Indus Valley Times

ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଗଲା ଯାତ୍ରୀବାହୀ ବସ୍ : ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ: ୬ ଯାତ୍ରୀ ଗୁରୁତର

 Breaking News

ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଗଲା ଯାତ୍ରୀବାହୀ ବସ୍ : ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ: ୬ ଯାତ୍ରୀ ଗୁରୁତର

February 14
19:38 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୪/୨: ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଗଲା ଯାତ୍ରୀବାହୀ ବସ୍। ଫଳରେ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ମଙ୍ଗଳବାର ଅପରାହ୍ନରେ ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କନ୍ଧମାଳ ଜିଲ୍ଲାରେ ଘଟିଛି। ‘ସାଲୁଙ୍କି’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ନିର୍ଦ୍ଧାରିତ ସମୟରେ ମୁନିଗୁଡ଼ାରୁ ଯାତ୍ରୀଙ୍କୁ ଧରି ଫୁଲବାଣୀ ଅଭିମୁଖେ ବାହାରି ଥିଲା। ବସ୍ରେ ୩୦ରୁ ଅଧିକ ଯାତ୍ରୀ ଥିଲେ।
ତେବେ କନ୍ଧମାଳ ଜିଲ୍ଲା ଦେଇ ଯାଇଥିବା ରାଜ୍ୟ ରାଜପଥର କୋଟଗଡ଼ ଥାନା ପଣ୍ଡାଇର୍ପି ନିକଟସ୍ଥ ମୁଣ୍ଡାସାହି ନିକଟରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯାଇଥିଲା।ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବସ୍ଟି ଯାଇ ଗୋଟିଏ ଗଛରେ ପିଟି ହୋଇ ଅଟକି ଯାଇଥିଲା।
ସ୍ଥାନୀୟ ଲୋକେ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ୩୦ରୁ ଊର୍ଦ୍ଧ୍ୱ ଆହତ ଯାତ୍ରୀଙ୍କୁ ବସ୍ରୁ ଉଦ୍ଧାର କରି କୋଟଗଡ ହସ୍ପିଟାଲରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରିବା ପରେ ଗୁରୁତର ଥିବା ୬ ଜଣ ଯାତ୍ରୀ ମାନଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତୀ କରି ଚିକିତ୍ସା ଜାରୀ ରହିଛି ।ଘଟଣା ସ୍ଥଳରେ କୋଟଗଡ ପୋଲିସ ପହଂଚି ପରିସ୍ଥିତି ଅନୁଧ୍ୟାନ କରି ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛି କ୍ଷ

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031