Indus Valley Times

ଗୁରୁଶିଷ୍ୟ ସମ୍ପର୍କର ପବିତ୍ର ଦିନ, ଛାତ୍ରଛାତ୍ରୀଙ୍କ ଜୀବନ ଗଠନରେ ବଡ ମାର୍ଗଦର୍ଶକ

 Breaking News

ଗୁରୁଶିଷ୍ୟ ସମ୍ପର୍କର ପବିତ୍ର ଦିନ, ଛାତ୍ରଛାତ୍ରୀଙ୍କ ଜୀବନ ଗଠନରେ ବଡ ମାର୍ଗଦର୍ଶକ

ଗୁରୁଶିଷ୍ୟ ସମ୍ପର୍କର ପବିତ୍ର ଦିନ, ଛାତ୍ରଛାତ୍ରୀଙ୍କ ଜୀବନ ଗଠନରେ ବଡ ମାର୍ଗଦର୍ଶକ
September 05
11:01 2025

ଭୁବନେଶ୍ୱର, ୫/୯ : ଛାତ୍ର-ଛାତ୍ରୀମାନଙ୍କୁ ଏକ ଆଦର୍ଶ ନାଗରିକ ରୂପେ ତିଆରି କରିବାରେ ଶିକ୍ଷକଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ରହିଥାଏ । ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଆଲୋକ ଭଳି ସଠିକ ରାସ୍ତା ଦେଖାନ୍ତି ଯିଏ ସେ ହେଉଛନ୍ତି ଗୁରୁ । ଭଗବାନଙ୍କ ନିକଟରେ ପହଁଚିବାର ମାର୍ଗ ହେଉଛ୍ତି ଗୁରୁ ।
ମା’ ବାପାଙ୍କ ପରେ ଗୁରୁ ହିଁ ଆମର ମାର୍ଗଦର୍ଶକ ସାଜନ୍ତି। ଆମକୁ ଅନେକ ଶିକ୍ଷା ଦିଅନ୍ତି ଆଉ ବେଳେବେଳେ ଶୃଙ୍ଖଳିତ କରିବା ପାଇଁ କଠୋର ଅନୁଶାସନରେ ଯିଏ ରଖନ୍ତି ସେ ହେଉଛନ୍ତି ଗୁରୁ।
ଗୁରୁଙ୍କ ପ୍ରତି ସମ୍ମାନ ଓ ଭକ୍ତି ପ୍ରଦର୍ଶନ ପର୍ବ ହେଉଛି ଗୁରୁ ଦିବସ । ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ସମ୍ମାନରେ ଗୁରୁ ଦିବସ ପାଳନ କରାଯାଏ । ସାରା ଦେଶ ପାଳନ କରୁଛି ଗୁରୁ ଦିବସ ।
ବିଭିନ୍ନ ଶିକ୍ଷାଅନୁଷ୍ଠାନରେ ଆଜି ଛାତ୍ରଛାତ୍ରି ନିଜ ନିଜ ଶିକ୍ଷକଙ୍କ ସମ୍ମାନରେ ଧୁମଧାମରେ ପାଳନ କରୁଛନ୍ତି ଗୁରୁ ଦିବସ । ଆଜି ଭାରତର ପ୍ରଥମ ଉପ-ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ ।
ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଜନ୍ମ ଦିବସ ଅବସରରେ ତାଙ୍କ ସ୍ମୃତିରେ ସମଗ୍ର ଭାରତରେ ଆଜିର ଦିନ (୫ ସେପ୍ଟେମ୍ବର) ରେ ଗୁରୁ ଦିବସ ରୂପେ ପାଳନ କରାଯାଏ।
ଗୁରୁ ଦିବସର ଇତିହାସ:
ଛାତ୍ର-ଛାତ୍ରୀମାନଙ୍କୁ ଏକ ଆଦର୍ଶ ନାଗରିକ ରୂପେ ତିଆରି କରିବାରେ ଶିକ୍ଷକଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ରହିଥାଏ। ଯେତେବେଳେ ଡା. ସର୍ବପଲ୍ଲୀ ରାଧାକ୍ରିଷ୍ଣ ଜନ୍ମଦିନ ପାଳନ କରିବା ପାଇଁ ତାଙ୍କ ସାଙ୍ଗମାନେ ଆୟୋଜନ କରିବା ପାଇଁ କହିଥିଲେ ସେହି ସମୟରେ ସର୍ବପଲ୍ଲୀ ରାଧାକ୍ରିଷ୍ଣ କହିଥିଲେ ତୁମେ ସବୁ ମୋ ଜନ୍ମଦିନ ପାଳନ କରିବା ପାଇଁ ଚାହୁଁଛ ଏହା ସବୁଠାରୁ ଖୁସିର କଥା କିନ୍ତୁ ଏହି ଦିନକୁ ଯଦି ଆମେମାନେ ଶିକ୍ଷା କ୍ଷେତ୍ରରେ ଯୋଗଦାନ, ସମର୍ପଣ ଏବଂ ଶିକ୍ଷକମାନଙ୍କ ପରିଶ୍ରମକୁ ସମ୍ମାନିତ କରି ତାଙ୍କ ଉଦ୍ଦେଶ୍ୟରେ ପାଳନ କରିବା ତେବେ ମୁଁ ଆହୁରି ଖୁସି ହେବି। ତାଙ୍କର ଏହି ଇଛାକୁ ଧ୍ୟାନରେ ରଖି ୧୯୬୨ ମସିହାରୁ ସେପ୍ଟେମ୍ବର ମାସ ୫ ତାରିଖ ଦିନ ସମଗ୍ର ଭାରତ ବର୍ଷରେ ଶିକ୍ଷକ ଦିବସ ପାଳନ କରାଯାଇଥାଏ।
୧୮୮୮ ମସିହା ସେପ୍ଟେମ୍ବର ୫ ତାରିଖରେ ତାମିଲନାଡୁର ତିରୁଟ୍ଟନୀଠାରେ ଜନ୍ମଗ୍ରହଣ କରିଥିଲେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ। ତାଙ୍କର ପାଠପଢା ଆରମ୍ଭ ହୋଇଥିଲା ଖ୍ରୀଷ୍ଟିଆନ୍ ମିସନାରୀ ସ୍କୁଲରୁ ।
୧୯୦୯ରେ ରାଧାକ୍ରିଷ୍ଣନଙ୍କୁ ମାଡ୍ରାସ ପ୍ରେସିଡେନ୍ସି ମହାବିଦ୍ୟାଳୟରେ ଦର୍ଶନ ବିଭାଗର ଅଧ୍ୟାପକ ଭାବେ ନିଯୁକ୍ତି କରାଯାଇଥିଲା ।ମୁଖ୍ୟତଃ ଭାରତୀୟ ଦର୍ଶନ ଶାସ୍ତ୍ର ଏବଂ ଧର୍ମଶାସ୍ତ୍ର ଅଧ୍ୟୟନରେ ନିଜକୁ ନିୟୋଜିତ ରଖିଥିଲେ ରାଧାକ୍ରିଷ୍ଣନ । ୧୯୧୮ରେ ରାଧାକ୍ରିଷ୍ଣନ ମହୀସୂର ବିଶ୍ବବିଦ୍ୟାଳୟରେ ଦର୍ଶନ ବିଭାଗର ପ୍ରଫେସର ଭାବେ ନିଯୁକ୍ତ ହୋଇଥିଲେ ।
ତାହାପରେ କଲିକତା ବିଶ୍ବବିଦ୍ୟାଳୟ, ଲଣ୍ଡନର ହାର୍ଭାଡ୍ ବିଶ୍ବବିଦ୍ୟାଳୟ, ମାଂଚେଷ୍ଟର ବିଶ୍ବବିଦ୍ୟାଳୟ ଓ ଶେଷରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ଶିକ୍ଷାଦାନ କରିଥିଲେ ରାଧାକ୍ରିଷ୍ଣନ । ୧୯୪୯ରେ ସୋଭିଏତ ଋଷିଆକୁ ଭାରତୀୟ ରାଷ୍ଟ୍ରଦୂତ ଭାବେ ପ୍ରେରିତ ହୋଇଥିଲେ ଏବଂ ୧୯୫୪ରେ ତାଙ୍କୁ ମିଳିଥିଲା ସମ୍ମାନଜନକ ଭାରତ ରତ୍ନ । ଭାରତୀୟ ଦର୍ଶନ,ଧର୍ମ-ଦର୍ଶନ, ତୁଳନାତ୍ମକ ଧର୍ମ-ଦର୍ଶନ ଓ ନୀତିଶିକ୍ଷା ଆଦିରେ ଶିକ୍ଷାଦାନ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଥିଲେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930