Indus Valley Times

ଲ୍ୟାଣ୍ଡମାଇନ୍ ନିଷ୍କ୍ରିୟ କଲେ ଯବାନ

 Breaking News

ଲ୍ୟାଣ୍ଡମାଇନ୍ ନିଷ୍କ୍ରିୟ କଲେ ଯବାନ

February 27
20:19 2025

ଭୁବନେଶ୍ୱର,୨୭/୨: ଓଡ଼ିଶା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲା ଗୋଲାପଲ୍ଲୀ ମୁଖ୍ୟ ରାସ୍ତାରୁ ଯବାନମାନେ ଗୁରୁବାର ଏକ ୫ କେଜି ଓଜନର IED ବିସ୍ଫୋରକ ଜବତ କରିଛନ୍ତି। ଜବତ ପରେ ବିସ୍ଫୋରକକୁ ଯବାନମାନେ ନିଷ୍କ୍ରିୟ କରି ଦେଇଛନ୍ତି। ନିଷ୍କ୍ରିୟ ବେଳେ ପ୍ରଚଣ୍ଡ ବିସ୍ଫୋଣର ଘଟିଥିଲା।
ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀମାନେ ସୁକୁମା ଜିଲା ଗୋଲାପଲ୍ଲୀ ମୁଖ୍ୟ ରାସ୍ତାରେ IED ଖଞ୍ଜିଥିଲେ। ହେଲେ ଯବାନମାନେ କୋମ୍ବିଂ ଅପରେଶନ ବେଳେ ୫ କେଜି ଓଜନର IED ବିସ୍ଫୋରକ ଜବତ କରିଥିଲେ। ପରେ ଯବାନମାନେ ନିକଟସ୍ଥ ଜଙ୍ଗଳରେ ଜବତ IED ବିସ୍ଫୋରକକୁ ନିଷ୍କ୍ରିୟ କରିଥିଲେ। ଫଳରେ ମାଓବାଦୀଙ୍କ ଏକ ବଡ଼ ଧରଣର ଯୋଜନା ପଣ୍ଡ ହୋଇଯାଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031