Indus Valley Times

ମାଟ୍ରିକ ପରୀକ୍ଷାରେ ଖୋରଧା ଜିଲ୍ଲାର ସଫଳତା, ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଓଷ୍ଠ।ର ସମ୍ବର୍ଦ୍ଧନା

 Breaking News

ମାଟ୍ରିକ ପରୀକ୍ଷାରେ ଖୋରଧା ଜିଲ୍ଲାର ସଫଳତା, ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଓଷ୍ଠ।ର ସମ୍ବର୍ଦ୍ଧନା

ମାଟ୍ରିକ ପରୀକ୍ଷାରେ ଖୋରଧା ଜିଲ୍ଲାର ସଫଳତା, ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଓଷ୍ଠ।ର ସମ୍ବର୍ଦ୍ଧନା
May 07
09:37 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୭/୫ : ଖୋରଧା ଜିଲ୍ଲା ମାଟ୍ରିକ ପରୀକ୍ଷାରେ ସଫଳତା ନେଇ ଓଷ୍ଟା ଖୋରଧା ଜିଲ୍ଲା ତରଫରୁ କର୍ମକର୍ତ୍ତାମାନେ ଜିଲ୍ଲାଶିକ୍ଷାଧିକାରୀ ସୋନାମିକା ରାୟ, ଅତିରିକ୍ତ ଜିଲ୍ଲାଶିକ୍ଷାଧିକାରୀ ଡ଼ ପ୍ରଜ୍ଞା ପରମିତା ଜେନା, ରଶ୍ମିବାଳା ପରିଡା, ବିଜୟ କୁମାର ବେହେରାଙ୍କ ସମେତ ଖୋରଧା ବ୍ଲକ୍ ଶିକ୍ଷାଧିକାରୀ ଯାଜ୍ଞସେନୀ ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଜିଲ୍ଲାଶିକ୍ଷାଧିକାରୀ ଶ୍ରୀମତୀ ରାୟଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନ ତଥା ମାର୍ଗଦର୍ଶନରେ ଅନୁପ୍ରାଣିତ ହୋଇ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିଷ୍ଠାପର ଭାବରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସେମାନଙ୍କର କର୍ତ୍ତବ୍ୟ ସମ୍ପାଦନ କରିଥିଲେ । ଅନୁରୂପ ଭାବରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରାଧାନଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀ, ଓଷ୍ଟାର କର୍ମକର୍ତ୍ତା ମାନଙ୍କୁ ଏହି ସଫଳତା ପାଇଁ ଶ୍ରେୟ ଦେଇଥିଲେ । ତୁଳନାତ୍ମକ ଭାବରେ ୨୦୨୪, ୨୦୨୫ ଫଳାଫଳ ଠାରୁ ୨୦୨୬ ର ଫଳାଫଳରେ ଯଥେଷ୍ଟ ଉର୍ଣ୍ଣତି ପରିଲକ୍ଷିତ ହୋଇଥିଲା । ବିଶେଷ ଭାବରେ A1, A2, B1, B2 ଏବଂ ପାସ୍ ହାରରେ ବିଗତ ବର୍ଷ ମାନଙ୍କ ଠାରୁ ଚଳିତ ବର୍ଷ ବୃଦ୍ଧି ଘଟିଛି ।
ରାଜ୍ୟର ପାସ୍ ହାର ଶତକଡା ୯୫.୩୩ ହୋଇଥିବାବେଳେ ଖୋରଧା ଜିଲ୍ଲାର ପାସ୍ ହାର ଶତକଡା ୯୭.୧୭ ହୋଇଛି। ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡ଼. ଜେନା ଖୁବ୍ ଶୀଘ୍ର ଏହା ଉପରେ ସମୀକ୍ଷା କରାଯାଇ ଚଳିତ ବର୍ଷ ପାଇଁ ଯୋଜନା ପ୍ରସ୍ତୁତି କରାଯିବ ବୋଲି କର୍ମକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ।
ଆଗାମୀ ବର୍ଷ କିଭଳି ଭାବରେ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଉର୍ଣ୍ଣତି ହେବ ସେ ଦିଗରେ ଓଷ୍ଟା ତରଫରୁ ବିଭିନ୍ନ ପ୍ରସ୍ତାବ ଦିଆଯିବା ସହିତ ସହଯୋଗ କରାଯିବ ବୋଲି ଜିଲ୍ଲା ସମ୍ପାଦକ ସୁଧାକର ମହାପାତ୍ର ପ୍ରକାଶ କରିଛନ୍ତି ।
ଜିଲ୍ଲା ସମ୍ପାଦକ ଶ୍ରୀ ମହାପାତ୍ରଙ୍କ ନେତୃତ୍ଵରେ ଉପଦେଷ୍ଟା ଅମ୍ବିକା ପ୍ରସାଦ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ପ୍ରକାଶ କୁମାର ପଲାଇ, ରାଜ୍ୟ ସମ୍ପାଦକ ରମାକାନ୍ତ ମହାପାତ୍ର, ଖୋରଧା ବ୍ଲକ୍ ସମ୍ପାଦକ ଶରତ ଚନ୍ଦ୍ର ରାଉତ, ଜଟଣୀ ବ୍ଲକ୍ ସଭାପତି ସନ୍ତୋଷ କୁମାର ମିଶ୍ର, ଜିଲ୍ଲା କାର୍ଯ୍ୟକାରୀ କମିଟି ସଭ୍ୟ ନିରଞ୍ଜନ ସାହୁ ଓ ସନ୍ତୋଷ କୁମାର ପଟ୍ଟନାୟକ, ଶିକ୍ଷକ ଚିତରଞ୍ଜନ ବରାଳ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାଶିକ୍ଷାଧିକାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31