ଏହି ମୋବା ଧମକ ମିଳିବ ମାତ୍ରେ ଘଟଣାର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଅପରାଧୀକୁ ଖୋଜି ବାହାର କରିବାକୁ ସେ କହିଛନ୍ତି।
ଖାଲି ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ଘଟଣା ସଂପର୍କରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ପୁଲିସ ଡିଜି ୱାଇ.ବି ଖୁରାନିଆଙ୍କ ସହ ଘଟଣାର ସବିଶେଷ ବିବରଣୀ ହାସଲ କରିବା ସହ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଆଲୋଚନା କରିଛନ୍ତି। ଆଜି ସନ୍ଧ୍ୟାରେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031