Indus Valley Times

ବୌଦ୍ଧରେ ରଥଯାତ୍ରା, ବଡ ଦାଣ୍ଡ ପାଲଟିଲା ଜନସମୁଦ୍ର

 Breaking News

ବୌଦ୍ଧରେ ରଥଯାତ୍ରା, ବଡ ଦାଣ୍ଡ ପାଲଟିଲା ଜନସମୁଦ୍ର

July 03
10:57 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩/୭: ବୌଦ୍ଧ ଗଡଜାତର ରାଜରାଜୁଡା ଅମଳରୁ ରଥଯାତ୍ରା ପାଳନ ହୋଇଆସୁଛି । ରଥଯାତ୍ରା ଏକ ମୁଖ୍ୟ ପର୍ବ ହୋଇଥିବା ବେଳେ ଏହାକୁ ଗଣପର୍ବ ଭାବେ ପାଳନ କରାଯାଉଅଛି । ଦୀର୍ଘ ଦୁଇ ବର୍ଷ କୋରନା କଟକଣା ଯୋଗୁଁ ରଥଯାତ୍ରା ସଂପୁର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ କେବେଳ ବିଧି ରକ୍ଷା ପାଇଁ ମନ୍ଦିର ଭିତରେ ଭକ୍ତ ବିହିନ ନୀତିକାନ୍ତି କରାଯାଇଥିଲା ।
ଚଳିତ ବର୍ଷ ରଥଯାତ୍ରା ପାଇଁ ବଡଦାଣ୍ଡକୁ ରଙ୍ଗୋଲି ଚିତ୍ରରେ ରେ ସଜ୍ଜିତ କରାଯାଇଥିଲା । ସକାଳେ ପହଣ୍ଡି ପାଇଁ ବ୍ରାହ୍ମଣ ଓ ସଂକୀର୍ତ୍ତନ ମଣ୍ଡଳୀ ସମାବେଶ ହେବା ପରେ ପହଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ବ୍ରାହ୍ମଣମାନେ ତିନି ଠାକୁରଙ୍କୁ ପହଣ୍ଡିକରି କରିଥିଲେ । ପହଣ୍ଡି ସମୟରେ ଶଙ୍ଖ, ଘଣ୍ଟ , ମୃଦଙ୍ଗର ତାଳେ ତାଳେ ପ୍ରଭୁ ଝୁଲି ଝୁଲି ଗୋଟି ପହଣ୍ଡିରେ ଆସିଥିବା ବେଳେ ପହଣ୍ଡି ସମୟରେ ବାଟ ଭୋଗ ହୋଇଥିଲା ।
ପ୍ରଥମେ ସୁଦର୍ଶନଙ୍କୁ ରଥାରୁଢ କରିବା ପରେ ପହଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରଥଯାତ୍ରା ପାଇଁ ପ୍ରଭୁଙ୍କ ପହଣ୍ଡି ଓ ରଥଟଣା ସମୟରେ ଗେହ୍ଳାମା କଳାନିକେତନର କଳାକାର ମାନଙ୍କ ପକ୍ଷରୁ ମାହାରି ନୃତ୍ୟୁ ପରିବେଷଣ ହୋଇଥିଲା । ରଥଖଳାରେ ଠାକୁର ମାନେ ପହଞ୍ôଚବାପରେ ଚାରିବେଢା ପରିକ୍ରମା କରିବା ପରେ ଅପରାହ୍ନ ସମୟରେ ରଥ ଉପରକୁ ମହାପ୍ରଭୁ ବିଜେ କରିଥିଲେ । ବୌଦ୍ଧ ରଥଯାତ୍ରାରେ ଏକ ଭିନ୍ନ ପରମ୍ପରା ରହିଛି ରଥଛୁଆଁ ।
ତିନି ଠାକୁର ରଥକୁ ଚଢିବା ପରେ ଛୋଟ ଛୋଟ ଛୁଆଙ୍କୁ ରଥ ଉପରେ ପ୍ରଭୁଙ୍କୁ ପାଖରେ ରଥ ଛୁଆଁଇଲେ ,ଏହା ସେମାନଙ୍କର ମଙ୍ଗଳ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହାପରେ ରଥ ଉପରେ ଛେରାପହଁରା ବୌଦ୍ଧ ରାଜା ସମାପନ କରିଥିଲେ । ଛେରା ପହଁରା ଓ ରଥ ଛୁଆଁ ସରିବା ପରେ ରଥଟଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସେହିପରି ସହରର ପୋଡା ପୋଡା ହରିଗୁଢି ଜଗନ୍ନାଥଙ୍କ ମଧ୍ୟ ରଥ ଟଣା ହୋଇଥିଲା ।
ସାହି ବାସିନ୍ଦାଙ୍କ ମିଳିତ ସହଯୋଗରେ ପାଳିତ ହୋଇ ଆସୁଥିବା ରଥଯାତ୍ରାରେ ଏକ ବିଶେଷତ୍ୱ ହେଲା ଏହି ରଥକୁ କେବଳ ମହିଳା ଭକ୍ତ ମାନେ ଟାଣନ୍ତି । ବଡ ଦାଣ୍ଡରେ ରଥ ଟଣା ହେଉଥିବା ସମୟରେ ବିଭିନ୍ନ ଛକ ମାନଙ୍କରେ ପ୍ରଭୁଙ୍କୁ ପୋଡପିଠା, ବିଭିନ୍ନ ଭୋଗ ଭକ୍ତ ମାନେ ଅର୍ପଣ କରୁଥିଲେ । ଉଭୟ ରଥ ଆଗ ପଛ ହୋଇ ଗୋଟିଏ ଜାଗାରେ ଥିବା ମାଉସୀ ମା ମନ୍ଦିରକୁ ଯାଇଥିଲେ । ରଥ ବଡଦାଣ୍ଡରେ ଗଡି ମାଉସୀମା ଘରେ ପହଞ୍ôଚବା ପରେ ରଥରୁ ପ୍ରଭୁଙ୍କୁ ପହଣ୍ଡି କରାଯାଇ ମାଉସୀମା ଘରେ ମହାପ୍ରଭୁଙ୍କୁ ବିଜେ କରାଇଥିଲେ । ରଥଯାତ୍ରା ପାଇଁ ପାଗ ଅନୁକୁଳ ଥିବା ବେଳେ ହଜାର ହଜାର ଭକ୍ତଙ୍କ ସମାଗମ ହେବାସହ ରଥ ଟାଣି ଥିଲେ ।
ଶାନ୍ତି ଶୃଙ୍ଖଳା ପାଇଁ ବୌଦ୍ଧ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତ ଥିବା ସହ ଶାନ୍ତିଶୃଙ୍ଖଳା ସହ ରଥ ଯାତ୍ର ସଂପନ୍ନ ହୋଇଥିଲା । ଯାତ୍ରା ସମୟରେ ପ୍ରଶାସନିକ ଅଧିକାରୀ ମାନେ ସମସ୍ତ କାର୍ଯ୍ୟକୁ ତଦାରଖ କରୁଥିବାବେଳେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଠାକୁରଙ୍କର ସମସ୍ତ ନୀତି ସମ୍ପର୍ଣ୍ଣ କରାଯାଇଥିଲା ।
ସେହିପରି ପାତାଳି ଶ୍ରୀକ୍ଷେତ୍ରରେ ମଧ୍ୟ ରଥଯାତ୍ରା ପାଳିତ ହେବାସହ ଜିଲ୍ଲାର ପୁରୁଣାକଟକ, ଠିଡିକାଯୋର, ହରଭଙ୍ଗା, କୁଶଙ୍ଗ, ମନମୁଣ୍ଡା, କଣ୍ଟା ମାଳ ରେମଧ୍ୟ ରଥଯାତ୍ରା ପାଳିତ ହୋଇଅଛି । ଶନିବାର ଜିଲ୍ଲାର ଅନେକ ଗ୍ରାମରେ ବାସି ରଥଯାତ୍ରା ପାଳିତ ହୋଇଛି ।
ନବବଧୂ ମୃତ୍ୟୁ ଘଟଣା :ସ୍ୱାମୀ ଓ ଶାଶୁ ଗିରଫ, କୋର୍ଟ ଚାଲାଣ
ବୌଦ୍ଧ,୩/୭: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ମହାଲିକପଡା ପଞ୍ଚାୟତର ତଇଲାସାହି ଗ୍ରାମରେ ନବବଧୂ ମୃତ୍ୟୁ ଘଟଣାରେ ଶୁକ୍ରବାର ଦିନ ସ୍ୱାମୀ ଓ ଶାଶୁଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ସୁଚନା ମୁତାବକ, କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନାର ବାରିହାଗୁଡା ଗ୍ରାମର ପ୍ରଶାନ୍ତ କୁମାର ସାହୁଙ୍କ ଝିଅ ମଧୁସ୍ମିତା ସାହୁଙ୍କୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନାର ତଇଳାସାହିର ସୁମନ୍ତ ସାହୁଙ୍କ ବଡପୁଅ ପ୍ରଭାତ ସାହୁଙ୍କୁ ଗତ ୨୧.୬.୨୦୨୨ ରିଖରେ ବିବାହ କରିଥିଲା । କିନ୍ତୁ ଗତ ୨୯.୬.୨୦୨୨ ରିଖ ଦିନ ଅପରାହ୍ନରେ ମୃତ୍ୟୁ ଘଟିଥିଲା । ମଧୁସ୍ମିତାର ଶାଶୁ ଘରଙ୍କ କହିବା ଅନୁସାରେ ମଧୁସ୍ମିତା ଆତ୍ମହତ୍ୟା ଦଉଡି ଦେଇ କରିଥିବା ବେଳେ କିନ୍ତୁ ମଧୁସ୍ମିତାଙ୍କ ପରିବାର ପକ୍ଷରୁ ତାକୁ ମାରିଦିଆଯାଇଥିବା ନେଇ ହରଭଙ୍ଗା ଥାନାରେ ଗତ ଗୁରୁବାର ଦିନ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ହରଭଙ୍ଗା ଥାନା ପକ୍ଷରୁ ଥାନା କେସ ନଂ ୫୨/୨୨ ରେ ଏକହତ୍ୟା ମାମଲା ରୁଜୁ କରି ଶବକୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଥିଲେ । ଶୁକ୍ରବାର ଦିନ ହରଭଙ୍ଗା ପୋଲିସ ପକ୍ଷରୁ ସ୍ୱାମୀ ପ୍ରଭାତ ଓ ଶାଶୁ ସୁବାସିନୀ ସାହୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।
ବଘିଆପଡା ସେକ୍ସନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ବୌଦ୍ଧ,୩/୭:ବୌଦ୍ଧ ରେଞ୍ଜ ଅନ୍ତର୍ଗତ ବଘିଆପଡା ସେକ୍ସନ ଅନ୍ତର୍ଗତ ବାଙ୍କମୁଣ୍ଡି ସଂରକ୍ଷିତ ଜଙ୍ଗଲ ର କମ୍ପାଟ୍ ମେଣ୍ଟ ୮ ଠାରେ ବଘିଆପଡା ବନ ବିଭାଗ ପକ୍ଷରୁ ୭୩ତମ ବନ ମୋହଉତ୍ସବ ପାଳିତ ହବା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ବନପାଳ ଏମ ପ୍ରସାଦ ରାଓଙ୍କ ନେତୃତ୍ୱରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବଘିଆପଡା ସରପଞ୍ଚ ଅନୁଯାଦୀପ, ସମିତିସଭ୍ୟା ମୀରା ପାଣିଗିରି, ବଘିଆପଡା ଓଡିଶା ଷ୍ଟେଟ ବ୍ରିଗେଡ଼ ସ୍କୁଲ ର
ସମ୍ପାଦକ ଶ୍ରୀକାନ୍ତ କୁମାର ସାହୁ ,ସାମ୍ବାଦିକ ରାଜେଶ କୁମାର ଜେନା, ବନରଖି ସୁଶାନ୍ତକୁମାର ସାହୁ ,ବନରଖି ସନ୍ତୋଷ ମଲ୍ଲିକ ଓ ବେରେଡବାଡି ବନ ସୁରକ୍ଷା କମିଟିର ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ୧୦ ପ୍ରକାର ବିଭିନ୍ନ କିସମ ବୃକ୍ଷ ରୋପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031