Indus Valley Times

ଭୂସ୍ଖଳନ ମୁକାବିଲା ପାଇଁ ପ୍ରସ୍ତୁତ ହେବ ମାଷ୍ଟର ପ୍ଲାନ, ସରକାରଙ୍କ ବଡ଼ ପଦକ୍ଷେପ

 Breaking News

ଭୂସ୍ଖଳନ ମୁକାବିଲା ପାଇଁ ପ୍ରସ୍ତୁତ ହେବ ମାଷ୍ଟର ପ୍ଲାନ, ସରକାରଙ୍କ ବଡ଼ ପଦକ୍ଷେପ

ଭୂସ୍ଖଳନ ମୁକାବିଲା ପାଇଁ ପ୍ରସ୍ତୁତ ହେବ ମାଷ୍ଟର ପ୍ଲାନ, ସରକାରଙ୍କ ବଡ଼ ପଦକ୍ଷେପ
October 04
19:30 2025

ଭୁବନେଶ୍ୱର, ୪/ ୧୦ : ଭୂସ୍ଖଳନ ପାଇଁ ସରକାର ହେବେ ପ୍ରସ୍ତୁତ ।ଗଜପତି ଜିଲ୍ଲାରେ ଭୂସ୍ଖଳନ ପରେ ସରକାରଙ୍କ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ଭୂସ୍ଖଳନ ପାଇଁ ସରକାର କରିବେ ମାଷ୍ଟର ପ୍ଲାନ୍ । ଗଜପତି ଭଳି ରାଜ୍ୟର ପାହାଡ଼ ପର୍ବତ ଅଞ୍ଚଳରେ ଭୂସ୍ଖଳନ ପ୍ରବଣ ଅଞ୍ଚଳଗୁଡିକ ଚିହ୍ନଟ କରାଯିବ ।
ଭୂସ୍ଖଳନ ରୋକିବା ପାଇଁ ପଦକ୍ଷେପ ନେବେ ସରକାର । ଯେମିତି ପଥର ଖସି ଲୋକଙ୍କର ମୃତ୍ୟୁ ହେବ ନାହିଁ । ଓଡ଼ିଶାରେ ଭୂସ୍ଖଳନ ଏକ ନୂଆ ସମସ୍ୟା ହୋଇ ଉଭା ହୋଇଛି ।
ଏହାସହ ବର୍ଷା ଯୋଗୁଁ ବୁଡି ଯାଉଥିବା ତଳିଆ ରୋଡ଼ଗୁଡ଼ିକୁ ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେମିତି ବର୍ଷା ଯୋଗୁଁ ରାସ୍ତାବୁଡି ଯୋଗାଯୋଗ ବିଚ୍ଛିନ୍ନ ହେବ ନାହିଁ ।
ସେଥିପାଇଁ ମାଲକାନଗିରି ଅଞ୍ଚଳରେ ଅଧିକ ତଳିଆ ରୋଡ଼ ଥିବାରୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେଥିପାଇଁ ତଳିଆ ରୋଡ଼ ଗୁଡ଼ିକୁ ଉଚ୍ଚ କରାଯିବ । କ୍ଷତିପୂରଣ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । କ୍ଷୟକ୍ଷତି ଆକଳନ କରି ତୁରନ୍ତ ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଆସନ୍ତାକାଲି ମଧ୍ୟରେ କ୍ଷୟକ୍ଷତି ଯୋଗାଇ ଦେବେ ସରକାର ।
ଲଘୁଚାପ ବର୍ଷା ଯୋଗୁଁ ଗଜପତି, ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲା ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ରାୟଗଡ଼ାର କିଛି ଗାଁରେ ବର୍ଷା ପାଣି ପଶିବା ଯୋଗୁଁ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । କଳାହାଣ୍ଡି ଜିଲ୍ଲାର ୯ ଟି ଗାଁ ପାଣି ଘେରରେ ଥିଲା । ଲୋକଙ୍କ ସରକାର ଆବଶ୍ୟକୀୟ ସହାୟତା ଯୋଗାଇ ଦେଇଥିଲେ । ତେବେ ବର୍ଷା ଯୋଗୁଁ ଗଜପତି ଜିଲ୍ଲା ସବୁଠୁ ଅଧିକ ଗଜପତି ପ୍ରଭାବିତ ହେଲା । ଜଣେ ଲୋକଙ୍କର ମୁଣ୍ଡରେ ପଥର ବାଜିବା ଫଳରେ ମୃତ୍ୟୁ ହେଲା ଏବଂ ଆଉ ଆଉ ଜଣଙ୍କର ପୋଷ୍ଟ ମର୍ଟମ ପରେ କେମିତି ମୃତ୍ୟୁ ହେଲା ଜଣାପଡିବ । ଏତେ ବଡ଼ ଭୁସ୍ଖଳନ ହେଲା ଯେ, ରାତି ସାରା ଦୁଇ ଜଣ ଲୋକ ମାଟି ପଥର ତଳେ ଦବି ରହିଗଲେ । ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ମଧ୍ୟ ଦୁଇ ଦିନ ରହି ଉଦ୍ଧାର କାର‌୍ୟ୍ୟ ଅନୁଧ୍ୟାନ କରିଥିଲେ । ଏବେ ପରିସ୍ଥିତି ନିୟନ୍ତ୍ରଣରେ ଅଛି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31