Indus Valley Times

ରାଜସ୍ବ ଅମଲା ସଂଘ ପକ୍ଷରୁ ଦଶ ଦଫା ଦାବି ନେଇ ଆନ୍ଦୋଳନ ନିଷ୍ପତ୍ତି

 Breaking News

ରାଜସ୍ବ ଅମଲା ସଂଘ ପକ୍ଷରୁ ଦଶ ଦଫା ଦାବି ନେଇ ଆନ୍ଦୋଳନ ନିଷ୍ପତ୍ତି

ରାଜସ୍ବ ଅମଲା ସଂଘ ପକ୍ଷରୁ ଦଶ ଦଫା ଦାବି ନେଇ ଆନ୍ଦୋଳନ ନିଷ୍ପତ୍ତି
August 04
12:44 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୪/୮ : ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଖୋର୍ଦ୍ଧା ଜ଼ିଲ୍ଲା ରାଜସ୍ବ ଅମଲା ସଙ୍ଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା।
ଏହି ବୈଠକରେ ଜ଼ିଲ୍ଲା ସ୍ତରରେ କାର୍ଯ୍ୟରତ ରାଜସ୍ବ ଅମଲା ମାନଙ୍କର ଦଶ ଦଫା ଦାବୀ ଗୁଡିକ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସେଥିମଧ୍ୟରୁ ଜ଼ିଲ୍ଲା ସ୍ତରରେ କାର୍ଯ୍ୟରତ ରାଜସ୍ବ ଅମଲା ମାନଙ୍କ ମୂଳ ଦରମା ଓ.ଆର.ଏସ.ପି ନିୟମ ଅନୁଯାୟୀ ଲେବେଲ -୯ କୁ ବୃଦ୍ଧି କରିବା, କ୍ୟାଡର ପୁନର୍ଗଠନ ତଥା ଓ.ଆର.ଏସ ରେ ଜ଼ିଲ୍ଲା ସ୍ତରୀୟ ରାଜସ୍ବ ଅମଲା ମାନଙ୍କୁ ସଠିକ ଭାବେ ପଦୋନ୍ନତି ସହିତ ଦଶ ଦଫା ଦାବୀ ନେଇ ରାଜସ୍ବ ଅମଲା ମାନେ ଗତ ମାସ ତା ୭/୭/୨୦୨୫ ରିଖ ଠାରୁ କଳା ବ୍ୟାଚ ପରିଧାନ କରି ପ୍ରତିବାଦ କରିଥିଲେ ,ଫଳ ସ୍ୱରୂପ ଓଡିଶା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ସଙ୍ଘର କର୍ମକର୍ତ୍ତା ମାନଙ୍କ ସହିତ ଆଲୋଚନା କରି ଖୁବ ଶୀଘ୍ର ଏହାର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ ଏବଂ ସେଠାରେ ଉପସ୍ଥିତ ଥିବା ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପନ୍ଦର ଦିନ ଭିତରେ କ୍ୟାଡର କ୍ୟାଡର ପୁନର୍ଗଠନ କାର୍ଯ୍ୟକୁ ସମ୍ପାଦନ କରିବାକୁ ପ୍ରତିଶୃତି ଦେଇଥିଲେ।
କିନ୍ତୁ ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ ଜିଲ୍ଲା ସ୍ତରୀୟ ରାଜସ୍ବ ଅମଲାଙ୍କ କ୍ୟାଡର ପୁନର୍ଗଠନ ଏଯାଏଁ ହୋଇପାରିନାହିଁ। ଏହା ମଧ୍ୟରେ ଓ.ଆର.ଏସ କୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଛି, ତାହା ଦ୍ୱାରା ରାଜସ୍ବ ଅମଲା ମାନେ ଓ.ଆର.ଏସ ପଦବୀକୁ ପଦୋନ୍ନତି ପାଇବାରୁ ବଞ୍ଚିତ ହେବେ ତେଣୁ ରାଜ୍ୟ ଅମଲା ସଙ୍ଘର ଆହ୍ୱାନ କ୍ରମେ ଖୋର୍ଦ୍ଧା ଜିଲ୍ଲା ରାଜସ୍ବ ଅମଲା ସଙ୍ଘ ଆସନ୍ତା ୧୧.୮.୨୦୨୫ ରିଖ ଠାରୁ ପୁନର୍ବାର ଆନ୍ଦୋଳନ କରିବା ପାଇଁ ଆଜି ସଙ୍ଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି।
ରାଜସ୍ବ ଅମଲା ସଙ୍ଘ ଆନ୍ଦୋଳନକୁ ଓହ୍ଲେଇଲେ ଜନ ସାଧାରଣ ଯେଉଁ ଅସୁବିଧାର ସମ୍ମୁଖୀନ ହେବେ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31