Indus Valley Times

ମାରଡୋଲ ଗ୍ରାମରେ ପ୍ରଶାସନର ସହଯୋଗରେ ପହଞ୍ଚିଲା ନାଗପୁରରେ ମୃତ ଶ୍ରମିକଙ୍କ ଶବ

 Breaking News

ମାରଡୋଲ ଗ୍ରାମରେ ପ୍ରଶାସନର ସହଯୋଗରେ ପହଞ୍ଚିଲା ନାଗପୁରରେ ମୃତ ଶ୍ରମିକଙ୍କ ଶବ

ମାରଡୋଲ ଗ୍ରାମରେ ପ୍ରଶାସନର ସହଯୋଗରେ ପହଞ୍ଚିଲା ନାଗପୁରରେ ମୃତ ଶ୍ରମିକଙ୍କ ଶବ
March 30
10:29 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୩୦/୩ : (ଶନିବାର )ସନ୍ଧ୍ୟା ୭ ଘଟିକା ସମୟରେ ନାଗପୁର ଠାରେ ମୃତ କଣ୍ଟାମାଳ ବ୍ଲକ୍ ଲମ୍ବସରୀ ପଞ୍ଚାୟତ ମାରଡୋଲ ଗ୍ରାମର ଦାଦନ ଶ୍ରମିକଙ୍କ ମୃତଦେହ ପ୍ରଶାସନର ସହଯୋଗରେ ଘରେ ପହଞ୍ଚିଛି ।
ମିଳିଥିବା ସୂଚନା ଅନୁଯାୟୀ ମାରଡୋଲ ଗ୍ରାମର ପ୍ରଶାନ୍ତ କୁମ୍ଭାର ୫ ମାସ ତଳେ ସୋନପୁର ଜିଲ୍ଲା ବାଗଦୋଲି ଗ୍ରାମର ମିଟୁ ସୁନାଙ୍କ ସହ ଦଲାଲଙ୍କ ଜରିଆରେ ନିଜର ୪ ବର୍ଷର ଝିଅକୁ ଧରି ଇଟାଭାଟିରେ କାମ କରିବାକୁ ସୁଦୂର ତେଲେଙ୍ଗାନାକୁ ରାଜ୍ୟକୁ ଯାଇଥିଲେ । ସେଠାରେ ଭାଟି ମାଲିକ ଦିନ ରାତି କାମ କରିବାକୁ କହି ନିର‌୍ୟ୍ୟାତନା ଦେଉଥିବା ଘର ଲୋକଙ୍କୁ ଫୋନରେ କହିଥିଲେ ।
ଗୁରୁବାର ଅପରାନ୍ହ ୩ ଘଣ୍ଟା ସମୟରେ ମାଲିକଙ୍କ ଠାରୁ ମରଣାଂତକ ମାଡ ଖାଈ ଘରକୁ ଫେରୁଥିବା ସମୟରେ ନାଗପୁର ଷ୍ଟେସନ ଠାରେ ପ୍ରଶାନ୍ତଙ୍କ ମୃତ୍ୟୁ ହୋଇ ଯାଇଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୨୬ ହଜାର ଟଂକା ଖର୍ଚ୍ଚ କରି ଏକ ଆମ୍ବୁଲାନ୍ସ ମୃତଦେହକୁ ଆଣିବା ବ୍ୟବସ୍ଥା କରା ଯାଇଥିଲା । ଆଜି ସନ୍ଧ୍ୟାରେ ମୃତଦେହ ମାରଡୋଲ ଗ୍ରାମରେ ପହଞ୍ଚିବା ପରେ ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ସୁଶ୍ରୀ କନ୍ୟା କୁମାରୀ ସାହୁ, ଭାରପ୍ରାପ୍ତ ଡିଭିଜନାଲ ଲେବର କମିଶନର ଦିଲେଶ୍ବର୍ ଖାକା, ତହସିଲଦାର କଣ୍ଟାମାଳ ପହଂଚି ଶୋକ ସଂତପ୍ତ ପରିବାରକୁ ସାଂତ୍ୱନା ଦେଇଥିଲେ ।
ଲମ୍ବସରୀ ସରପଞ୍ଚ ହରିଶ୍ଚନ୍ଦ୍ର ଯୋଜନାର ସହାୟତା ୩ ହଜାର ଟଙ୍କା ପ୍ରଦାନ କରିଥିଲେ । ସେହିପରି ରାଷ୍ଟ୍ରୀୟ ସମାନତା ଅଧିକାର ପରିଷଦର କର୍ମକର୍ତା ମାନେ ପହଂଚି ଶୋକ ପ୍ରକାଶ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031