Indus Valley Times

ରାହାବୀରଙ୍କୁ ମିଳିବ ୨୫ ହଜାର ପୁରସ୍କାର

 Breaking News

ରାହାବୀରଙ୍କୁ ମିଳିବ ୨୫ ହଜାର ପୁରସ୍କାର

ରାହାବୀରଙ୍କୁ ମିଳିବ ୨୫ ହଜାର ପୁରସ୍କାର
July 19
21:38 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୯/୭ : ବୌଦ୍ଧରେ ସଡକ ସୁରକ୍ଷା ସମୀକ୍ଷା ବୈଠକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଆଞ୍ଚଳିକ ପରିବହନ ଅଧିକାରୀ ଶିଶିର କୁମାର ସାହୁ ଦୁର୍ଘଟଣା ରୋକିବା ପାଇଁ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ବୈଠକରେ ବିସ୍ତୃତ ରିପୋର୍ଟ ପ୍ରଦାନ କରିଥିଲେ ।
ବାରମ୍ବାର ସମୀକ୍ଷା ସହିତ ଯେପରି ଦୁର୍ଘଟଣା ଶୁନ୍ୟ ଜୀବନ ଯାତ୍ରା ହୋଇପାରିବ ସେଥିପାଇଁ ଗୁରୁତ୍ୱ ଦେବାକୁ ଜିଲାପାଳ ଶ୍ରୀପଣ୍ଡା ପରାମର୍ଶ ଦେଇଥିଲେ ।
ଜିଲାରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ତେଣୁ ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା ।
ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କୁ ହେଲମେଟ ବ୍ୟବହାର ବାଧ୍ୟତାମୂଳକ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ଏହା ଆଜିଠାରୁ ଲାଗୁ କରିବା ପାଇଁ ଜ଼ିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ଟ୍ରିପଲ ରାଇଡିଂ,ବିନା ହେଲମେଟ ଯାତ୍ରୀ,ମଦ୍ୟପାନ, ନିଶାଶକ୍ତ କରି ଗାଡି ଚାଳନା,ଗାଡି ଚଳାଇବା ସମୟରେ ମୋବାଇଲ ବ୍ୟବହାର କରୁଥିବା ଗାଡି ଚାଳକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଗାଡି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ,ଆର୍ଥିକ ଜୋରିମାନା ଓ ଗାଡିର ଫିଟନେସ ରଦ୍ଦ କରାଯିବା ସହିତ ଆବଶ୍ୟକ ହେଲେ କୋର୍ଟ ଚାଲାଣ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି ।
ରାତ୍ରୀ ୩ ଟା ରୁ ସକାଳ ୬ ଟା ପର୍ଯ୍ୟନ୍ତ ରାସ୍ତା ଉପରେ ଟ୍ରକ କିମ୍ବା ଅନ୍ୟ ଭାରୀ ଯାନବାହାନ ପାର୍କିଂ ନକରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସାଳୟ ପହଞ୍ଚାଇଲେ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବାକୁ ଏବଂ ସଂପୃକ୍ତ ବ୍ୟକ୍ତିଙ୍କୁ ପୁଲିସ ପକ୍ଷରୁ କୌଣସି ହଇରାଣ ନକରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା ।
ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଉଚିତ ସମୟ ମଧ୍ୟରେ ଚିକିତ୍ସା ସେବା ଯୋଗାଇ ଜୀବନ ବଞ୍ଚାଇବା ବ୍ୟକ୍ତିଙ୍କୁ ରାହାବୀର ପୁରସ୍କାର ୨୫ହଜାର ଟଙ୍କା ପ୍ରଦାନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଡାକ୍ତରମାନେ ଆହତ ବ୍ୟକ୍ତିଙ୍କୁ ନେଇ ଆସୁଥିବା ବ୍ୟକ୍ତିଙ୍କ ସଂପର୍କରେ ତୁରନ୍ତ ନିର୍ଦ୍ଧାରିତ ଫର୍ମ ପୂରଣ କରି ଆଞ୍ଚ ଳିକ ପରିବହନ କାର୍ଯ୍ୟାଳୟକୁ ଅବଗତ କରାଇବାକୁ ଜିଲା ସ୍ୱାସ୍ଥ୍ୟ ବିଭାଗକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା । ଏହିପରି ତୁରନ୍ତ ସାଇନେଜ, ପ୍ର ମ୍ବଲର କାମ ଶୀଘ୍ର ଶେଷ କରିବା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଙ୍କୁ ଜ଼ିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
କୌଣସି ବିଦ୍ୟାଳୟ ର ଗେଟ ସମ୍ମୁଖରେ ରାସ୍ତା ଥିଲେ, ସେଥିପ୍ରତି ଦୃଷ୍ଟି ଦେବାକୁ ଶିକ୍ଷା ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ସାନବଙ୍କାପଡାର ବିଶ୍ୱଜିତ ମେହେରଙ୍କୁ ଗୁଡ ସମରିଟାନ ଭାବରେ ୨ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା ।
ରାସ୍ତା ଉପରେ ଶୋଇ ରହୁଥିବା ବୁଲା ଗୋରୁଗାଈଙ୍କୁ ହଟାଇବାକୁ ଏନଏସି ପକ୍ଷରୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ସେହିପରି ଜାତୀୟ ରାଜପଥ କଡରେ ଥିବା ଢାବା ଗୁଡିକରେ ମଦ ବ୍ରିକ୍ରିକୁ ନିଷିଧ କରାଯିବା ସହିତ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଚଢାଉ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଏହି ବୈଠକରେ ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୁଧିଷ୍ଠିର ମେହେର, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସନ୍ଦିପ କୁମାର ଛୁଆଳସିଂହ, ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପ୍ରଦୀପ କୁମାର ଗୁରୁ, ଅବକାରୀ ଅଧିକ୍ଷକ ଶାନ୍ତି ମାରାଣ୍ଡି,ଡିଏସପି ଆନନ୍ଦ କୁମାର ଡୁଙ୍ଗଡୁଙ୍ଗ, ଜ଼ିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ,ସହକାରୀ ନିର୍ବାହୀ ଯନ୍ତ୍ରୀ ପୂର୍ତ୍ତ ବିଭାଗ କୁନାଚରଣ ସିଂ,ସହକାରୀ ଯନ୍ତ୍ରୀ ଜାତୀୟ ରାଜପଥ ଦିନେଶ ପଟ୍ଟନାୟକ,ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସଗୁ ନାଏକ,ଏମଭିଆଇ ଗୋଲାପ ଚନ୍ଦ୍ର ହାଂସଦା,କନିଷ୍ଠ ଏମଭିଆଇ ସଂଜୟ କୁମାର ବେହେରା,ବୌଦ୍ଧ ଏନଏସି ନିର୍ବାହୀ ଅଧିକାରୀ ସତ୍ୟନାରାୟଣ ପ୍ରଧାନ ଙ୍କ ସହ କମିଟି ର ସମସ୍ତ ସଭ୍ୟ, ସଭ୍ୟା ଏବଂ ଜିଲା ଟ୍ରକ ମାଲିକ ସଂଘର ସଭାପତି ଶିବ ପ୍ରସାଦ ମିଶ୍ରଙ୍କ ସମେତ ଆଞ୍ଚଳିକ ପରିବହନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930