Indus Valley Times

ଶିମିଳିପାଳରେ ହାତୀର ମୃତଦେହ ପୋଡ଼ିବା ଘଟଣା; ବିଷ ପିଇ ଚିକିତ୍ସାଧୀନ ଥିବା ପ୍ରତ୍ୟକ୍ଷଦର୍ଶୀ ମୃତ

 Breaking News

ଶିମିଳିପାଳରେ ହାତୀର ମୃତଦେହ ପୋଡ଼ିବା ଘଟଣା; ବିଷ ପିଇ ଚିକିତ୍ସାଧୀନ ଥିବା ପ୍ରତ୍ୟକ୍ଷଦର୍ଶୀ ମୃତ

ଶିମିଳିପାଳରେ ହାତୀର ମୃତଦେହ ପୋଡ଼ିବା ଘଟଣା; ବିଷ ପିଇ ଚିକିତ୍ସାଧୀନ ଥିବା ପ୍ରତ୍ୟକ୍ଷଦର୍ଶୀ ମୃତ
December 16
12:55 2022

କରଞ୍ଜିଆ,୧୬/୧୨: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରେ ଏକ ଦନ୍ତା ଶିକାର ପରେ ତାକୁ ପୋଡ଼ି ଦେବା ଘଟଣାରେ ଆସିଛି ନୂଆ ମୋଡ଼। ବିଷ ପିଇ ଆଖି ବୁଜିଲେ ଏହି ଘଟଣାର ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ତଥା ଅସ୍ଥାୟୀ ବନ କର୍ମଚାରୀ ତୁରାମ ପୂର୍ତ୍ତି।
ଏହି ଘଟଣାରେ ପାଟି ଫିଟାଇଲେ ପରିଣାମ ଭୟଙ୍କର ହେବ ବୋଲି ନିଲମ୍ବିତ ୩ ବନ କର୍ମଚାରୀ ତୁରାମ ପୂର୍ତ୍ତିଙ୍କୁ ଧମକ ଦେଇଥିଲେ। ଏଥିରେ ଅତ୍ୟଧିକ ଭୟଭୀତ ହୋଇ ପଡ଼ିଥିବା ତୁରାମ ପୂର୍ତ୍ତି ଗତ ୧୧ ତାରିଖ ରାତିରେ ବିଷ ପିଇ ଦେଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ କଟକ ବଡ଼ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଯାଇଛି।
ଶିମିଳିପାଳରେ କିଛି ଦିନ ପୂର୍ବେ ଏକ ଦନ୍ତା ଶିକାର ହୋଇଥିବା ବେଳେ ଏହାକୁ ଲୁଚାଇ ନିଜ ଚାକିରି ବଞ୍ଚାଇବାକୁ କିଛି ବନ କର୍ମଚାରୀ ଗତ ୭ ତାରିଖରେ ହାତୀଟିକୁ ପୋଡ଼ି ଦେଇଥିଲେ। ଏପରିକି ପ୍ରମାଣ ନଷ୍ଟ କରିବାକୁ ଅବଶିଷ୍ଟାଂଶକୁ ସେମାନେ ନଦୀରେ ଭସାଇ ଦେଇଥିଲେ।
ଏହି ସମୟରେ ସେଠାରେ ଅସ୍ଥାୟୀ ବନ କର୍ମଚାରୀ ତୁରାମ ପୂର୍ତ୍ତି ଉପସ୍ଥିତ ଥିବା ବେଳେ ଏହାର କିଛି ଫଟୋ ସେ ଉପରିସ୍ଥ ଅଧିକାରୀଙ୍କୁ ପଠାଇଥିଲେ। ଏହାପରେ ତନାଘନା ଆରମ୍ଭ ହୋଇ ୩ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲା।
ସେମାନେ ହେଲେ ଜେନାବିଲ ରେଞ୍ଜର ଶଙ୍କର ସାମଲ, ଫରେଷ୍ଟର ଚନ୍ଦ୍ରଭାନୁ ବେହେରା ଓ ଫରେଷ୍ଟ ଗାର୍ଡ ବିନୋଦ ଦାସ। ଏହା ଜାଣିପାରି ପାଟି ଫିଟାଇଲେ ପରିଣାମ ଭୟଙ୍କର ହେବ ବୋଲି ସେମାନେ ତୁରାମ ପୂର୍ତ୍ତିଙ୍କୁ ନିର‌୍ୟାତନା ଦେବା ସହ ଧମକ ଦେଇଥିଲେ।
ଏଥିଯୋଗୁ ନିଜ ମାନସିକ ଭାରସାମ୍ୟ ହରାଇ ତୁରାମ ଗତ ୧୧ ତାରିଖ ରାତିରେ ବିଷ ପିଇ ଦେଇଥିଲେ। ତୁରନ୍ତ ତାଙ୍କୁ କରଞ୍ଜିଆ ମେଡିକାଲ ଓ ପରେ ବାରିପଦା ପିଆରଏମ୍ ମେଡିକାଲ କଲେଜକୁ ପଠାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲ। ସେଠାରେ ଗତ କାଲି ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କଟକ ସ୍ଥାନାନ୍ତର ପୂର୍ବରୁ ତୁରାମ ପୂର୍ତ୍ତି ଗଣମାଧ୍ୟମକୁ ଦେଇଥିବା ବୟାନରେ ଉକ୍ତ ତିନି ଜଣଙ୍କର ନାମ ନେଇଥିଲେ ଓ ସେମାନେ ଧମକ ଦେବାରୁ ଭୟରେ ବିଷ ପିଇଥିବା କହିଥିଲେ।
ତେବେ ଏପରି ଏକ ଘଟଣାରେ ସଂପୃକ୍ତ ଥିବା ୩ ବନ କର୍ମଚାରୀଙ୍କୁ ବନବିଭାଗ ଗିରଫ କରି ଜେଲ୍ ପଠାଇ ଦେଇଥିବା ବେଳେ ଆଜି ଅସ୍ଥାୟୀ ବନ କର୍ମଚାରୀଙ୍କ ମୃତ୍ୟୁ ଯୋଗୁ ଏହାର ତଦନ୍ତ ବାଟବଣା ହେବା ଆଶଙ୍କା ପ୍ରକାଶ ପାଇଛି। ଯିଏ ଏକ ମାତ୍ର ସାକ୍ଷୀ ହିସାବରେ ତଥ୍ୟ ପ୍ରମାଣ ଦେଇଥିଲେ ତାଙ୍କ ମୃତ୍ୟୁ ପରେ ଏହା ତଦନ୍ତକୁ କେତେ ଦୂର ପ୍ରଭାବିତ କରିବ ତାହା ଉପରେ ସମସ୍ତଙ୍କ ନଜର।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30