Indus Valley Times

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ଘରେ ସମେତ ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ଉ

 Breaking News

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ଘରେ ସମେତ ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ଉ

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ଘରେ ସମେତ ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ଉ
December 03
10:56 2024

କୋରାପୁଟ,୩/୧୨ : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜୟପୁର ବ୍ଲକ ଓ ପୌର ପାଳିକାର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ର। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବିଶ୍ୱନାଥଙ୍କ ଘର ସମେତ ୬ଟି ସ୍ଥାନରେ ମଙ୍ଗଳବାର ସକାଳୁ ଚଢାଉ କରିଛି ଭିଜିଲାନ୍ସ ଟିମ।
ଜୟପୁରରେ ଥିବା ତିନି ମହଲା ବିଶିଷ୍ଟ କୋଠା, ଗଞ୍ଜାମ ବେଲଗୁଣ୍ଠାରେ ଥିବା ପୈତୃକ ଦୁଇ ମହଲା ବିଶିଷ୍ଟ କୋଠା, ଜୟପୁର ବ୍ଲକରେ ଥିବା ତାଙ୍କ ସରକାରୀ କାର୍ଯ୍ୟାଳୟ, ଜୟପୁର ପୌରପାଳିକାରେ ଥିବା ତାଙ୍କ କାର୍ଯ୍ୟାଳୟ,ଜଯ଼ପୁରର ଡିଆଇଇଟିରେ ତାଙ୍କ ସ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଭୁବନେଶ୍ୱରର ନୀଳାଦ୍ରି ବିହାର (ପଟିଆ)ରେ ଅବସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘର ଉପରେ ଚଢାଉ ଚାଲିଛି।
ଏହି ଚଢାଉରେ ଜଣେ ଅତିରିକ୍ତ ଏସପି, ୨ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୬ ଏଏସଆଇ ଏବଂ ଅନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି।
ସୂଚନାଯୋଗ୍ୟ,ବିଶ୍ୱନାଥ ପାତ୍ର ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ)ଭାବେ ଅବସ୍ଥାପିତ ଥିବା ବେଳେ ତାଙ୍କୁ ଜୟପୁର ପୌରପାଳିକାର ନିର୍ବାହୀ ଯନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031