Indus Valley Times

ବୌଦ୍ଧ: ୯ ଦଫା ଦାବି ନେଇ ପାଚକ ପାଚିକା ମହାସଂଘ ପକ୍ଷରୁ ବିକ୍ଷୋଭ

 Breaking News

ବୌଦ୍ଧ: ୯ ଦଫା ଦାବି ନେଇ ପାଚକ ପାଚିକା ମହାସଂଘ ପକ୍ଷରୁ ବିକ୍ଷୋଭ

ବୌଦ୍ଧ: ୯ ଦଫା ଦାବି ନେଇ ପାଚକ ପାଚିକା ମହାସଂଘ ପକ୍ଷରୁ ବିକ୍ଷୋଭ
November 29
10:14 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୯/୧୧: ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ବୌଦ୍ଧ ଜିଲ୍ଲା ପକ୍ଷରୁ ସଂଘର ୯ ଦଫା ଦାବି ପୂରଣ ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି ।
ପାଚକ ପାଚିକା ମାନଙ୍କୁ ମାସକୁ ୯୭୫୦ ଟଙ୍କା ଦରମା ପ୍ରଦାନ, ଚତୁର୍ଥ ଶ୍ରେଣୀ କର୍ମଚାରୀର ମାନ୍ୟତା ପ୍ରଦାନ, ଚିକିତ୍ସା ଭତ୍ତା ସହିତ ଜୀବନ ବୀମାର ସୁବିଧା ପ୍ରଦାନ, ୨୦୧୮ ମସିହା ଜାନୁଆରୀ ମାସ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଚଳିତ ବର୍ଦ୍ଧିତ ଦରମା ପ୍ରଦାନ, ଏସଏମସି ବାହାର କରିବା ଓ ନିଯୁକ୍ତି କରିବା ବ୍ୟବସ୍ଥାକୁ ସରକାରଙ୍କ ସ୍କୁଲ ବିଭାଗ ସିଧା ସଳଖ ନିୟନ୍ତ୍ରଣରେ ରଖାଯାଉ ।
ଦୈନିକ ମଜୁରୀଆର ସ୍ୱୀକୃତି ଦେଇ ଭବିଶ୍ୟତ ନିଧି ଯୋଜନାରେ ସାମିଲ କରାଯାଉ, ୬୦ ବର୍ଷ ବୟସରୁ ଅଧିକ ବୟସ୍କଙ୍କୁ କାର୍ଯ୍ୟରୁ ଅବ୍ୟାହତ ପରେ ପେନସନ ଲାଗୁ କରାଯାଉ, ପ୍ରତ୍ୟକମାସର ପ୍ରଥମ ସପ୍ତାହରେ ଦରମା ପ୍ରଦାନ କରାଯାଉ, ଖରାଛୁଟିରେ ଦରମା ପ୍ରଦାନ କରାଯାଉ ଆଦି ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲ । ଏକ ବିରାଟ ଶୋଭାଯାତ୍ରାରେ ଆସି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ ।
ବୌଦ୍ଧ: ଷଷ୍ଠ ଗଡଜାତ ଲୋକ ମହୋତ୍ସବ ଶୁଭ ଖୁଣ୍ଟି ସ୍ଥାପନ
ବୌଦ୍ଧ, ୨୯/୧୧: ଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ବିରନରସିଂପୁର ହାଇସ୍କୁଲ ପଡିଆ ଠାରେ ଆସନ୍ତା ଡିସେମ୍ବର୧୫ ତାରିଖରୁ ୧୯ ତାରିଖ ଯାଏଁ ରାଜ୍ୟ ସ୍ତରୀୟ ଷଷ୍ଠ ଗଡଜାତ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନା କରାଯାଇଥିଲା । କାର୍ଯ୍ୟକ୍ରମରେ କର୍ତାଭାବେ କମିଟିର ସଭାପତି ବିଶ୍ୱଜିତ ମିଶ୍ର କାର୍ଯ୍ୟ ସମ୍ପାଦନ କରିଥିବାବେଳେ ପୂଜକ ଚିତରଂଜନ ମିଶ୍ର ପୂଜାକାର୍ଯ୍ୟ ସଂଚାଳନ କରିଥିଲେ ।
କାର୍ଯ୍ୟକ୍ରମରେ ଜିଲ୍ଲା ସୁଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂ, ମହୋତ୍ସବ କମିଟି ଉପଦେଷ୍ଠା ଜୟ କୁମାର ମିଶ୍ର, ପୂର୍ଣ୍ଣଚନ୍ଦ୍ର ଗାଇଗୌରୀଆ, ସପୁର୍ବତନ ସରପଞ୍ଚ ସୁବର୍ଣ୍ଣ ମଲ୍ଲିକ, ରଘୁନାଥ ଷଡଙ୍ଗୀ, ନରେନ୍ଦ୍ର କୁମାର ସାହୁ, ସଂପାଦକ ଦେବାଶିଷ ମହାକୁଳ, ଦେବେନ୍ଦ୍ର ସାହୁ, ପ୍ରଭାତ ନାଏକ, ଶିବାନନ୍ଦ ଆଚାର୍ଯ୍ୟ, ସୁଜ୍ଞାନ ପ୍ରଧାନ, ବିରାଜ ମହାକୁଡଙ୍କ ସମେତ କମିଟିର ଅନ୍ୟାନ କର୍ମକର୍ତା ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ ।
ବୌଦ୍ଧରେ ସାଂସଦ-ସାମନ୍ତ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
ବୌଦ୍ଧ,୨୯/୧୧: ବୌଦ୍ଧ ଜିଲ୍ଲାର ୩ ଗୋଟି ବ୍ଳକର ୩ ଟି ପଞ୍ଚାୟତରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତନନ୍ଦ ସାମନ୍ତଙ୍କ ତତ୍ୱାବଧାନରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ସାମନ୍ତ ସ୍‌ôାସ୍ଥ୍ୟ ଶିବିର ନାମରେ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଆସୁଥିବା ବେଳେ ବୌଦ୍ଧରେ ଭୁବନେଶ୍ୱର ଅଭିଜ୍ଞ ଡାକ୍ତର ମାନଙ୍କୁ ନେଇ ଏହି ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା ।
ବୌଦ୍ଧ ବ୍ଳକର ବ୍ରାହ୍ମଣପାଲି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ,ଓ ହରଭଙ୍ଗା ବ୍ଳକର କରଂଜକଟା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଓ କଂଟମାଳ ବ୍ଳକର ନାରାୟଣପୟସାଦ ପଞ୍ଚାୟତ କାର୍ଯ୍ୟାଳୟରେ ଏକକାଳିନ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ସହ ମାଗଣା ଔଷଧ ବଣ୍ଟନ କରାଯାଇଥିଲା ।
ଏହି ସ୍ୱାସ୍ଥ୍ୟ ସେବାରେ ବ୍ରାହ୍ମଣପାଲି ଠାରେ ବରିଷ୍ଠ ଡ. ପ୍ରଦୀପ କିଶୋର ଖୁଣ୍ଟିଆ, ଡ, ଆକାଶ ସଚନ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ନାରାୟଣ ପ୍ରସାଦ ଠାରେ ଡ. ସର୍ବଜିତ ମହାପାତ୍ର, ଆୟୁଷ ଗର୍ଗ ସ୍ୱାସ୍ଥ୍ୟ ପରିକ୍ଷା କରିଥିଲେ । ସେହିପରି କରଂଜକଟା ଠାରେ ଡ. ସମ୍ବିତ କୁମାର ବଢଲ, ଡ. ଚକୁରୀ ଧରାନିଶ,ଡ. ତପନ ବେହେରା ସ୍ୱାସ୍ଥ୍ୟ ପରିକ୍ଷା କରିଥିଲେ ।
ଏହି ୩ ଗୋଟି ସ୍ୱାସ୍ଥ୍ୟ ଶିବିରରେ ଜିଲ୍ଲାର ୧୦୦୦ ଜଣ ରୋଗୀ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ମାଗଣା ଔଷଧ ପାଇଥିଲେ । ଶିବିର ଗୁଡିକରେ କନ୍ଧମାଳ ସାଂସଦ୍ ପ୍ରତିନିଧି ତାରେଣୀ କୁମାର ମହାପାତ୍ର , ଶମ୍ଭୁ ପ୍ରସାଦ ସାହୁ, ନିଳାଞ୍ଚଳ ଭୋଇ, ସରପଞ୍ଚ ଶ୍ରୀବନ୍ତ ମେହେର, ସନ୍ତୋଷ ନାଗ, ସରପଞ୍ଚ ନିହାର କୁମାର ଘୋଷ, ଅରୁଣ ବାଘ , ମୁରଲି ସେଠୀ ପ୍ରମୁଖ ସହଯୋଗ କରିଥିଲେ ।
କିମସ ଫାର୍ମଷିଷ୍ଟ, ଆଟେଣ୍ଡାଟ, ଓ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ । ଏହି ସାଂସଦ ସାମନ୍ତ ସ୍ୱାସ୍ଥ୍ୟ ଶିବିର ପ୍ରତ୍ୟକ ମାସରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ସହ କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମୀଧର ବେହେରା ପକ୍ଷରୁ ସୁଚନା ଦିଆଯାଇଥିଲା ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031