Indus Valley Times

ବ୍ୟକ୍ତିଗତ ଫଟୋ ସେୟାର କରିବାକୁ ନେଇ ଝଗଡ଼ା ଲାଗିଲେ ଆଇଏଏସ ଓ ଆଇପିଏସ ଅଧିକାରୀ

 Breaking News

ବ୍ୟକ୍ତିଗତ ଫଟୋ ସେୟାର କରିବାକୁ ନେଇ ଝଗଡ଼ା ଲାଗିଲେ ଆଇଏଏସ ଓ ଆଇପିଏସ ଅଧିକାରୀ

ବ୍ୟକ୍ତିଗତ ଫଟୋ ସେୟାର କରିବାକୁ ନେଇ ଝଗଡ଼ା ଲାଗିଲେ ଆଇଏଏସ ଓ ଆଇପିଏସ ଅଧିକାରୀ
February 20
18:43 2023

କର୍ଣ୍ଣାଟକ,୨୦/୨: କର୍ଣ୍ଣାଟକ ଅମଲା ସଂଘରେ କମ୍ପନ। ଜଣେ ଆଇଏଏସ୍ ଓ ଜଣେ ଆଇପିଏସ ଅଫିସରଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଏବେ କର୍ଣ୍ଣାଟକ ପାୱାର କରିଡରରେ ହଟଚମଟ ସୃଷ୍ଟି କରିଛି।
ବ୍ୟକ୍ତିଗତ ମାମଲାକୁ ନେଇ ଏହି ଦୁଇ ଅଫିସରଙ୍କ ମଧ୍ୟରେ ଉପୁଜିଥିବା କଳହ ଏବେ ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇଛି। ସମ୍ପୃକ୍ତ ୨ ଅଫିସରଙ୍କ ଅସଭ୍ୟ ଆଚରଣ ପାଇଁ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ଗୃହମନ୍ତ୍ରୀ ଚେତାବନୀ ଦେଇଛନ୍ତି।
ରବିବାର ଆଇପିଏସ ଅଫିସର ଡି. ରୁପା ମୁଡଗିଲ ଜଣେ ଆଇଏଏସ ଅଫିସର ରୋହିଣୀ ସିନ୍ଧୁରୀଙ୍କ ପ୍ରାଇଭେଟ ଫଟୋକୁ ସୋଶାଲ ମିଡିଆରେ ଶେଆର କରିଥିଲେ।
ଡି. ରୁପା ମୁଡଗିଲଙ୍କ ଅଭିଯୋଗ ଅନୁଯାୟୀ, ରୋହିଣୀ ସିନ୍ଧୁରୀ ହିଁ ତାଙ୍କ ପ୍ରାଇଭେଟ ଫଟୋକୁ ପ୍ରଥମେ ଜଣେ ପୁରୁଷ ଆଇଏଏସ ଅଫିସରଙ୍କ ନିକଟକୁ ପଠାଇ ସର୍ଭିସ ରୁଲ ଉଲ୍ଲଂଘନ କରିଛନ୍ତି।
ଏହାକୁ ନେଇ ଉଭୟ ଡି. ରୁପା ମୁଡଗିଲ ଏବଂ ରୋହିଣୀ ସିନ୍ଧୁରୀଙ୍କ ମଧ୍ୟରେ ତୀବ୍ର କହଳ ଉପୁଜିଛି। ନିଜ ଫେସବୁକ୍ ଆକାଉଣ୍ଟରେ ଡି.ରୁପା ଆଇଏଏସ ଅଫିସର ରୋହିଣୀଙ୍କ ଗୋପନୀୟ ଫଟୋ ସବୁ ପୋଷ୍ଟ କରିଛନ୍ତି ।
ପୁର୍ବରୁ ରୋହିଣୀ ତାଙ୍କ ଫଟୋ ୩ ଜଣ ପୁରୁଷ ଆଇଏଏସ ଅଫିସରଙ୍କ ନିକଟକୁ ପଠାଇଥିବା ସେ ଅଭିଯୋଗ କରିଛନ୍ତି। ଏହାର ବଦଲା ନେବାକୁ ଯାଇ ସେ ତାଙ୍କ ପ୍ରାଇଭେଟ ଫଟୋକୁ ଫେସବୁକରେ ଶେଆର କରିଛନ୍ତି। ଫେସବୁକରେ ପୋଷ୍ଟର ଦିନକ ପୂର୍ବରୁ ରୁପା ଆଇଏଏସ ସିନ୍ଦୂରୀଙ୍କ ବିରୋଧରେ ଯାବତୀୟ ଷଡ଼ନ୍ତ୍ରଯନ୍ତ୍ରର ଅଭିଯୋଗ ଆଣିଥିଲେ ।
ଅନ୍ୟପଟେ ଡ. ରୁପା ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଛନ୍ତି ଏବଂ ସେ ତାଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ରବିବାର ଚେତବାନୀ ଦେଇଥିଲେ। ଡ.ରୁପା ମୋ ସୋଶାଲ ମିଡିଆ ଆକାଉଣ୍ଟ ଏବଂ ହ୍ୱାଟ୍ସଆପ ଅକାଉଣ୍ଟରୁ ବ୍ୟକ୍ତିଗତ ଫଟୋ ସଂଗ୍ରହ କରି ତାକୁ ଭାଇରଲ କରି ମୋର ସମ୍ମାନହାନୀ କରିଥିବା ସିନ୍ଦୂରୀ ଅଭିଯୋଗ କରିଛନ୍ତି। କର୍ଣ୍ଣାଟକ ଗୃହମନ୍ତ୍ରୀ କହିଛନ୍ତି ଯେ ସେ ପୁଲିସ ମୁଖ୍ୟଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ଏହା ଜାଣିଛନ୍ତି।
ଆମେ ଚୁପ୍ ବସି ନାହୁଁ, ସେମାନଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୁହେଁ ଯେଉଁଭଳି ଅଶୋଭନୀୟ ଆଚରଣ କରିଛନ୍ତି, ସାଧାରଣ ଲୋକେ ବି ସେମିତି କରନ୍ତି ନାହିଁ। ବ୍ୟକ୍ତିଗତ ଜୀବନରେ ସେମାନେ ଯାହା ଚାହିଁବେ କରିପାରିବେ। କିନ୍ତୁ ଗଣମାଧ୍ୟମରେ ଆସି ଏମିତି ଆଚରଣ ପ୍ରଦର୍ଶନ କରିବା ଠିକ୍ ନୁହେଁ।
ଡି. ରୁପା କର୍ଣ୍ଣାଟକ ହସ୍ତତନ୍ତ ବିକାଶ ନିଗମର ପରିଚାଳନା ନିର୍ଦ୍ଦେଶକ ଏବଂ ଶ୍ରୀମତୀ ସିନ୍ଧୁରୀ ହିନ୍ଦୁ ଧାର୍ମିକ ଅନୁଷ୍ଠାନ ଏବଂ ଚାରିଟେବୁଲ୍ ଏଣ୍ଡୋମେଣ୍ଟ ବିଭାଗର କମିଶନର ଅଛନ୍ତି।

 

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930