Indus Valley Times

ମୟୂରଭଞ୍ଜରେ ପ୍ରବଳ ବର୍ଷା; ସମସ୍ତ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

 Breaking News

ମୟୂରଭଞ୍ଜରେ ପ୍ରବଳ ବର୍ଷା; ସମସ୍ତ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ମୟୂରଭଞ୍ଜରେ ପ୍ରବଳ ବର୍ଷା; ସମସ୍ତ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ
July 25
13:48 2025

ଭୁବନେଶ୍ୱର,୨୫/୭: ରାଜ୍ୟର ବିଭିନ୍ନ ଜିଲାରେ ଲଘୁଚାପ ଜନୀତ ବର୍ଷା ଲାଗି ରହିଥିବା ବେଳେ ବଡ଼ ଘୋଷଣା କରିଛି ପ୍ରଶାସନ। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜର ସବୁ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି।
ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ଅତିରୁ ଅତି ପ୍ରବଳ ବର୍ଷା ହେବା ନେଇ ରାଜ୍ୟର ୪ ଜିଲ୍ଲାକୁ ରେଡ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେ ସବୁ ଜିଲା ହେଉଛି ମୟୁରଭଞ୍ଜ, କେନ୍ଦୁଝର, ଭଦ୍ରକ ଏବଂ ବାଲେଶ୍ବର । ତେବେ ଅତି ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ମୟୂରଭଞ୍ଜ ଜିଲାର ସବୁ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି।
ଆସନ୍ତା ୧୨ ଘଣ୍ଟାରେ ମୟୂରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା। ତେଣୁ ଆଗୁଆ ପଦକ୍ଷେପ ସ୍ବରୂପ ଜିଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛନ୍ତି। କଚ୍ଚା ଘର ଥିବା ହଷ୍ଟେଲର ଅନ୍ତେବାସୀମାନଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031