Indus Valley Times

ବୌଦ୍ଧ ଜିଲ୍ଲାରେ ୩୪ ଜଣ କୃଷକଙ୍କଠାରୁ ୮୭ କୁଇଣ୍ଟାଲ ମାଣ୍ଡିଆକ୍ରୟ

 Breaking News

ବୌଦ୍ଧ ଜିଲ୍ଲାରେ ୩୪ ଜଣ କୃଷକଙ୍କଠାରୁ ୮୭ କୁଇଣ୍ଟାଲ ମାଣ୍ଡିଆକ୍ରୟ

ବୌଦ୍ଧ ଜିଲ୍ଲାରେ ୩୪ ଜଣ କୃଷକଙ୍କଠାରୁ ୮୭ କୁଇଣ୍ଟାଲ ମାଣ୍ଡିଆକ୍ରୟ
February 27
21:51 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୭/୨: ବୌଦ୍ଧ ଜିଲ୍ଲାର କଣ୍ଟାମାଳ ସ୍ଥିତ ଉମା ସମବାୟ ସମିତି ମାଧ୍ୟମରେ ଚଳିତ ବର୍ଷ ପ୍ରଥମଥର ଚାଷୀଙ୍କ ଠାରୁ ମାଣ୍ଡିଆ କିଣା ଯାଇଛି, ଖୁଣ୍ଟିଗୋରା ପଞ୍ଚାୟତ ପ୍ରାଙ୍ଗଣରେ ଆଖପାଖର ଗ୍ରାମର ୩୪ ଜଣ କୃଷକଙ୍କଠାରୁ ପ୍ରାୟ ୮୭ କୁଇଣ୍ଟାଲ କ୍ରୟ ମାନର ମାଣ୍ଡିଆ କିଣା ଯାଇଛି ।
ଆଜିର ମଣ୍ଡିକୁ ସ୍ଥାନୀୟ ସରପଞ୍ଚ ସୁନିତା ମାଝୀ ଓ ଟିଡିସିସି ର ମାର୍କେଟିଙ୍ଗ ମେନେଜର ଉମାକାନ୍ତ ବଳିଆରସିଂ ଉଦଘାଟନ କରିଥିଲେ ।
ଜିଲ୍ଲାରେ ସମୁଦାୟ ୫୧୭ ହେକ୍ଟର ରେ ମାଣ୍ଡିଆ ଚାଷ କରାଯାଇଛି ।
ସରକାରୀ ନ୍ୟୁନତମ ସହଯୋଗୀ ଦର କୁଇଣ୍ଟାଲ ପ୍ରତି ୩୫୭୮ ମୂଲ୍ୟ ଦରରେ ଏକ ହଜାର କୁଇଣ୍ଟାଲ ମାଣ୍ଡିଆ ସରକାର ତିଡିସିସି ମାଧ୍ୟମରେ କ୍ରୟକରିବେ ଓ ମଣ୍ଡିଆ ମଣ୍ଡି ଆୟୋଜନ ରେ ବିଭାଗୀୟ ସହଯୋଗୀଭାବରେ ଜିଲ୍ଲା ନିୟନ୍ତ୍ରିତ ବଜାର ସମିତି, ଜିଲ୍ଲାସମବୟ ସମିତି, ଜିଲ୍ଲାର ସମସ୍ତ ବ୍ୟାଙ୍କ ଅଧିକାରୀ, ପଞ୍ଚାୟତ ଅଧିକାରୀ ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ବୌଦ୍ଧ ଜିଲ୍ଲା ମିଳେଟ୍ସ କ୍ଷୁଦ୍ରଶସ୍ୟ ମିଶନ ର ଅଧିକାରୀ ଦିବ୍ୟଜ୍ୟୋତି ପ୍ରକାଶ କାନ୍ତ ସୂଚିତ କରିଥିଲେ ।
ଚଳିତ ରବି ଋତୁରେ ୧୫୦ ହେକ୍ଟର୍ ଓ ଆସନ୍ତା ଖରିଫ ଋତୁରେ ୧୫୦୦ ହେକ୍ଟର୍ ମଣ୍ଡିଆ ଚାଷ ସମଗ୍ର ଜିଲ୍ଲାରେ କରାଯିବ, ଏହା କ୍ଷ୍ୟୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଏକ ଅୟର ସ୍ରୋତ ହେବ ।
ବୌଦ୍ଧ: ମହୁଲ ମୂଳର ବିକାଶ ପାଇଁ ଜିଲ୍ଲାପାଳଙ୍କ ବୈଠକ
ବୌଦ୍ଧ, ୨୭/୨: ବୌଦ୍ଧ ବ୍ଲକ ବଢିଗାଁ ପଂଚାୟତର ବଲାସିଙ୍ଗା ଗ୍ରାମ ନିକଟରେ ଥିବା ମହିମା ଧର୍ମର ଜ୍ଞାନ ପୀଠ ମହୁଲମୂଳ ମହିମା ପୀଠ ଅବସ୍ଥିତ । ଏହି ପୀଠ ଟି ଅତି ପୁରାତନ ହୋଇଥିଲେ ମଧ୍ୟ ସରକାରଙ୍କ ଦୃଷ୍ଟି ଠିକ ଭାବେ ପଡିପାରିନ ଥିବାରୁ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇପାରିନାହିଁ ।
ଏହାର ଉନ୍ନତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଏକ ବୈଠକ ମହୁଲମୂଳରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ସତ୍ୟରଂଜନ ସାହୁ, ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହଁର, ତହସିଲଦାର ଦେବୀ ପ୍ରସାଦ ଦାସ, ବୌଦ୍ଧଗଡ ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର, ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର କୁମାର ରାଉତ ଯୋଗଦେଇଥିଲେ ମହିମା ଆଶ୍ରମର ସାଧୁ କୁଳଧର ଦାସ, ସାଧୁକୃଷ୍ଣ ଚନ୍ଦ୍ର ଦାସ,ସାଧୁ ମଦନ ଦାସଙ୍କ ସହିତ ଆଲୋଚନା କରିଥିଲେ । ଆଲୋଚନାରେ ଆଶ୍ରମର ବିଭିନ୍ନ ସମସ୍ୟା ସଂପର୍କରେ ଆବଗତ ହୋଇ ସରକାରୀ ସ୍ତରରେ ଚେଷ୍ଠା କରିବା ପାଇଁ ପ୍ରତିଶୃତି ଦେଇ

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031