Indus Valley Times

ରାଜଧାନୀରେ ଚାଞ୍ଚଲ୍ୟ: ଫ୍ୟାନରେ ଝୁଲି ପଡିଲେ ସ୍ୱାମୀ-ସ୍ତ୍ରୀ, କାରଣ ଅସ୍ପଷ୍ଟ

 Breaking News

ରାଜଧାନୀରେ ଚାଞ୍ଚଲ୍ୟ: ଫ୍ୟାନରେ ଝୁଲି ପଡିଲେ ସ୍ୱାମୀ-ସ୍ତ୍ରୀ, କାରଣ ଅସ୍ପଷ୍ଟ

July 15
16:35 2022

ଭୁବନେଶ୍ବର,୧୫/୭: ରାଜଧାନୀର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ପାରିବାରିକ କଳହରୁ ଏକ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଉଭୟଙ୍କ ଭିତରୁ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ, ସ୍ୱାମୀ ଗୁରୁତର ଥିବା ଜଣାଯାଇଛି। ଲକ୍ଷ୍ମୀ ସାଗର ସିଦ୍ଧେଶ୍ଵରୀ ଆପାର୍ଟମେଣ୍ଟରେ ଘଟିଛି ଏହି ଘଟଣା।
ସୂଚନା ଅନୁଯାୟୀ, ପୁଅ ଓ ଝିଅ ସ୍କୁଲ ଯାଇଥିବା ବେଳେ ସ୍ୱାମୀ ଓ ସ୍ତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଫ୍ୟାନରେ ଓଢ଼ଣୀ ଲଗାଇ ସ୍ୱାମୀ ସ୍ତ୍ରୀ ଝୁଲି ପଡ଼ିଥିଲେ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା କୁହାଯାଉଛି।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930