Indus Valley Times

ରାୟଗଡା : କୁମୁଡାବାଲି ଠାରେ ଖରିଫ ଧାନ ମଣ୍ଡି ଉଦ୍ଘାଟିତ

 Breaking News

ରାୟଗଡା : କୁମୁଡାବାଲି ଠାରେ ଖରିଫ ଧାନ ମଣ୍ଡି ଉଦ୍ଘାଟିତ

December 21
11:45 2024

ପ୍ରମୋଦ ସାହୁକାରଙ୍କ ରିପୋର୍ଟ
ମୁନିଗୁଡା,୨୧/୧୨ : ଚଳିତବର୍ଷ ଖରିଫ୍ ଧାନ କିଣିବା ପାଇଁ ରାୟଗଡା ଜିଲ୍ଲାରେ ଗତ ୧୭ତାରିଖରୁ ମଣ୍ଡି ଆରମ୍ଭ ହୋଇଥିବା ବେଳେ ଶୁକ୍ରବାର ମୁନିଗୁଡ଼ା ଲେମ୍ପସ ଅଧିନରେ ଥିବା କୁମୁଡାବାଲିସ୍ଥିତ ଆରଏମସି ବଜାର ପ୍ରାଙ୍ଗଣ ପରିସରରେ ମୁନିଗୁଡା ଲେମ୍ପସ ତରଫରୁ ଖରିଫ ଧାନ ମଣ୍ଡିର ଉଦଘାଟିତ ହୋଇଯାଇଛି । ମୁନିଗୁଡା ଲେମ୍ପସର ଏମଡି ଆଦିତ୍ୟ ରଞ୍ଜନ ମହାଙ୍କୁଡଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ଅତିଥିଭାବେ ଆରାଇ ତଥା ନୋଡାଲ ଅଫିସର ଅନିତା ଶବର ଓ ସଭାପତି ମିନକେତନ ସାରକା ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ଯାନ୍ତ୍ରିକ ସାମଗ୍ରୀ ଗୁଡିକୁ ପୂଜାର୍ଚ୍ଚନା କରି ଅନୁଷ୍ଟାନିକ ଭାବେ ଶୁଭାରମ୍ଭ କରିବା ସହ ମଣ୍ଡିର ଶୁଭ ଉଦଘାଟନ କରିଥିଲେ ।
ଆସନ୍ତା ସପ୍ତାହରୁ ମୁନିଗୁଡା ଲେମ୍ପସ ଅଧିନରେ ଥିବା ମୁନିଖୋଲ ସ୍ଥିତ ଆର ଏମସି ମଣ୍ଡିରେ ପ୍ରତି ମଙ୍ଗଳବାର ଓ ବୁଧବାର ଦିନ ଧାଣ କିଣାଯିବା ବେଳେ ଶୁକ୍ରବାର ଓ ଶନିବାର ଦିନ କୁମୁଡାବାଲି ସ୍ଥିତ ମଣ୍ଡିରେ ଧାନ କିଣାଯିବ ବୋଲି କହିଛନ୍ତି ଏମଡି ଆଦିତ୍ୟ ରଞ୍ଜନ ମହାଙ୍କୁଡ ।
ଆଜିର ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଲେମ୍ପସ କର୍ମଚାରୀ ମନୋଜ କୁମାର ସାହୁ, ଚୁଡାମଣି ପିଡାକାକା, ଆର ଏମସି କର୍ମଚାରୀ ଏସ ବି ଜାମି, ସନ୍ତୋଷ କୁମାର ଡାକୁଆ, କ୍ବାଲିଟି ଆନାଲିଷ୍ଟ ବାଲା ଚନ୍ଦନ, ଝରଣା ସୁନା ଓ ଚାଷୀ ପ୍ରଷାଦ ମହାଙ୍କୁଡ, ଲାଡି ଶଙ୍କର ରାଓ, ରାଡି ରୋହିଣି କୁମାର, କୃଷ୍ଣଚନ୍ଦ୍ର କାଶି, ଭଗବାନ କାଶି, ସୁଦାମ କାଶି, ମଦନ କାଶି, ନାରାୟଣ କାଶି, ଘାଷି କାଶି, ପାଣ୍ଡବ କାଶି, ନରେନ୍ଦ୍ର କାଶି, ନରହରି କାଶି ଓ ରାମ କାଶି ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031