Indus Valley Times

ରାସ୍ତାକଡ଼ରେ ଶ୍ରାଦ୍ଧଭୋଜି ଖାଉଥିବା ଲୋକଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ କାର୍; ଜଣେ ମୃତ, ୧୮ ଆହତ

 Breaking News

ରାସ୍ତାକଡ଼ରେ ଶ୍ରାଦ୍ଧଭୋଜି ଖାଉଥିବା ଲୋକଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ କାର୍; ଜଣେ ମୃତ, ୧୮ ଆହତ

November 27
11:15 2022

ସାରଣ, ୨୭/୧୧: ବିହାର ସାରଣ ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା, ସୁଧଘର ଭୋଜିରେ ପଶିଗଲା ଦ୍ରୁତଗାମୀ କାର। ଫଳରେ ଭୋଜି ଖାଉଥିବା ୧୮ ଜଣ ଲୋକ ଆହତ ହୋଇଥିବା ବେଳେ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଦୁର୍ଘଟଣା ଆଖି ପିଛୁଳାକେ ଘଟିଥିଲା। କେହି କିଛି ବୁଝିବା ଆଗରୁ କାର ଭୋଜିସଭା ଛାରଖାର କରି କିଛି ଦୂରରେ ଓଲଟି ପଡିଥିଲା। ପୋଲିସ କାରକୁ ଜବତ କରି ଡ୍ରାଇଭରର ସନ୍ଧାନ ଜାରି ରଖିଛି।
ତେର ଦିନରେ ଅନୁଷ୍ଠିତ ମୃତ୍ୟୁ ଭୋଜ ଚାଲିଥିବା ବେଳେ ଏବି ଦୁର୍ଘଟଣା ଘଟିଛି। କାରଟି ରାସ୍ତକଡରେ ଥିବା ଏକ ଦୋକାନରେ ପିଟି ହୋଇ ଭୋଜି ସଭାକୁ ପଶି ଯାଇଥିଲା। ଲୋକେ ତୁରନ୍ତ ଦୁର୍ଘଟଣା ନେଇ ପୋଲିସକୁ ସୂଚିତ କରିବା ସହ ଆମ୍ବୁଲାନ୍ସ ଡକାଇଥିଲେ । ଆମ୍ବୁଲାନ୍ସ ପହଞ୍ଚି ଲୋକଙ୍କୁ ହସ୍ପିଟାଲ ପହଞ୍ଚାଇଛି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଜଟିଳ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031