Indus Valley Times

ଶିକାରୀ ଗୁଳିରେ ଫରେଷ୍ଟର ମୃତ ଘଟଣା, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

 Breaking News

ଶିକାରୀ ଗୁଳିରେ ଫରେଷ୍ଟର ମୃତ ଘଟଣା, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଶିକାରୀ ଗୁଳିରେ ଫରେଷ୍ଟର ମୃତ ଘଟଣା, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
May 24
12:06 2025

ଭୁବନେଶ୍ୱର,୨୪/୫: ଶିକାରୀ ଗୁଳିରେ ଶନିବାର ଜଣେ ଫରେଷ୍ଟଗାର୍ଡଙ୍କ ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି।
ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍ତ କରିବାକୁ ଚଉଉୠକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମୃତକ ଜଣ ହେଲେ ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ପ୍ରହ୍ଲାଦ ପ୍ରଧାନ। ସେ ପାଟ୍ରୋଲିଂ କରୁଥିବା ବେଳେ ଶିକାରୀଙ୍କ ଗୁଳିରେ ତାଙ୍କର ମୃତ୍ୟୁ ଘଟିଛି।
ଶୁକ୍ରବାର ବିଳମ୍ବିତ ରାତିରେ ତଣ୍ଟିଚିରାଠାରେ ବନ୍ୟଜନ୍ତୁ ଶିକାର କରି ଶିକାରୀମାନେ ମାଂସ ଭାଗ କରୁଥିବା ଖବର ପାଇ ଫରେଷ୍ଟର ପ୍ରହ୍ଲାଦ ବନ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ।
ସେଠାରେ ଶିକାରୀଙ୍କ ସହ ତାଙ୍କର ଧସ୍ତାଧସ୍ତି ହୋଇଥିଲା। ଏହା ପରେ ଶିକାରୀମାନେ ତାଙ୍କୁ ଗୁଳିମାଡ଼ କରିଥିଲେ। ଗୁଳି ମାନସଙ୍କ ପେଟ ନାଭି ସ୍ଥଳରେ ବାଜି ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟ ଓ ପରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ମାନସଙ୍କ ଘର କାମକ୍ଷାନଗର ଥାନା ଜିରିଡ଼ାମାଳି ଗ୍ରାମରେ ବୋଲି ଜଣାପଡ଼ିଛି। ବନବିଭାଗ ଓ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି। ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅନୁଗୋଳସ୍ଥିତ ଆଞ୍ଚଳିକ ବନ ସଂରକ୍ଷକ ଓ ଢେଙ୍କାନାଳ ଜିଲା ବନଖଣ୍ଡ ଅଧିକାରୀ ଉପସ୍ଥିତ ରହିଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930