Indus Valley Times

ମାଆ ବିଚାର ବିଭାଗୀୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ:ଝିଅ ଓଜେସ ପରୀକ୍ଷାରେ କୃତକାର୍ଯ୍ୟ

 Breaking News

ମାଆ ବିଚାର ବିଭାଗୀୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ:ଝିଅ ଓଜେସ ପରୀକ୍ଷାରେ କୃତକାର୍ଯ୍ୟ

January 01
10:48 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧/୧: ମାଆ ବୌଦ୍ଧ ବିଚାର ବିଭାଗୀୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଥିବା ବେଳେ ବୌଦ୍ଧ ସହରର ସାନମାଳିସାହିର ଝିଅ ଦିପିକା ବଡମାଳୀ ଓଡିଶା ଜୁଡିସିଆଲ ସର୍ଭିସରେ ସଫଳତା ବୌଦ୍ଧ ପାଇଁ ଗୌରବ ଆଣିଛନ୍ତି । ସୂଚନା ମୁତାବକ ଦିପିକା ବଡମାଳୀଙ୍କ ଜେଜେବାପା ସ୍ୱର୍ଗତ ତ୍ରିୁପୁରାରୀ ବଡମାଳୀ, ବାପା ସ୍ୱର୍ଗତ କାଳିଆ ଶଙ୍କର ବଡମାଳୀ ବୌଦ୍ଧ ବିଚାର ବିଭାଗୀୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରିଥିଲେ । ବର୍ତ୍ତମାନ ଦିପିକାଙ୍କ ମାଆ ମାଳତୀ ବଡମାଳୀ ମଧ୍ୟ ବୌଦ୍ଧ ବିଚାରବିଭାଗରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟରତ ଅଛନ୍ତି ।
ବାପା ସ୍ୱର୍ଗତ କାଳିଆ ଶଙ୍କର ବଡମାଳି ଓ ମାଆ ମାଳତୀ ବଡମାଳୀଙ୍କ ମଝିଆ ଝିଅ ଦିପିକା ସହରର ଚନ୍ଦ୍ରଚୂଡ ପ୍ରାଥମିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ବେଳେ ବାପାଙ୍କ ଦେହାନ୍ତ ହୋଇଥିଲା । ବାପାଙ୍କ ଦେହାନ୍ତ ପରେ ଦିପିକା ଭାଙ୍ଗି ପଡିନଥିଲେ ।
ଜେଜେ ବାପା, ବାପା ଓ ମାଆଙ୍କ ସ୍ୱପ୍ନ ପୂରଣ ପାଇ ପାଠ ପଢାରେ ମନ ବଳାଇଥିଲେ । ଯୁକ୍ତ ଦୁଇ ସେ ନବୋଦୟ ବିଦ୍ୟାଳୟରେ ପଢିବା ସହ ସ୍ୱାତକ ଗଙ୍ଗାଧର ମେହେର ମହାବିଦ୍ୟାଳୟ ସମ୍ବଲପୁରରେ ପଢିଥିଲେ । ପରେ ସେ ଯୁନିଭରସିଟି ଲ କଲେଜ ଭୁବନେଶ୍ୱରରେ ଏଲଏଲବି ଓ ଏଲଏଲଏମ ପାସ କରି ଓଜେସ ପାଇଁ ପ୍ରସ୍ତୁତ ହେଉଥିଲେ ।
ସେ ଓଡିଶା ଜୁଡିସିଆଲ ସର୍ଭିସରେ ୩୮ ତମ ର‌୍ୟାଙ୍କ ରଖି କୃତାକାର୍ଯ୍ୟ ହୋଇଛନ୍ତି । ଦିପିକାଙ୍କ କହିବା କଥା ଜେଜେବାପା , ବାପା ମୋର ବିଚାର ବିଭାଗରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବରେ କାର୍ଯ୍ୟରତ ଥିଲେ କିନ୍ତୁ ବର୍ତ୍ତମାନ ସେମାନେ ଆଉନାହାନ୍ତି କିନ୍ତୁ ତାଙ୍କର ସ୍ୱପ୍ନ ଥିଲା ଆମେ ମାନେ ବିଚାରପତି ହେବାକୁ ଆଜି ତାଙ୍କର ସ୍ୱପ୍ନ ପୁରଣ ହୋଇପାରିଛି ।
ଆହୁରୀ ମଧ୍ୟ ବର୍ତ୍ତମାନ ମୋର ମାଆ ମଧ୍ୟ ବିଚାର ବିଭାଗରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟରତ ଅଛନ୍ତି , ମାଆଙ୍କ ପ୍ରେରଣା ଓ ଆର୍ଶିବାଦ ଆଜି ମୋତେ ସଫଳତା ଦେଇଥିବା କହିଛନ୍ତି ଦୀପିକା । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଛା ଜଣାଯାଇଛି ।

କେନ୍ଦ୍ର ଳଜସଂପଦ ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଦିନିକିଆ ବୌଦ୍ଧ ଗସ୍ତ: ପ୍ରସ୍ତାବିତ ସତୀଘାଟ ପ୍ରକଳ୍ପ ରଦ୍ଦ
ବୌଦ୍ଧ, ୧/୧: କେନ୍ଦ୍ର ଜଳସଂପଦ ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଆଜି ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ବିଭାଗୀୟ କାର୍ଯ୍ୟକ୍ରମ ସଂର୍ପକରେ ସମୀକ୍ଷା କରିଛନ୍ତି । ପରେ ସହରର ଟାଉନହଲ ଠାରେ ବିଜେପି ଦଳର କାର୍ଯ୍ୟକର୍ତ୍ତା ସମାବେଶରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଟୁଡୁ ଜିଲ୍ଲାର ବହୁ ଚର୍ଚ୍ଚିତ ଓ ମହତ୍ୱାକାଂକ୍ଷୀ ଜଳସେଚନ ପ୍ରକଳ୍ପ ସାଲୁଙ୍କି ନଦୀର ଗୁରୁଜିମୁଣ୍ଡା ଠାରେ ପ୍ରକଳ୍ପ ନିର୍ମାଣ ପାଇଁ ବିଶେଷଜ୍ଞ କମିଟି ଦ୍ୱାରା ଅନୁଧ୍ୟାନ ପରେ ନିଷ୍ପତ୍‌ି ନିଆଯିବ ବୋଲି ପ୍ରକାଶ କରିଛନ୍ତି ।
ମନ୍ତ୍ରୀଙ୍କ ନିର୍ଦେଶରେ ଆଜି ଜଳସଂପଦ ବିଭାଗର ଏକ ପ୍ରତିନିଧି ମଣ୍ଡଳି ଗୁରୁଜୀମୁଣ୍ଡା ଅଞ୍ଚଳ ପରିଦର୍ଶନ କରି ଭିତ୍ତିଭୁମି ଅନୁଧ୍ୟାନ କରିବ ପରେ ସମୀକ୍ଷା ବୈଠକରେ ତଥ୍ୟ ପ୍ରଦାନ କରିଥିଲେ । ତେବେ ଜିଲ୍ଲାରେ ଜଳସେଚନ ଓ ପାନୀୟ ଜଳର ବ୍ୟବସ୍ଥା ଜାତୀୟ ହାର ତୁଳନାରେ ବହୁତ ତଳେ ରହିଥିବା ସମୀକ୍ଷା ବୈଠକରୁ ଜଣାପଡିଥିବା ନେଇ ମନ୍ତ୍ରୀ ପ୍ରକାଶ କରିଥିଲେ । କେନ୍ଦ୍ର ସରକାର ଜଳସେଚନ କୃଷିର ଉନ୍ନତି ପାଇ ପର୍ଯ୍ୟାପ୍ତ ଅର୍ଥ ଯୋଗାଇଦେଉଥିବା ବେଳେ ରାଜ୍ୟ ସରକାର ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ କରାଇବା ଦିଗରେ ବିଶେଷ ଆଗ୍ରହ ପ୍ରକାଶ କରୁନଥିବା ନେଇ ମନ୍ତ୍ରୀ ଶ୍ରୀ ଟୁଡୁ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ । ପ୍ରକାଶ ଥାଉକି କିଛି ଦିନ ପୁର୍ବରୁ ରାଜ୍ୟ ସରକାର ବୌଦ୍ଧ ଜିଲ୍ଲାରେ ଜଳସେଚନର ବିକାଶ ପାଇଁ ପ୍ରସ୍ତାବିତ ସତୀଘାଟ ପ୍ରକଳ୍ପ ପାଇଁ ଅନୁଦାନ ଘୋଷଣା କରିଥିବା ବେଳେ ଏହାକୁ ନେଇ ବିରୋଧି ଦଳ ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଉଅଛି ।
ସତୀଘାଟ ପ୍ରକଳ୍ପ ନିର୍ମାଣ ହେଲେ ଜିଲ୍ଲାର ଚାଷୀ ମାନେ ବିଶେଷ ଉପକୃତ ହେବେ ନାହିଁ, ପ୍ରତିବର୍ଷ ୧୭ ଗୋଟି ପଞ୍ଚାୟତ ମରୁଡିର ସମ୍ମୁଖିନ ହେଉଥିବେ ବୋଲି ବିରୋଧି ଦଳ ଗୁଡିକ ଅଭିଯୋଗ କରୁଥିବା ବେଳେ ଆଜି ମନ୍ତ୍ରୀ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ମନ୍ତ୍ରୀ ଶୀ ଟୁଡୁ ବିଧାୟକ ତଥା ମନ୍ତ୍ରୀଙ୍କ ଦ୍ୱାରା ପ୍ରସ୍ତାବିତ ସତୀଘାଟ ପ୍ରକଳ୍ପକୁ ରଦ୍ଦ କରିଥିବା ନେଇ ପ୍ରକାଶ କରିଥିଲେ । ତେବେ ଚାଷୀ ମାନଙ୍କ ମୁଖ୍ୟ ଦାବି ଗୁରୁଜୀମୁଣ୍ଡାର ଗମ୍ଭିରାଦରହ ପ୍ରକଳ୍ପର ଭିତିଭୁମି ବିଶେଷଜ୍ଞ କିମିଟି ଦ୍ୱାରା ଅନୁଦ୍ୟାନ ପରେ ୭ ଦିନ ମଧ୍ୟରେ ଏହାର ରିପୋର୍ଟ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିବା ମନ୍ତ୍ରୀ ପ୍ରକାଶ କରିଥିଲେ । ଏବଂ ଜାନୁଆରୀ ମାସ ଶେଷ ସୁଦ୍ଧା ଏହାର ଅଗ୍ରଗତି ନେଇ ଜନସାଧାରଣ ଜାଣି ପାରିବେ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ ।
ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ରବି ଦେଓଙ୍କ ଅଧ୍ୟକ୍ଷତାରେ ଏହି ଅନୁଷ୍ଠିତ କାର୍ଯ୍ୟକର୍ତ୍ତା ସମାବେଶରେ ବରିଷ୍ଠ ବିଜେପି ନେତା ସଚ୍ଚିଦାନନ୍ଦ ଦଲାଲ, ରାଜ୍ୟ କାର୍ଯ୍ୟକାରୀଣ ସଦସ୍ୟ ସୁକାନ୍ତ ପାଣିଗ୍ରାହୀ, ସୁଶାନ୍ତ ପ୍ରଧାନ, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ସୁର୍ଯ୍ୟନାରାୟଣ ମହାପାତ୍ର, ଜିଲ୍ଲା ବିଜେପି ଉପସଭାପତି ଶ୍ୟାମସୁନ୍ଦର ପୁରୋହିତ ମଞ୍ଚାସୀନ ଥିଲେ । ବନମାଳୀ ରଣା ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ଜିଲ୍ଲାର ସମସ୍ତ ବିଜେପିର କର୍ମକର୍ତ୍ତା , କୃଷକ , ମହିଳା ସାମିଲ ଥିଲେ ।
ପୋଖରୀରେ ବୁଡି ଯୁବକର ମୃତ୍ୟୁ
ବୌଦ୍ଧ,୧/୧: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ସମ୍ପୋଚ ପଞ୍ଚାୟତର ବରଝୁଲି ଗ୍ରାମରେ ଜଣେ ଯୁବକ ପୋଖରୀରେ ବୁଡି ମୃତ୍ୟୁ ହୋଇଥିବା ଜଣାପଡିଛି । ସୁଚନା ମୁତାବକ ବରଝୁଲି ଗ୍ରାମର ଉଦ୍ଧବ କୁମାର ନାଏକ ( ୪୦) ବର୍ଷ ଗତ ଶନିବାର ଦିନ ନିକଟସ୍ଥ ଗ୍ରାମ ପୋଖରୀକୁ ଗାଧୋଇବା ପାଇ ଯାଇଥିବା ବେଳେ ଘରକୁ ଆଉ ଫେରିନଥିଲା । ବହୁ ଖୋଜା ଖୋଜି କରିବା ପରେ ପରିବାର ଲୋକ ପାଇନଥିଲେ ।
ରବିବାର ଦିନ ହରଭଙ୍ଗା ଦମକଳ ବାହୀନୀ ପକ୍ଷରୁ ପୋଖରୀରେ ଖୋଜାଖୋଜି କରିବାପରେ ଉଦ୍ଧବର ମୃତ ଦେହ ପାଇଥିଲେ । ଉଦ୍ଧାର ପରେ ଦମକଳ ବାହୀନୀ ପକ୍ଷରୁ ପୁରୁଣାକଟକ ମେଡିକାଲକୁ ନେଇଥିଲେ । ପୁଲିସ ମେଡିକାଲରେ ପହଞ୍ôଚ ଏକ ମାମଲା ରୁଜ କରିବା ସହ ତଦନ୍ତ ଆରମ୍ଭ କରିଛି ।
ଜିଲ୍ଲା ବ୍ରାହ୍ମଣ ସମାଜର ନୂତନ କର୍ମକର୍ତ୍ତା
ବୌଦ୍ଧ,୧/୧: ବୌଦ୍ଧ ଜିଲ୍ଲା ବ୍ରାହ୍ମଣ ସମାଜର ସଭାପତି ଗୁରୁ ପ୍ରସାଦ ଦାଶଙ୍କ ସଭାପତିତ୍ୱରେ ରବିବାର ଦିନ ଜଗନ୍ନାଥ ମନ୍ଦିର ଠାରେ ଏକ ବୈଠକ ଅନୁଷ୍ଠିତ ହେବା ସହ ସମାଜ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ବୈଠକରେ ଜିଲ୍ଲାର ୧୦ ଗୋଟି ଆଞ୍ଚଳିକ ସଂଗଠନ ସଭାପତି , ସମ୍ପାଦକଙ୍କ ସହ ୧୨୨ ଜଣ ବ୍ରାହ୍ମଣ ସମାଜର ସଦସ୍ୟମାନେ ଯୋଗ ଦେଇଥିଲେ । ବୈଠକରେ ସମାଜର ବିଭିନ୍ନ କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା । ବୈଠକରେ ଆଞ୍ଚଳିକ ସଂଗଠନ ଗୁଡିକର ସଭାପତିଙ୍କୁ ଅତିଥି ଭାବେ ଓ ଜଗନ୍ନାଥ ମନ୍ଦିର କମିଟିର ସଭାପତି ମୃତ୍ୟୁଞ୍ଜ
ୟ ମିଶ୍ର , ଲକ୍ଷ୍ମୀ ବାସୁଦେବ ପଣ୍ଡିତ ସମାଜର ସଭାପତି ସଂଜିବ କୁମାର ପଣ୍ଡା ଅତିଥି ଭାବେ ଯୋଗଦେଇ ମଞ୍ଚାସୀନ ଥିଲେ । ଶେଷର ସଭାରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସର୍ବସମ୍ମତି କ୍ରମେ ସଭାପତି ଭାବେ ରାଜେନ୍ଦ୍ର କୁମାର ମିଶ୍ର, ଉପସଭାପତି ପ୍ରଦୋଷ କୁମାର ମିଶ୍ର, ସାଧାରଣ ସମ୍ପାଦକ ଶମ୍ଭୁ ପ୍ରସାଦ ମିଶ୍ର,ସହ ସମ୍ପାଦକ ମାନସ ରଂଜନ ମିଶ୍ର,କୋଷାଧ୍ୟକ୍ଷ ହରିବନ୍ଧୁ ଶତପଥି ଓ ଆବାହକ ଭାବେ ଶଙ୍କର ପ୍ରସାଦ ମିଶ୍ରଙ୍କୁ ମନୋନୀତ କରାଯାଇଥିଲା । ସେହିପରି କାର୍ଯ୍ୟକାରୀ ସଦସ୍ୟ ଭାବେ ସନ୍ତୋଷ ପୁରୋହିତ,ବିଶ୍ୱନାଥ ମିଶ୍ର,ସଚ୍ଚିଦାନନ୍ଦ ମହାପାତ୍ର, ସଚିନ ପୁରୋହିତ, ସରୋଜ ଦାଶ,ସୁମନ୍ତ ଷଡଙ୍ଗୀ,ପ୍ରଦୀପ ପାଢୀ, ଜିପୁନ ହୋତା, ସତ୍ୟନାରାୟଣ ପାଣିଗ୍ରାହୀ, ବୈଦ୍ୟନାଥ ହୋତା,କେଦାର ମିଶ୍ର,ଲବ ଚାନ୍ଦ, ରଘୁନାଥ ମହାପାତ୍ର, ସନ୍ତୋଷ ବିଶି, ନୃସିଂହ ଚରଣ ହୋତା, ଜ୍ଞାନରଂଜନ ଯୋଶୀ, ପ୍ରଦୀପ ପଣ୍ଡା, ଶ୍ରୀକାନ୍ତ ମହାପାତ୍ର, ଶିବ ପାଣିଗ୍ରାହୀ, ପ୍ରଭାସ ମହାପାତ୍ର, ଓ ଉପଦେଷ୍ଟା ଭାବେ ପଣ୍ଡିତ ସଂଜିବ ପଣ୍ଡା,ସୁଶିଲ ପାଣିଗ୍ରାହୀ ଓ ଗୁରୁପ୍ରସାଦ ଦାଶଙ୍କୁ ମନୋନୀତ କରାଯାଇଥିଲା ।
ବୌଦ୍ଧ ଜିଲ୍ଲା କଲଚରାଲ ଏକାଡେମୀର କବିତା ପାଠୋତ୍ସବ
ବୌଦ୍ଧ,୧/୧: ବୌଦ୍ଧ ଜିଲ୍ଲା କଲଚରାଲ ଏକାଡେମୀର ଏକ ସାଧାରଣ ସଭା ଓ କବିତା ପାଠୋତ୍ସବ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଟୁଟୁସିଙ୍ଗା ଠାରେ ଏକାଡେମୀର ଉପସଭାପତି ଧ୍ରୁବ ଚରଣ ଘିବେଲା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି ।
ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ସୁଧୀର କୁମାର୍ କର୍ଣ୍ଣ,ସମ୍ମାନୀତ ଅତିଥି ରୂପେ ଆଇନଜୀବୀ ସାକ୍ଷୀ ଗୋପାଳ ପ୍ରଧାନ, ମୁଖ୍ୟ ବକ୍ତା ଭାବେ କିଶୋର ଚନ୍ଦ୍ର ମିଶ୍ର ଓ ଅନ୍ୟତମ ଅତିଥି ରୂପେ ରମେଶ ପ୍ରସାଦ ମେହେର ମଞ୍ଚାସୀନ ଥିଲେ । କବିତା ଉପରେ ସମସ୍ତେ ନିଜ ନିଜର ସ୍ଵ ମତ ପ୍ରଦାନ କରିଥିଲେ ।
ଏହାପରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । କବିତା ସଂଯୋଜନା କରିଥିଲେ ଚିତ୍ତରଞ୍ଜନ ବେହେରା ।
ସୁଜ୍ଞାନ ବାଘ ,ଦେବାର୍ଚ୍ଚନ ମେହେର , ହୃଦାନନ୍ଦ ମେହେର, ନିବାସ ନାୟକ , ଆଶିଷ ବେହେରା,କିଶୋର ମିଶ୍ର, ସତ୍ୟ ନାରାୟଣ ଦେହୁରୀ, ବିଜୟ ସାହୁ, ଶୁକ ଦେବ ପ୍ରଧାନ, ରାଜକୁମାର ପ୍ରଧାନ , ରମେଶ ପ୍ରସାଦ ମେହେର, ଚିତ୍ତ ରଞ୍ଜନ ବେହେରା, ଧ୍ରୁବ ଚରଣ ଘିବେଲା, ରାଧା ମୋହନ ମାହଣା ଆଦି କବି ସ୍ୱ ରଚିତ କବିତା ପାଠ କରିଥିଲେ । ଶେଷରେ ସତ୍ୟ ନାରାୟଣ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031