Indus Valley Times

ସାହିତ୍ୟରେ ହାନ୍ କାଙ୍ଗଙ୍କୁ ନୋବେଲ

 Breaking News

ସାହିତ୍ୟରେ ହାନ୍ କାଙ୍ଗଙ୍କୁ ନୋବେଲ

ସାହିତ୍ୟରେ ହାନ୍ କାଙ୍ଗଙ୍କୁ ନୋବେଲ
October 10
22:41 2024

ନୂଆଦିଲ୍ଲୀ,୧୦/୧୦ : ଚତୁର୍ଥ ଦିନରେ ସାହିତ୍ୟ ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଦକ୍ଷିଣ କୋରିଆର ସାହିତ୍ୟିକା ହାନ୍ କାଙ୍ଗ୍ ଚଳିତ ବର୍ଷ ନୋବେଲ ପୁରସ୍କାର ଗ୍ରହଣ କରିବେ । ୫୩ ବର୍ଷୀୟ ହାନ୍ କାଙ୍ଗ୍ ଜୀବନଧର୍ମୀ ଆଧ୍ୟାତ୍ମିକା ଲେଖା ପାଇଁ ସେ ଏହି ସମ୍ମାନ ଜନକ ପୁରସ୍କାରରେ ପୁରସ୍କୃତ ହେବେ ।
୨୦୨୪ ବର୍ଷ ପାଇଁ ଚିକିତ୍ସା କ୍ଷେତ୍ରରେ ଦୁଇ ଜଣ ବୈଜ୍ଞାନିକ ଭିକ୍ଟୋର ଆମ୍ବ୍ରୋସ ଏବଂ ଗ୍ୟାରୀ ରୁବକୁନ, ପଦାର୍ଥ ବିଜ୍ଞାନରେ ଜନ୍ ଜେ ହପଫିଲଡ ଏବଂ ଜେଫ୍ରି ଇ. ହିଣ୍ଟନ ଏବଂ ରସାୟନ ବିଜ୍ଞାନରେ ଡେଭିଡ୍ ବେକର କମ୍ପ୍ୟୁଟେସନାଲ ପ୍ରୋଟିନ ଡିଜାଇନ (ଗଣନାକାରୀ ପ୍ରୋଟିନ ଡିଜାଇନ୍ ) ଏବଂ ଯୁଗ୍ମ ଭାବରେ ଡେମିସ୍ ହାସବିସ୍ ଏବଂ ଜନ୍ ଏମ୍. ଜମ୍ପର ନୋବେଲ ବିଜେତା ହୋଇଛନ୍ତି । ଆସନ୍ତାକାଲି ଶାନ୍ତି ପାଇଁ ନୋବେଲ ବିଜେତାଙ୍କ ନାମ ଘୋଷଣା କରାଯିବ ।
ପ୍ରତିବର୍ଷ ପାଞ୍ଚଟି କ୍ଷେତ୍ର ଯଥା ମେଡିସିନ, ଫିଜିକ୍ସ, କେମିଷ୍ଟ୍ରୀ, ସାହିତ୍ୟ, ଅର୍ଥନୀତି ଓ ଶାନ୍ତିରେ ଉତ୍କୃଷ୍ଟତା ପାଇଁ ନୋବେଲ ପୁରସ୍କାର ଦିଆଯାଏ । ସ୍ୱିଡେନର ରସାୟନବିତ୍ ଏବଂ ବୈଜ୍ଞାନିକ ଆଲଫ୍ରେଡ ନୋବେଲ ଏହି ସମ୍ମାନଜନକ ପୁରସ୍କାରର ସୃଷ୍ଟିକର୍ତ୍ତା। ତାଙ୍କ ନାମ ଅନୁସାରେ ପ୍ରତିବର୍ଷ ନୋବେଲ ପୁରସ୍କାର ଦିଆଯାଉଛି । ଡିସେମ୍ବର ୧୦ରେ ଆଲଫ୍ରେଡ ନୋବେଲଙ୍କ ତିରୋଧାନ ଦିନ ଅବସରରେ ନୋବେଲ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥାଏ ।.

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31