Indus Valley Times

ବୌଦ୍ଧରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

 Breaking News

ବୌଦ୍ଧରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

November 02
11:10 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨/୧୧ : ଭାରତର ଲୌହ ମାନବ ସର୍ଦାର ବଲ୍ଳଭ ଭାଇ ପଟେଲଙ୍କ ପବିତ୍ର ଜନ୍ମତିଥି ଅବସରରେ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ମେରା ଯୁବା ଭାରତର ମିଳିତ ଆନୁକୂଲ୍ୟରେ ଜିଲ୍ଲପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ଯୋଗଦେଇ ରାଷ୍ଟ୍ରୀୟ ସଂହତି ଓ ଏକତା ପ୍ରସଙ୍ଗରେ ସମସ୍ତଙ୍କୁ ଅବଗତ କରାଇ ଶପଥ ପାଠ କରାଇଥିଲେ ।
ସମ୍ମାନିତ ଅତିଥି ଭାବେ ଉପ-ଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ସହକାରୀ ଜିଲ୍ଲାପାଳ ଶରତ କୁମାର ମିଶ୍ର, ଅତିରିକ୍ତ ତହସିଲଦାର ମହମ୍ମଦ ରାଜେ ରସୁଲ, ମିଶନ ଶକ୍ତି ର ଜିଲ୍ଲା ପ୍ରକଳ୍ପ ଅଧକାରୀ,ରଶ୍ମି ରଞ୍ଜନ ସେଠୀ, ନେହେରୁ ଯୁବ କେନ୍ଦ୍ର ଡିଜି ନୋମିନି ଦେବାଶିଷ ପୁରୋହିତ ପ୍ରମୁଖ ଯୋଗଦେଇ ରାଷ୍ଟ୍ରୀୟ ଏକତା ଦିବସ ଓ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ବୀରତ୍ୱ, ସାହାସିକତା, ଏକତା,ପ୍ରତିଜ୍ଞକ୍ଷବଦ୍ଧତା, ତାଙ୍କର ଦୁରଦୃଷ୍ଟି ଓ ଜୀବନୀ ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ମେରା ଭାରତର ର ଜ଼ିଲ୍ଲା ସଂଯୋଜକ ଆସମାନ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଶପଥ ପାଠ ସଭାରେ ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲୋଚନ ପୃଷ୍ଟି, ଜ଼ିଲ୍ଲା ପଂଚାୟତ ଅଧିକାରୀ ମନୋରଞ୍ଜନ ମହାନ୍ତି, ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଭଗବାନ ଯାନୀ, ନେହେରୁ ଯୁବ କେନ୍ଦ୍ର ର ସ୍ବେଛାସେବୀ ସୁଧୀର ଦୀପ,ବହୁ ରେଭିନ୍ୟୁ ଇନସ୍ପେକ୍ଟର, ବରିଷ୍ଠ ରାଜସ୍ୱ ସହାୟକ,କନିଷ୍ଠ ରାଜସ୍ବ ସହାୟକ ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ । ।
ବୌଦ୍ଧ : ଦୁର୍ନୀତି ନିବାରଣ ଶାଖା ଏବଂ ଜ଼ିଲ୍ଲା ପ୍ରଶାସନ ପକ୍ଷ ରୁ ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ଏକ ସଚେତନତା ରା଼ଲି ଅନୁଷ୍ଠିତ
. ବୌଦ୍ଧ, ୨/୧୧ : ଜ଼ିଲ୍ଲା ଦୁର୍ନୀତି ନିବାରଣ ଶାଖା ଏବଂ ଜ଼ିଲ୍ଲା ପ୍ରଶାସନ ପକ୍ଷ ରୁ ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ଏକ ସଚେତନତା ରା଼ଲି ଅନୁଷ୍ଠିତ ହୋଇଯାଇଛି କ୍ଷ ଏହି ରା଼ଲି କୁ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ ।
ଏହି ଶୋଭାଯାତ୍ରା ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରୁ ବାହାରି ୱାରଲେ ସ ଛକ, ବାଘଗୁଡା ଛକ ଦେଇ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ରେ ପହଂଚି ଥିଲା । ଏହି କାର‌୍ୟ୍ୟକ୍ରମ ରେ ଡ଼ି. ଏସ. ପି. ଆନନ୍ଦ କୁମାର ଡୁଙ୍ଗଡୁଙ୍ଗ, ଉପ ଆରକ୍ଷୀ ଅଧିକ୍ଷକ, ଦୁର୍ନୀତି ନିବାରଣ ଶାଖା, ବୌଦ୍ଧ ସୁରେଶ କୁମାର କଁହର, ଇନସ୍ପେକ୍ଟର ଜଗବନ୍ଧୁ ଅଙ୍ଗାରିଆ, ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲୋଚନ ପୃଷ୍ଟି,ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ,ଡ଼ି. ପି ସି. ମିଶନ ଶକ୍ତି ତଥା ଡ଼ି. ପି. ଏମ., ଓ. ଏଲ. ଏମ. ରଶ୍ମି ରଞ୍ଜନ ସେଠୀ, ଭିଜିଲାନ୍ସ ଏବଂ ମିଶନ ଶକ୍ତି କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ମିଶନଶକ୍ତି ର ଶତାଧି କ ସଦସ୍ୟା, ବୌଦ୍ଧ ବ୍ଲକ ସ୍ତରୀୟ ମିଶନ ଶକ୍ତି ର କର୍ମକର୍ତ୍ତା, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ର ଏନ. ସି. ସି. କ୍ୟାଡେଟ ଏବଂ ଛାତ୍ରଛାତ୍ରୀ, ଡ଼ାଏଟ ର ଛାତ୍ରଛାତ୍ରୀ ପ୍ଲା କାର୍ଡ, ବ୍ୟାନର ଧରି ବୌଦ୍ଧ ସହର ପରିକ୍ରମା କରି ଦୁର୍ନୀତି ବିରୁଦ୍ଧରେ ସଚେତନତା ର ବାର୍ତ୍ତା ପ୍ରଚାର କରିଥିଲେ ।
ଏକ ସଚେତନତା ରଥ, ପି ସି ଆର ଭ୍ୟାନ, ଆମ୍ବୁଲାନ୍ସ ଟିମ ଏବଂ ଗାଡି ମଧ୍ୟ ରା଼ଲି ରେ ସାମିଲ ଥିଲେ । ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ପଣ୍ଡା ଙ୍କ ସମେତ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମଧ୍ୟ ଶୋଭାଯାତ୍ରା ରେ ଯାଇ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ରେ ପହଂଚି ଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930