Legatus

ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସମାଲୋଚନା କଲେ ଆମେରିକୀୟ କଣ୍ଠଶିଳ୍ପୀ, କହିଲେ-ମୁଁ ଭାରତର ନାଗରିକ ହୋଇଥିଲେ

 Breaking News

ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସମାଲୋଚନା କଲେ ଆମେରିକୀୟ କଣ୍ଠଶିଳ୍ପୀ, କହିଲେ-ମୁଁ ଭାରତର ନାଗରିକ ହୋଇଥିଲେ

November 09
18:50 2023

ପାଟନା, ୯/୧୧: ଗତମଙ୍ଗଳବାର ନଭେମ୍ବର ୬ ତାରିଖରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଧାନସଭାରେ ଜନସଂଖ୍ୟା ନିୟନ୍ତ୍ରଣ ପ୍ରସଙ୍ଗରେ ମହିଳାଙ୍କୁ ନେଇ ଅପମାନଜନକ ଶବ୍ଦ ପ୍ରୟୋଗ କରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଦେଶ ତଥା ଦେଶ ବାହାରେ ନୀତୀଶଙ୍କୁ ସମାଲୋଚନା କରାଯାଉଛି।
ଏହି କ୍ରମରେ ଆଫ୍ରିକା-ଆମେରିକା ଅଭିନେତ୍ରୀ ତଥା ସିଙ୍ଗର୍ ମ୍ୟାରି ମିଲବେନ ମଧ୍ୟ ନୀତୀଶ କୁମାରଙ୍କ ବୟାନକୁ ସମାଲୋଚନା କରିଛନ୍ତି। ନୀତୀଶଙ୍କ ସମାଲୋଚନା କରି ମ୍ୟାରି କହିଛନ୍ତି,‘ ମୁଁ ଯଦି ଭାରତର ନାଗରିକ ହୋଇଥାଆନ୍ତି ତେବେ ନୀତୀଶଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢିଥାଆନ୍ତି। ଏଥିପାଇଁ ବିହାର ନିଶ୍ଚୟ ଯାଇଥାଆନ୍ତି।
ମୋ ମତରେ ବିଧାନସଭାରେ ଜନସଂଖ୍ୟା ନିୟନ୍ତ୍ରଣ ପ୍ରସଙ୍ଗରେ ମହିଳାଙ୍କୁ ନେଇ ଅପମାନଜନକ ଶବ୍ଦ ପ୍ରୟୋଗ କରିବା ଘଟଣାକୁ କେନ୍ଦ୍ର କରି ବିହାର ମହିଳାଙ୍କୁ ନୀତୀଶ କୁମାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବା ଉଚିତ।
୨୦୨୪ରେ ଆମେରିକା ସମେତ ଭାରତରେ ନିର୍ବାଚନୀ ହେବାକୁ ଯାଉଛି। ଏହି ନିର୍ବାଚନୀରେ ‘ଭୋଟ୍ ଦିଅନ୍ତୁ ଏବଂ ପରିବର୍ତ୍ତନ ଆଣନ୍ତୁ।’ପୁରୁଣା ନୀତି ଏବଂ ଅଣପ୍ରଗତିଶୀଳ ଲୋକଙ୍କୁ ହଟାଇ ପ୍ରେରଣାଦାୟୀ ଲୋକଙ୍କୁ ଠିଆ କରିବାକୁ ଲୋକଙ୍କୁ ମୋର ଅନୁରୋଧ।’
କେବଳ ଏତିକି ନୁହେଁ ଏଭଳି ସମୟରେ ଜଣେ ସାହସୀ ମହିଳା ଆଗକୁ ଆସିବା ଦରକାର। ଆଉ ବିହାରର ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ଘୋଷଣା କରିବା ଉଚିତ।’

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31