Legatus

ସଫେଇ କର୍ମଚାରୀଙ୍କ ସମସ୍ୟା ଉପରେ ଗୁରୁତ୍ଵ ଦେଉଛୁ, ଖୁବ୍‌ଶୀଘ୍ର ହେବ ସମାଧାନ : ବିଏମସି କମିଶନର

 Breaking News

ସଫେଇ କର୍ମଚାରୀଙ୍କ ସମସ୍ୟା ଉପରେ ଗୁରୁତ୍ଵ ଦେଉଛୁ, ଖୁବ୍‌ଶୀଘ୍ର ହେବ ସମାଧାନ : ବିଏମସି କମିଶନର

ସଫେଇ କର୍ମଚାରୀଙ୍କ ସମସ୍ୟା ଉପରେ ଗୁରୁତ୍ଵ ଦେଉଛୁ, ଖୁବ୍‌ଶୀଘ୍ର ହେବ ସମାଧାନ : ବିଏମସି କମିଶନର
March 11
12:51 2024

ଭୁବନେଶ୍ବର, ୧୧/୩: ଦରମା ବୃଦ୍ଧି ଦାବି, ଝାଡ଼ୁ ଛାଡ଼ି ଆନ୍ଦୋଳନରେ ସଫେଇ କର୍ମଚାରୀ। ରାଜମହଲ ଫ୍ଲାଏଓଭର ତଳେ ଶହ ଶହ ସଫେଇ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଦରମା ବୃଦ୍ଧି ସାଙ୍ଗକୁ ଅନ୍ୟ ଦାବିଗୁଡ଼ିକ ନେଇ ବିଏମସି କୌଣସି ପଦକ୍ଷେପ ନେଉନଥିବା ବେଳେ ସଫେଇ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ରାଜଧାନୀର ପରିମଳ ବ୍ୟବସ୍ଥା ଉପରେ ଏହାର ପ୍ରଭାବ ପଡ଼ିଥିବା ବେଳେ ୫୦ଟି ୱାର୍ଡରୁ ସକାଳୁ ଅଳିଆ ଉଠିନଥିବା ଦେଖିବାକୁ ମିଳିଛି। ମାସିକ ବେତନ ୧୫ହଜାରକୁ ବୃଦ୍ଧି କରିବା ସହ ଆବର୍ଜନା ପୃଥକ କରିବାକୁ ସ୍ୱତନ୍ତ୍ର କର୍ମଚାରୀ ନିୟୋଜିତ କରିବାକୁ ସଫେଇ କର୍ମଚାରୀମାନେ ଦାବି କରିଛନ୍ତି ।
ଠିକା ସଂସ୍ଥାର ମନମୁଖୀ କାର‌୍ୟ୍ୟକୁ ମଧ୍ୟ ବିରୋଧ କରାଯାଇଛି। ତମାମ ପ୍ରସଙ୍ଗକୁ ନେଇ ଫେବ୍ରୁଆରି ୨୪ରୁ ସଫେଇ କର୍ମୀମାନେ ଆନ୍ଦୋଳନ କରୁଥିବା ବେଳେ ୨୯ତାରିଖରେ ମେୟରଙ୍କୁ ଭେଟି ନିଜର ସମସ୍ୟା ଜଣାଇଥିଲେ। ତେବେ ବିଏମସି ଦାବି ନଶୁଣିବା ଫଳରେ ଶେଷରେ ଝାଡ଼ୁ ଛାଡ଼ି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶହ ଶହ ସଫେଇ କର୍ମଚାରୀ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31