Indus Valley Times

ବୋରଓ୍ୱେଲରୁ ଉଦ୍ଧାର ଶିଶୁ କନ୍ୟା ଏବେ ପୁରା ଫିଟ୍, ଭୀମସାରରେ ହେଲା ନାମକରଣ

 Breaking News

ବୋରଓ୍ୱେଲରୁ ଉଦ୍ଧାର ଶିଶୁ କନ୍ୟା ଏବେ ପୁରା ଫିଟ୍, ଭୀମସାରରେ ହେଲା ନାମକରଣ

ବୋରଓ୍ୱେଲରୁ ଉଦ୍ଧାର ଶିଶୁ କନ୍ୟା ଏବେ ପୁରା ଫିଟ୍, ଭୀମସାରରେ ହେଲା ନାମକରଣ
January 01
15:12 2024

ସମ୍ବଲପୁର,୧/୧ : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲରିପାଲି ଜଙ୍ଗଲରୁ ଏକ ପରିତ୍ୟକ୍ତ ବୋରୱେଲରୁ ଗତ ଡିସେମ୍ବର ୧୨ ତାରିଖରେ ଉଦ୍ଧାର ହୋଇଥିବା ଶିଶୁ କନ୍ୟାର ଆଜି ଏକୋଇଶିଆ ପାଳନ କରାଯାଇଛି। ତା’ସହିତ ତା’ର ନାଁ ବିଜୟିନୀ ରଖାଯାଇଛି।
ଶିଶୁ କନ୍ୟାଟି ଏବେ ବୁର୍ଲା ବଡ଼ ଡାକ୍ତରଖାନାର ଝଘଉଟରେ ଚିକିତ୍ସାଧୀନ ରହିଛି। ଆଜି ଡାକ୍ତରଖାନା ପକ୍ଷରୁ ତା’ର ଏକୋଇଶିଆ ପାଳନ କରାଯାଇଥିଲା। ଏଥିରେ ଡାକ୍ତରମାନେ ମଧ୍ୟ ସାମିଲ ହୋଇଥିଲେ। ଏହି ଅବସରରେ କେକ୍ କଟା ଯାଇଥିଲା ଓ ମିଠା ବଣ୍ଟା ଯାଇଥିଲା।
ବିଜୟିନୀର ସ୍ଵାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ଉନ୍ନତି ହେଉଛି। ତା’ ଓଜନ ମଧ୍ୟ ବୃଦ୍ଧି ପାଉଛି।
ଶିଶୁଟିକୁ ଲାରିପାଲି ଜଙ୍ଗଲରେ ଏକ ପରିତ୍ୟକ୍ତ ବୋରୱେଲ ମଧ୍ୟରେ କେହି ଫିଙ୍ଗି ଦେଇଥିବା ପଳାଇଥିଲେ। ୬ ଘଣ୍ଟାର ଅପରେସନ ପରେ ତାକୁ ଉଦ୍ଧାର କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031