Indus Valley Times

ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ଉପ ଶାସନ ସଚିବ ତଥା ଉପ ନିର୍ବାଚନ ଅଧିକାରୀ ଏସ ଆଇ ଆର କାର୍ଯ୍ୟ ସମୀକ୍ଷା କଲେ

 Breaking News

ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ଉପ ଶାସନ ସଚିବ ତଥା ଉପ ନିର୍ବାଚନ ଅଧିକାରୀ ଏସ ଆଇ ଆର କାର୍ଯ୍ୟ ସମୀକ୍ଷା କଲେ

July 29
22:46 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୯/୭ : ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଉପ ଶାସନ ସଚିବ ତଥା ଉପ ନିର୍ବାଚନ ଅଧିକାରୀ ଶ୍ରୀମତୀ ଅନାମିକା ସିଂହ ଆଜି ଖୋରଧା ଜିଲ୍ଲା ସ୍ଵତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ସମୀକ୍ଷା କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଏବଂ ସମସ୍ତ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଭୋଟର ପଞ୍ଜି କରଣ ଅଧିକାରୀ, ଅତିରିକ୍ତ ଭୋଟର ପଞ୍ଜି କରଣ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ ।
ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପିଣ୍ଡିକି ବାହୁବଳେନ୍ଦ୍ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ୧୧୧ ଜୟଦେବ ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀ ଭୋଟର ପଞ୍ଜିକରଣ ଅଧିକାରୀ ଉପଜିଲ୍ଲାପାଳ, ଭୁବନେଶ୍ୱର ଡ଼ଃ ମନୋରଞ୍ଜନ ସାହୁ, ୧୧୫ ଜଟଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଭୋଟର ପଞ୍ଜିକରଣ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ, ଭୁବନେଶ୍ୱର ଶ୍ରୀ ରମେଶ ଚନ୍ଦ୍ର ଜେନା, ୧୧୬ ବେଗୁନିଆ ବିଧାନସଭା ନିର୍ବାଚନ ମଣ୍ଡଳୀ ଭୋଟର ପଞ୍ଜିକରଣ ଅଧିକାରୀ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଜ୍ୟୋତି ଶଙ୍କର ସାହୁ,୧୧୭ ଖୋରଧା ବିଧାନସଭା ନିର୍ବାଚନ ମଣ୍ଡଳୀ ଭୋଟର ପଞ୍ଜିକରଣ ଅଧିକାରୀ, ଉପଜିଲ୍ଲାପାଳ, ଖୋରଧା ଶ୍ରୀ ସଂକଳ୍ପ ସ୍ଵସ୍ତିକ ସାହୁ, ୧୧୮ ଚିଲିକା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଭୋଟର ପଞ୍ଜିକରଣ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ ।
ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ଏବଂ ଖୋରଧା ଜିଲ୍ଲା ଅତିରିକ୍ତ ନିର୍ବାଚନ ଅଧିକାରୀ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ପାୱାର ପଏଣ୍ଟ ମାଧ୍ୟମରେ ସ୍ଵତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅଗ୍ରଗତି ସମ୍ବନ୍ଧରେ ଉପସ୍ଥାପନ କରିଥିବା ବେଳେ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ଭୋଟର ପଞ୍ଜିକରଣ ଅଧିକାରୀଙ୍କୁ ଏସ ଆଇ ଆର କାର୍ଯ୍ୟ ଅଗ୍ରଗତି ସମ୍ବନ୍ଧରେ ଉପ ଶାସନ ସଚିବ ସମୀକ୍ଷା କରିଥିଲେ ।
ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ବେଉରା ଏସ ଆଇ ଆର କାର୍ଯ୍ୟକ୍ରମର ଜିଲ୍ଵାୱାରି ତଥ୍ୟ ଉପ ଶାସନ ସଚିବ ଙ୍କୁ ପ୍ରଦାନ କରିଥିଲେ ।
ଜିଲ୍ଲାରେ ଅତିରିକ୍ତ ଭୋଟର ପଞ୍ଜିକରଣ ଅଧିକାରୀ ଯଥା ବି ଡି ଓ , ତହସିଲଦାର ଏବଂ ପୌର /ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ମାନଙ୍କୁ ନେଇ ୩୫ ଜଣଙ୍କ ସହ ଆଭାସିରେ ଉପ ଶାସନ ସଚିବ ଶ୍ରୀମତୀ ସିଂହ ସମୀକ୍ଷା କରିଥିଲେ ।
ଭୋଟ କେନ୍ଦ୍ର ଗୁଡ଼ିକୁ ଯୁକ୍ତିଯୁକ୍ତ ତଥା ସଙ୍ଗତ କଲାପରେ ୧୫୭୯ ବୁଥ ସ୍ତରୀୟ ଅଧିକାରୀ ନିଯୁକ୍ତି କରାଯାଇଛି ।
ସେହିପରି ଭାରତୀୟ ଜନତା ପାର୍ଟି ତରଫରୁ ୧୨୩୮, ବିଜୁ ଜନତା ଦଳ ପକ୍ଷରୁ ୧୩୪୦, ଏବଂ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟିର ୬୦୫ ବୁଥ ସ୍ତରୀୟ ଏଜେଣ୍ଟ ନିଯୁକ୍ତି ନେଇ ମୋଟ ୩୦୮୩ ବି ଏଲ ଏ ନିଯୁକ୍ତି ସମ୍ବନ୍ଧରେ ଉପ ଶାସନ ସଚିବ ଅବଗତ ହୋଇଥିଲେ ।
ସେହିପରି ମ୍ୟାପିଂ ସ୍ଥିତି, ଭୋଟର ଚିହ୍ନଟ ଫର୍ମ ବଣ୍ଟନ, ଡିଜିଟାଇଜେସନ, ଲିଙ୍ଗ ଭେଦରେ ଜନସଂଖ୍ୟା (ପ୍ରାରମ୍ଭିକ ଭୋଟର ତାଲିକା ଚିଠା ପ୍ରସ୍ତୁତ ପରେ), ଭୋଟର ତାଲିକାରେ ଅନିୟମିତତା, ଆପତ୍ତି ଅଭିଯୋଗ ଶୁଣାଣୀ , ପ୍ରକୃତ ଭୋଟର, ମୃତ ଭୋଟର ମାନଙ୍କୁ ତାଲିକାରୁ ବାଦ ଦେବା, ଅବୈଧାନିକ ଭୋଟରଙ୍କୁ ବାଦ ଦେବା ଆଦି ବିଷୟରେ ସମୀକ୍ଷା କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର, ସ୍ବିଟି ସୋରେନ, ଡେପୁଟି କଲେକ୍ଟର ସଂଗ୍ରାମ ଜେନା, ଅତିରିକ୍ତ ଭୋଟର ପଞ୍ଜି କରଣ ଅଧିକାରୀ ଏବଂ ବି ଡି ଓ ସିଦ୍ଧାର୍ଥ ପଟ୍ଟନାୟକ, ନିର୍ବାହୀ ଅଧିକାରୀ, ପୌର ପରିଷଦ, ଖୋରଧା କାବେରୀ ମୁଦୁଲି, ତହସିଲଦାର ବିଭାଷ ପାଣିଗ୍ରାହୀ,ଜିଲ୍ଲା ନିର୍ବାଚନ ବିଭାଗ ସମସ୍ତ କର୍ମଚାରୀ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31