ଭିଜିଲାନ୍ସ ଜାଲରେ ଜଳସେଚନ ଉପଖଣ୍ଡ ଏସ୍ଡିଓ, ୫ଟି ସ୍ଥାନରେ ଚାଲିଛି ଚଢାଉ
March 26
11:52
2026
ଗଞ୍ଜାମ, ୨୬/୩: ଗଞ୍ଜାମ ଭଞ୍ଜନଗର ଡହ ଜଳସେଚନ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କ ଘରେ ଭିଜିଲାନ୍ସର ଚଢ଼ାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ। ଭଞ୍ଜନଗର ଡହ ଜଳଭଣ୍ଡାର କାର୍ଯ୍ୟାଳୟ ପୋଲସରା ଓ ବ୍ରହ୍ମପୁର ଭଳି ୫ଟି ଜାଗାରେ ଚାଲିଛି ଚଢ଼ାଉ। ଏହି ଚଢାଉରେ ୩ ଜଣ ଡିଏସପି ଓ ସାତ ଜଣ ଇନ୍ସପେକ୍ଟର ସାମିଲ ଥିବା ଜଣାଯାଇଛି। ବ୍ରହ୍ମପୁରର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଆଦେଶ ବଳରେ ଏହି ଚଢ଼ାଉ କରାଯାଉଥିବା ଜଣାଯାଇଛି।
ବ୍ରହ୍ମପୁରର ବସନ୍ତ ବିହାରରେ ଆବାସିକ ତିନିମହଲା କୋଠା,ଭଞ୍ଜନଗରରେ ସରକାରୀ କ୍ୱାର୍ଟର୍, ଭଞ୍ଜନଗରରେ ଅଫିସ୍ ଚାମ୍ବର, ପୋଲାସରାରେ ପୈତୃକ ଘର, ବ୍ରହ୍ମପୁରର ବୀମା ନଗରରେ ତାଙ୍କ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଥିବା ଜଣାପଡ଼ିଛି।






