Indus Valley Times

ବୌଦ୍ଧଜିଲ୍ଲାର ଶତାଧିକ ସ୍ଥାନରେ ବୁଦ୍ଧ ଜୟନ୍ତୀ ଅନୁଷ୍ଠିତ

 Breaking News

ବୌଦ୍ଧଜିଲ୍ଲାର ଶତାଧିକ ସ୍ଥାନରେ ବୁଦ୍ଧ ଜୟନ୍ତୀ ଅନୁଷ୍ଠିତ

May 13
10:20 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ ,୧୩/୫ :ସମଗ୍ର ଭାରବର୍ଷରେ ମହାପ୍ରଭୁ ବୁଦ୍ଧ ଙ୍କ ନାମରେ ନାମିତ ଏକମାତ୍ର ଜିଲ୍ଲା ବୌଦ୍ଧ ଜିଲ୍ଲା ନାମକରଣ ହୋଇଛି ।
ସୋମବାର ପରମ କାରୁଣିକ ଭଗବାନ ବୁଦ୍ଧଙ୍କ ୨୫୬୯ତମ ଜୟନ୍ତୀ ଜିଲ୍ଲା ପ୍ରଶାସନ ଓ ବୁଦ୍ଧ ଜୟନ୍ତୀ କମିଟିର ମିଳିତ ଆନୁକୁଲ୍ୟରେ ପାଳନ କରାଯାଇଛି ।
ସକାଳ ୮ ଘଟିକା ସମୟରେ ରାଜବାଟି ନିକଟସ୍ଥ ଐତିହାସିକ ବୁଦ୍ଧ କୀର୍ତ୍ତିରାଜି ଠାରେ ପଣ୍ଡିତ ମିନୁପ୍ରସାଦ ମିଶ୍ରଙ୍କ ଦ୍ଵାରା ପୂଜା ଧ୍ଵଜା ଅନୁଷ୍ଠିତ ହୋଇଥିଲା କ୍ଷ ଏଥିରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ପୁର୍ବତନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ତାଙ୍କ ଧର୍ମପତ୍ନୀ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ବୁଦ୍ଧ ଜୟନ୍ତୀ କମିଟିର ଆବାହକ ଦେବାଶିଷ ପୁରୋହିତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତକ୍ଷକାନ୍ତି ବଳିୟାର ସିଂହ ଯୋଗଦେଇ ପୁଷ୍ପମାଲ୍ୟ ଓ ଶ୍ରିଫଳ ଅର୍ପଣ କରିଥିଲେ । ବୌଦ୍ଧ ନାମକରଣ ସମ୍ପର୍କରେ ଗବେଷକ ବିଶ୍ୱେଶ୍ଵର ପୃଷ୍ଟି ବୁଦ୍ଧ ଙ୍କ ର ସମୀକ୍ଷା କରିଥିଲେ ।
ସହରର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ସ୍ଥାପିତ ବୁଦ୍ଧ ମୂର୍ତ୍ତି ସଂପୃକ୍ତ ବ୍ୟକ୍ତି ବିଶେଷ ମାନଙ୍କ ଦ୍ଵାରା ପାଳନ ହୋଇଯାଇଛି । ପରେ ପରେ ଗମ୍ଭାରୀପଦର , ଶ୍ୟାସୁନ୍ଦରପୁର, ପରଗଲପୁର ଠାରେ ବୁଦ୍ଧ ଜୟନ୍ତୀ ଉତ୍ସବ ପାଳନ କରିବା ପରେ ରାମଗଡ଼ ପଞ୍ଚାୟତ ଠାରେ ନୂତନ ଭାବେ ନିର୍ମାଣ ହୋଇ ସମ୍ପୂର୍ଣ୍ଣ ହୋଇଥିବା ବୁଦ୍ଧ ଓ ଗଣେଶଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା ।
ଏଥିରେ ଗୋଷ୍ଠୀ ଅଧିକାରୀ ଶରତ କୁମାର ସେଠୀ,ସରପଞ୍ଚ ରାମଗଡ ପଂଚାୟତ ପ୍ରଭାସିନୀ ଯୋଶୀ, ପିଇଓ ବସନ୍ତ କୁମାର କର୍ଣ୍ଣ, ସମାଜସେବୀ ଶୁଭେନ୍ଦୁ କୁମାର ଯୋଶୀ, ପୂଜକ ବିଭୁତି ଭୂଷଣ ଯୋଶୀ, ପଂଚାୟତ ର ସମସ୍ତ କର୍ମଚାରୀ, ସମିତି ସଭ୍ୟ ରଶ୍ମିତା ମଲ୍ଲିକ,ପୂଜକ ମିନୁ ପ୍ରସାଦ ମିଶ୍ର,ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ରୁର କୁମାର ଯାନୀ, ପ୍ରଧାନ ଶିକ୍ଷକ, କମିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସୁଶାନ୍ତ କୁମାର ମହାପାତ୍ର, ସଭାପତି, ଜ଼ିଲ୍ଲା ସାମ୍ବାଦିକ ସଂଘ ଦେବାଶିଷ ପୁରୋହିତ,ଗମ୍ଭାରୀ ପଦର, ଶ୍ୟାମସୁନ୍ଦରପୁର ଏବଂ ପର୍ଗଲପୁର, ରାମଗଡ଼ ପଂଚାୟତ ର ଗ୍ରାମବାସୀ, ବୁଦ୍ଧ କମିଟି ର ସଭ୍ୟ ବୃନ୍ଦ ଉପସ୍ଥିତ ଥିଲେ ।
ମନମୁଣ୍ଡା ବୁଦ୍ଧ ଜୟନ୍ତୀ କମିଟି ପକ୍ଷରୁ ବୌଦ୍ଧ ଜିଲ୍ଲା ପ୍ରବେଶ ପଥରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି ।
ସଭାପତି ବୈଦ୍ୟନାଥ ହୋତା,ଉପ ସଭାପତି ଅକ୍ରୁର ବେହେର, ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନ ଓ ସହ ସଂପାଦକ ବିକ୍ରମ ସାହୁ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930