Legatus

ସନ୍ଦେହ କଲେ ସୌମ୍ୟ : ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଅସଲି ନା ନକଲି

 Breaking News

ସନ୍ଦେହ କଲେ ସୌମ୍ୟ : ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଅସଲି ନା ନକଲି

September 12
18:13 2023

ଭୁବନେଶ୍ୱର,୧୨/୯: ବିଜୁ ଜନତା ଦଳର ଉପସଭାପତି ପଦରୁ ଅପସାରଣ କରାଯିବା ପରେ ଖଣ୍ଡପଡ଼ା ବିଧାୟକ ତଥା ଦଳର ବରିଷ୍ଠନେତା ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଥମ ପ୍ରତିକ୍ରିୟା ହସ୍ତଗତ ହୋଇଛି।
ସେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଛଳରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଉତ୍ଥାପନ କରିଛନ୍ତି।
ତାଙ୍କୁ ଦଳୀୟ ପଦରୁ ହଟାଇବା ନେଇ ଯେଉଁ ଚିଠି ଆସିଛି ସେଥିରେ ଥିବା ଦସ୍ତଖତ ସତରେ ଦଳର ସଭାପତି ନବୀନଙ୍କର ନା ଆଉ କିଏ କରିଛନ୍ତି, ତାହାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଶ୍ରୀ ପଟ୍ଟନାୟକ। ସେ କହିଛନ୍ତି, ଚିଠିରେ ଥିବା ଦସ୍ତଖତକୁ ନେଇ ମୋର ସନ୍ଦେହ ଅଛି ।
ବିଜେଡି ଉପ-ସଭାପତି ପଦରୁ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ପରେ ତାଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ ନିଜର ମତ ରଖି କହିଛନ୍ତି, ଏଭଳି ପଦକ୍ଷେପ ତାଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।
ସଭାପତି ଭାବରେ ନବୀନବାବୁ କାହାକୁ ରଖିବେ କାହାକୁ ରଖିବେ ନାହିଁ, ତାହା ସମ୍ପୂର୍ଣ୍ଣ ଭାବେ ତାଙ୍କ ଇଚ୍ଛାଧୀନ ବ୍ୟାପାର । ତେବେ ଉପସଭାପତି ପଦ ଚାଲିଯିବାରେ କୌଣସି ଅସ୍ଵାଭାବିକତା ନାହିଁ ।
ଏହି ପଦ ହରାଇଲି ବୋଲି କିଛି ହରାଇଲା ଭଳି ମୋତେ ଲାଗୁନାହିଁ । କାରଣ ଉପସଭାପତି ଭାବରେ ସେମିତି କିଛି କରୁନଥିଲି, ଯେ ତାହାର ପ୍ରଭାବ ପଡିବ । ଏମିତି ପଦପଦବୀରେ ବିଜେଡିରେ ଅନେକ ନେତା ଅଛନ୍ତି ଯେଉଁମାନେ କିଛି କରନ୍ତି ନାହିଁ ।
ଏଥିସହ ସେ ଆହୁରି ମଧ୍ୟ କରିଛନ୍ତି ଯେ ଉପସଭାପତି ପଦ କେବଳ ଆଳଙ୍କରିକ ଥିଲା । ତେବେ ଯେଉଁ ନିର୍ଦ୍ଦେଶନାମାଟି ଜାରି କରାଯାଇଛି ସେଥିରେ ମୁଖ୍ୟମନ୍ତ୍ରୀଙ୍କର ଯେଉଁ ଦସ୍ତଖତ ରହିଛି ତାହା ଅସଲି ନା ନକଲି ମୋର ସନ୍ଦେହ ହେଉଛି ।
କାରଣ ଗୋଟିଏ ସପ୍ତାହ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଦୁଇ ମିନିଟର ସମୟ ମାଗିଥିଲି । ସେ ସମୟ ତ ମିଳିନାହିଁ, କିନ୍ତୁ ଆଜି ଏହି ବରଖାସ୍ତର ନିର୍ଦ୍ଦେଶନାମା ମିଳିଛି । ତେବେ ଦସ୍ତଖତ ଅସଲି ନା ନକଲି ଜାଣିବା ସମ୍ଭବପର ନୁହେଁ ।ସେହିପରି ରାଜନୀତି ଗୋଟିଏ ନିଷ୍ପତ୍ତିରେ ସରିଯାଏନାହିଁ ବୋଲି ସୌମ୍ୟ କହିଛନ୍ତି।
ସୂଚନାଯୋଗ୍ୟ, ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଜୁ ଜନତା ଦଳ। ତାଙ୍କୁ ଦଳର ଉପସଭାପତି ପଦରୁ ହଟାଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ।
ନିକଟରେ ସେ ୫-ଟି ସଚିବଙ୍କ ହେଲିକପ୍ଟର ଗସ୍ତକୁ ସମାଲୋଚନା କରି ‘ସମ୍ବାଦ’ରେ ଲେଖିଥିବା ସଂପାଦକୀୟ ସ୍ତମ୍ଭ ‘ଆତ୍ମବିଭୋର ପ୍ରଶାସକ, ଅସହାୟ ରାଜନେତା’ ଚର୍ଚ୍ଚାର ପରିସର ଆସିଥିଲା।
ସ୍ତମ୍ଭ ପ୍ରକାଶିତ ହେବାର ପ୍ରାୟ ଦୁଇ ସପ୍ତାହ ପରେ ଏହାକୁ ନେଇ ବିଜୁ ଜନତା ଦଳର ବିଧାୟକ ଓ ମନ୍ତ୍ରୀ ସୌମ୍ୟରଂଜନଙ୍କୁ ଆକ୍ଷେପ କରି ବୟାନବାଜି ଆରମ୍ଭ କରିଥିଲେ। ପ୍ରଥମେ ବିଧାୟକ ଅରୁଣ ସାହୁ, ତା’ପରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ମନ୍ତ୍ରୀ ପ୍ରତାପ ଦେବ ତାଙ୍କୁ ସମାଲୋଚନା କରି ଦଳକୁ ‘ବ୍ଲାକମେଲ’ କରୁଥିବା ଅଭିଯୋଗ ଆଣିଥିଲେ।
ଏହାପରେ ସୌମ୍ୟରଂଜନ ଏହାର କଡ଼ା ଜବାବ ଦେଇ ଦଳରେ ଚାଲିଥିବା ଅଫିସର ରାଜକୁ ସମାଲୋଚନା କରିଥିଲେ। ଏହି ଘଟଣା ପରେ ବିଜୁ ଜନତା ଦଳ ପକ୍ଷରୁ ଆଜି ଏହି ପଦକ୍ଷେପ ନିଆଯାଇଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31