Indus Valley Times

ବୌଦ୍ଧ ଜିଲ୍ଲାରେ ଶିକ୍ଷାର ଅଭ୍ୟୁଦୟ

 Breaking News

ବୌଦ୍ଧ ଜିଲ୍ଲାରେ ଶିକ୍ଷାର ଅଭ୍ୟୁଦୟ

ବୌଦ୍ଧ ଜିଲ୍ଲାରେ ଶିକ୍ଷାର ଅଭ୍ୟୁଦୟ
September 15
16:42 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବୌଦ୍ଧ, ୧୫/୯: ବଣ ଜଙ୍ଗଲ ଘେରା ପରିବେଷ୍ଟନି ମଧ୍ୟରେ ବୌଦ୍ଧ ଜିଲ୍ଲା ଅବସ୍ଥିତ। ଏହି ଜିଲ୍ଲା ଶିକ୍ଷା ତଥା ସ୍ବାସ୍ଥ୍ୟ କ୍ଷେତ୍ର ରେ ପଛୁଆ ଭାବେ ପରିଗଣିତ। ହେଲେ ଏହି ଜିଲ୍ଲା ଏକ ସାଂସ୍କୃତିକ ଜିଲ୍ଲା ଭାବେ ବେଶ ଜଣାଶୁଣା। ୧୯୯୪ ରେ ଜିଲ୍ଲା ମାନ୍ୟତା ପାଇଥିବା ବୌଦ୍ଧ ଜିଲ୍ଲା ର ସାମଗ୍ରିକ ବିକାଶ ପାଇଁ ଅଞ୍ଚଳବାସୀ ସଦା ତତ୍ପର।
ବୌଦ୍ଧ ଜିଲ୍ଲାକୁ ଏକ ନମ୍ବର ଜିଲ୍ଲା ଭାବେ ଗଢି ତୋଳିବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ରାଜନୈତିକ ଦଳ ପ୍ରାଣପଣେ ଚେଷ୍ଟା କରିଥିବା ନଜିର ଅଛି ।
ହେଲେ ଜିଲ୍ଲା ହେବାର ଏତେ ବର୍ଷ ବିତି ଯାଇଥିଲେ ସୁଦ୍ଧା ମାତ୍ର ଗୋଟିଏ ସରକାରୀ ମହାବିଦ୍ୟାଳୟ ରେ ସମସ୍ତଙ୍କୁ ନିର୍ଭର କରିବାକୁ ପଡୁଛି।
ଛାତ୍ର ଛାତ୍ରୀଙ୍କ ଶିକ୍ଷାଗତ ବିକାଶ ପାଇଁ ଗତ ଜାନୁଆରୀ ମାସରେ ଅଭ୍ୟୁଦୟ ନାମକ ଏକ ବେସରକାରୀ କଲେଜ ତାର ଶିକ୍ଷାନୁଷ୍ଠାନ ଖୋଲି ଛାତ୍ର ଛାତ୍ରୀ ମାନଙ୍କୁ କମ୍ ଖର୍ଚ୍ଚରେ ବିଦ୍ୟାଦାନ କରିବା ଆରମ୍ଭ କରିଦେଇଛି।
ଯଦ୍ୱାରା ଛାତ୍ର ଛାତ୍ରୀ ମାନେ ସିଟ୍ ନ ପାଇ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ। ଏହି କଲେଜ ଅନେକ ଦକ୍ଷ ଅଧ୍ୟାପକ ଅଧ୍ୟାପିକା ଙ୍କୁ ନେଇ ଛାତ୍ର ଛାତ୍ରୀ ଙ୍କ ଶିକ୍ଷା ର ବିକାଶ ପାଇଁ ଚେଷ୍ଟିତ।
ବିଭିନ୍ନ ସମୟରେ ଛାତ୍ର ଛାତ୍ରୀ ମାନେ ନିଜର ପାଠ୍ୟ ବିଷୟକୁ ନେଇ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ସହ ଆଲୋଚନା କରି ନିଜର ଦକ୍ଷତା ପ୍ରତିପାଦନ କରିପାରିଛନ୍ତି।
ଏଣୁ ଖୁବ୍ କମ୍ ସମୟ ମଧ୍ୟରେ ଏହି କଲେଜ ଛାତ୍ର ଛାତ୍ରୀ ତଥା ଅବିଭାବକଙ୍କ ବିଶ୍ୱାସ ଜିଣି ପାରିଛି।ବିଭିନ୍ନ ସମୟରେ ଛାତ୍ର ଛାତ୍ରୀଙ୍କ ଶିକ୍ଷା ର ବିକାଶ ପାଇଁ ସେମିନାର ଇତ୍ୟାଦି ଅନେକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ କରି ଦକ୍ଷତା ବୃଦ୍ଧି କରିବାରେ ସହାୟକ ହୋଇଛି। ବୌଦ୍ଧ ଅଞ୍ଚଳର ଅଧିବାସୀ ଏହି କଲେଜ ଖୋଲିଲା ପରେ ଶିକ୍ଷାର ଏକ ନୂତନ ଅଭ୍ୟୁଦୟ ହୋଇଛି ବୋଲି ଚର୍ଚ୍ଚା ଜୋର ଧରିଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031