Indus Valley Times

ଭାରୋତ୍ତଳନରେ ଭାରତକୁ ଆଉ ଏକ ସଫଳତା, ଅଚିନ୍ତା ଶୁଳି ଜିତିଲେ ଗୋଲ୍ଡ ମେଡାଲ

 Breaking News

ଭାରୋତ୍ତଳନରେ ଭାରତକୁ ଆଉ ଏକ ସଫଳତା, ଅଚିନ୍ତା ଶୁଳି ଜିତିଲେ ଗୋଲ୍ଡ ମେଡାଲ

ଭାରୋତ୍ତଳନରେ ଭାରତକୁ ଆଉ ଏକ ସଫଳତା, ଅଚିନ୍ତା ଶୁଳି ଜିତିଲେ ଗୋଲ୍ଡ ମେଡାଲ
August 01
12:29 2022

ନୂଆଦିଲ୍ଲୀ, ୧/୮ : ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ତୃତୀୟ ସୁନା ପଦକ ହାସଲ କରିଛି । ୨୦ ବର୍ଷୀୟ ଅଚିନ୍ତା ସେଉଲି ପୁରୁଷ ଭାରତ୍ତୋଳନ ୭୩ କିଲୋ ବର୍ଗରେ ସୁନା ଜିତିଛନ୍ତି । ସେ ସ୍ନାଚରେ ୧୪୩ କେଜିର ଓଜନ ଉଠାଇଥିଲେ । ସେହିପରି କ୍ୱିନ୍ ଆଣ୍ଡ ଜର୍କରେ ସେ ୧୭୦ କେଜିର ଭାର ଉଠାଇବାରେ ସଫଳ ହୋଇଥିଲେ । ମୋଟ୍ ଭାବେ ସେ ୩୧୩ କିଲୋର ଓଜନ ଉଠାଇ ସ୍ୱର୍ଣ୍ଣ ହାସଲ କରିଥିଲେ ।
ତେବେ ସ୍ୱର୍ଣ୍ଣ ହାସଲ ପରେ ଅଚିନ୍ତା କହିଥିଲେ ଯେ, ସେ ବହୁତ ଖୁସି ଅଛନ୍ତି । ଅନେକ ସଙ୍ଘର୍ଷ ପାର୍ କରିବା ପରେ ସେ ଏହି ପଦକ ହାତେଇଛନ୍ତି । ଏହାକୁ ସେ ନିଜ ଭାଇ ଓ କୋଚଙ୍କୁ ସମର୍ପିତ କରିଛନ୍ତି । ଏହାପରେ ସେ ଅଲମ୍ପିକ ପାଇଁ ପ୍ରସ୍ତୁତି କରିବେ ବୋଲି କହିଛନ୍ତି ।
ଏହି ଇଭେଣ୍ଟରେ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ ମାଲେସିଆର ଇରୀ ହିଦାୟତ ମହମ୍ମଦ । ସେ ମୋଟ୍ ୩୦୩ କିଲୋ ଓଜନ ଉଠାଇଥିଲେ । ସେ ଅଚିନ୍ତାଙ୍କଠୁ ୧୦ କିଲୋ କମ ଓଜନ ଉଠାଇ ପାରିଥିଲେ । କାନାଡାର ସାଦ୍ ଡାର୍ସିଗ୍ନୀ ବ୍ରୋଞ୍ଜ୍ ହାସଲ କରିଥିଲେ । ସେ ମୋଟ୍ ୨୯୮ କିଲୋ ଉଠାଇଥିଲେ ।
୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ଏବେସୁଦ୍ଧା ୬ଟି ପଦକ ହାସଲ କରିଛି । ଏହାପୂର୍ବରୁ ଟୋକିଓ ଅଲମ୍ପିକର ରୁପା ବିଜୟୀନୀ ୪୯ କିଲୋ ଭାରତ୍ତୋଳନ ବର୍ଗରେ ସୁନା ଜିତିଥିଲେ । ସେହିପରି ଜେରେମି ଲାଲରିନୁଙ୍ଗା ମଧ୍ୟ ସୁନା ହାତେଇଥିଲେ । ଏତତ୍ ବ୍ୟତୀତ ସଙ୍କେତ ମହାଦେବ, ବିନ୍ଦିୟାରାଣୀ ଦେବୀ ରୁପା ହାସଲ କରିଥିଲେ ଓ ଗୁରୁରାଜା ପୂଜାରୀ ୬୧ କିଲୋ ବର୍ଗରେ ବ୍ରୋଞ୍ଜ୍ ଜିତିଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031